‘ମୁଁ ନିର୍ଦ୍ଦୋଷ, ମୋତେ ଅପହରଣ କରାଯାଇଛି’: ଆମେରିକା କୋର୍ଟରେ ଚାଞ୍ଚଲ୍ୟ

ନୂଆଦିଲ୍ଲୀ,୫।୧: ଭେନେଜୁଏଲାର କ୍ଷମତାଚ୍ୟୁତ ଶାସକ ନିକୋଲାସ ମାଦୁରୋ ସୋମବାର ପ୍ରଥମ କରି ଆମେରିକାର ଏକ କୋର୍ଟରେ ହାଜର ହୋଇଛନ୍ତି। ନାର୍କୋ-ଟେରରିଜିମ୍ (ମାଦକ ଦ୍ରବ୍ୟ କାରବାର ଓ ଆତଙ୍କବାଦ) ଅଭିଯୋଗରେ ଗିରଫ ହୋଇଥିବା ମାଦୁରୋ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହ ତାଙ୍କୁ “ଅପହରଣ” କରାଯାଇଥିବା ଅଭିଯୋଗ କରିଛନ୍ତି।

ମ୍ୟାନହାଟନ୍ କୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ମାଦୁରୋ କହିଛନ୍ତି, “ମୁଁ ନିର୍ଦ୍ଦୋଷ। ମୁଁ ଜଣେ ଭଦ୍ର ବ୍ୟକ୍ତି ଏବଂ ମୋ ଦେଶର ରାଷ୍ଟ୍ରପତି।” ସେ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ନୀଳ ରଙ୍ଗର ଜେଲ ପୋଷାକ ପିନ୍ଧି ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ କୋର୍ଟରେ ପହଞ୍ଚିଥିଲେ। ବ୍ରୁକଲିନ୍ ଜେଲରୁ ହେଲିକପ୍ଟର ଏବଂ ପରେ ସଶସ୍ତ୍ର ଗାଡ଼ି କନଭେୟ ମାଧ୍ୟମରେ ତାଙ୍କୁ ମ୍ୟାନହାଟନ୍ କୋର୍ଟକୁ ଅଣାଯାଇଥିଲା।

ଟ୍ରମ୍ପ ପ୍ରଶାସନ ଦ୍ୱାରା କାବୁ କରାଯାଇଥିବା ମାଦୁରୋଙ୍କ ଓକିଲମାନେ ଏହି ଗିରଫଦାରୀର ବୈଧତାକୁ ଚ୍ୟାଲେଞ୍ଜ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ଯେ ଜଣେ ରାଷ୍ଟ୍ରମୁଖ୍ୟ ଭାବରେ ମାଦୁରୋଙ୍କୁ ଆଇନଗତ ସୁରକ୍ଷା ମିଳିବା କଥା। ମାତ୍ର ଆମେରିକା ସରକାର ତାଙ୍କୁ ଭେନେଜୁଏଲାର ବୈଧ ଶାସକ ଭାବେ ସ୍ୱୀକୃତି ଦେଉନାହାନ୍ତି।

୧୯୯୦ ମସିହାରେ ପାନାମାର ଶାସକ ମାନୁଏଲ ନୋରିଏଗାଙ୍କୁ ମଧ୍ୟ ସମାନ ଭାବେ ଗିରଫ କରାଯାଇଥିଲା, ଯିଏକି ଆଇନଗତ ସୁରକ୍ଷା ପାଇବାରେ ବିଫଳ ହୋଇଥିଲେ। ଏହି ମାମଲାର ଶୁଣାଣି ଆଗକୁ ଏକ ବଡ଼ ଆଇନଗତ ଲଢ଼େଇରେ ପରିଣତ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri