ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି ଭକ୍ତ ଦାସ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ସେମାନଙ୍କ ଭଲ ଭବିଷ୍ୟତ ଥିଲା। ସେମାନେ ନିଜ ରାଜନୈତିକ କ୍ୟାରିୟରକୁ ନଷ୍ଟ କରିଦେଲେ । ସେ ବ୍ୟକ୍ତିଗତ ଭାବେ ସୋଫିଆଙ୍କ କଥା ଉଠାଇ କହିଥିଲେ ତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେବାପାଇଁ କହିଥିଲି। ସେ କିନ୍ତୁ ତାଙ୍କ ଅସଲ ରଙ୍ଗ ଦେଖେଇ ଦେଲେ ।
ଅନ୍ୟପକ୍ଷେ ସେ କହିଛନ୍ତି, ସୋଫିଆ କଟକବାସୀଙ୍କ ସମ୍ମାନ ହାନି କରିଛନ୍ତି। ତାଙ୍କ ବାପା ଚାହୁଁଥିଲେ ତାଙ୍କୁ କଂଗ୍ରେସ ଫେରେଇ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲି । କିନ୍ତୁ ସେ ଏଭଳି ହୀନ କାମ କଲେ ।
ତେବେ ଜଣଙ୍କୁ ଗଞ୍ଜାମର ଟାଇଗର କୁହାଯାଉଥିଲା ( ଟାଇଗର ଘାସ ଖାଏନି)କିନ୍ତୁ କାଲି ଆମେ ଦେଖିଲୁ ଟାଇଗର ଘାସ ଖାଇଦେଲା ।‘ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଭବିଷ୍ୟତରେ ସମ୍ପୃକ୍ତ ବିଧାୟକ, ବିଧାୟିକାଙ୍କ ସଭ୍ୟ ପଦ ରଦ୍ଦ କରାଯି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।
Dharitri – Odisha’s No.1 Odia Daily

Share