Posted inଖେଳ

ମୋତେ ଅପମାନିତ କରାଗଲା, ମୁଁ କାନ୍ଦିକି ଟିମ୍‌ ଛାଡ଼ିଦେଲି: IPLର ଏହି ଟିମ୍‌ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କ୍ରିସ ଗେଲ

ନୂଆଦିଲ୍ଲୀ,୮।୯: ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ ଗେଲ ଇଣ୍ଡିଆନ ପ୍ରିମିୟର ଲିଗକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଇପିଏଲ୍‌ରେ ବିତାଇଥିବା ତାଙ୍କ ଶେଷ ବର୍ଷ ବିଷୟରେ ସେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପଞ୍ଜାବ କିଙ୍ଗସ ଦଳର ଅଂଶ ଥିବାବେଳେ ସେ ଅପମାନିତ ଅନୁଭବ କରିଥିଲେ। ସେତେବେଳେ, ପଞ୍ଜାବ ଦଳର ଅଧିନାୟକତ୍ୱ କେଏଲ ରାହୁଲଙ୍କ ହାତରେ ଥିଲା। ମୁଖ୍ୟ କୋଚ ଅନିଲ କୁମ୍ବଲେ ଥିଲେ। କ୍ରିସ ଗେଲ ପଞ୍ଜାବ ଫ୍ରାଞ୍ଚାଇଜ ଉପରେ ତାଙ୍କୁ ଅପମାନିତ କରିବାର ଅଭିଯୋଗ ଲଗାଇ ଅନିଲ କୁମ୍ବଲେ ତାଙ୍କୁ ବହୁତ ନିରାଶ କରିଥିବା କହିଛନ୍ତି।

ଏକ ପୋଡକାଷ୍ଟରେ, କ୍ରିସ ଗେଲ ସ୍ବୀକାର କରିଛନ୍ତି, ତାଙ୍କ ଆଇପିଏଲ କ୍ୟାରିଅର ଠିକ ଭାବରେ ଶେଷ ହୋଇ ନ ଥିଲା। ପଞ୍ଜାବ କିଙ୍ଗସ୍‌ରେ ମୋତେ ଅପମାନିତ କରାଯାଇଥିଲା। ମୋତେ ସେହି ଦଳରେ ଗୁରୁତ୍ୱ ଦିଆ ଯାଇ ନ ଥିଲା। କାରଣ ମୁଁ ଜଣେ ବରିଷ୍ଠ ଖେଳାଳି ଏବଂ ଲିଗ ପାଇଁ ବହୁତ କିଛି କରିଛି। ମୁଁ ଏପରି ଅନୁଭବ କରିବାକୁ ଲାଗିଲି ଯେପରି ମୋ କାନ୍ଧ ଉପରେ ଏକ ବଡ଼ ବୋଝ ଥିଲା। ପ୍ରଥମ ଥର ମୋତେ ଡିପ୍ରେସନକୁ ଯିବାପରି ଲାଗିଥିଲା।

ଏପରି ମାନସିକ ଅବସ୍ଥାରେ ଟଙ୍କା ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ଅନିଲ କୁମ୍ବଲେଙ୍କୁ ଫୋନ କଲି ଏବଂ ସ୍ପଷ୍ଟ ଭାବରେ କହିଲି ଯେ, ମୁଁ ଦଳ ଛାଡି ଦେଉଛି। ମୁଁ କାନ୍ଦିଥିଲି ଏବଂ ଦଳ ପରିଚାଳନା ଦେଖି ଅନିଲ କୁମ୍ବଲେଙ୍କ ଉପରେ ବହୁତ ନିରାଶ ହୋଇଥିଲି। କେଏଲ ରାହୁଲ ଅଧିନାୟକ ଥିଲେ, ସେ ମୋତେ କହିଥିଲେ, କ୍ରିସ, ତୁମେ ପରବର୍ତ୍ତୀ ମ୍ୟାଚ ଖେଳିବ। ମୁଁ ସ୍ପଷ୍ଟ ଭାବରେ କହିଥିଲି, ମୁଁ ଦଳର ମଙ୍ଗଳ କାମନା କରୁଛି। ମୁଁ ମୋର ବ୍ୟାଗ ପ୍ୟାକ କରି ଚାଲିଗଲି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସମର୍ପିତ ହୋଇ କାମ କରିବାକୁ ଆହ୍ବାନ

ନୂଆପଡ଼ା,୨୧ା୧ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ...

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri