Posted inଜାତୀୟ

ମନ୍ଦିର ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲି, ଯଦି ସୁଯୋଗ ମିଳେ ଭୂମିପୂଜାକୁ ନିଶ୍ଚୟ ଯିବି: ଉମା ଭାରତୀ

ନୂଆଦିଲୀ,୨୨।୭: ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମଲାଲଙ୍କ ମନ୍ଦିରର ଭୂମିପୂଜା ଆୟୋଜିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରାୟ ୧୫୦ଜଣ ଯୋଗଦେବେ ବୋଲି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ରାମ ମନ୍ଦିର ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାଜପା ନେତ୍ରୀ ଉମା ଭାରତୀ ଭୂମିପୂଜାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୫୦୦ବର୍ଷରୁ ଚାଲିଆସିଥିବା ରାମ ମନ୍ଦିର ନିର୍ମାଣର ଆନ୍ଦୋଳନରେ ସେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଯଦି ସୁଯୋଗ ମିଳେ ତେବେ ଭୂମିପୂଜାକୁ ନିଶ୍ଚୟ ଯିବି ବୋଲି ଉମା ଭାରତୀ କହିଛନ୍ତି। କରୋନା ସଂକ୍ରମଣ ଯୋଗୁ ମନ୍ଦିରର ଭୂମିପୂଜା ଏକ ପ୍ରୋଟୋକଲ ଆଧାରରେ ଆୟୋଜିତ ହେବ। ଆଉ ଏହାକୁ ଅନୁସରଣ କରିବା ମଧ୍ୟ ନିହାତି ଜରୁରୀ। ତେବେ ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୂଜା ପାଇଁ ଏଯାଏଁ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆମନ୍ତ୍ରଣ କରାଯାଇନାହିଁ। ଯଦି ନିମନ୍ତ୍ରଣ କରାଯାଏ ତେବେ ସେ ନିଶ୍ଚୟ ଯିବେ ବୋଲି ଉମା ଭାରତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ କଂଗ୍ରେସରେ ବଢୁଛି ଫାଟ: ଜ୍ୟୋତିରାଦିତ୍ୟ ଗଢ଼ିବେ କି ନୂଆ ଦଳ !

ଭୋପାଳ,୨୨।୨: ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କମଳନାଥ, ଦିଗବିଜୟ ସିଂ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ଏଭଳି...

ବିଦେଶରେ ଏଭଳି କେଉଁ ସଂସ୍ଥା ଅଛି, ଯେଉଁଠାରୁ ରାହୁଲଙ୍କୁ ନିମନ୍ତ୍ରଣ ମିଳୁଛି: ଭାଜପା

ନୂଆଦିଲ୍ଲୀ,୨।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ତିନି ଦିନ ଧରି ଆମେରିକା ଗସ୍ତରେ ଅଛନ୍ତି। ଏଠାରୁ ସେ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ...

ଅର୍ଦ୍ଧସାମରିକ ବାହିନୀ ମୁତୟନ:ଅଧିକ ପୈଠ କରିବେ ରାଜ୍ୟ

ନୂଆଦିଲ୍ଲୀ,୧୧-୧୦:(ଆଇଏଏନ୍‌ଏସ୍‌):ଅର୍ଦ୍ଧସାମରିକ ବାହିନୀ ମୁତୟନ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ୧୦ ପ୍ରତିଶତ ଅଧିକ ଦେୟ ପୈଠ କରିବେ। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ...

ଭାଜପା ନେତ୍ରୀଙ୍କ ବିରୋଧରେ ମହିଳା ଆୟୋଗ ଗଲେ ଉର୍ଫି

ଜାନୁୟାରୀ ୪ରେ ଭାଜପା ନେତ୍ରୀ ଚିତ୍ରା କିଶୋର ଓ୍ବାଘ ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଅଶାଳୀନ ଡ୍ରେସିଂ ସେନ୍ସକୁ ନେଇ ଟୁଇଟର୍‌ରେ ସମାଲୋଚନା କରିଥିଲେ। ଅର୍ଦ୍ଧନଗ୍ନ ମହିଳା...

ମଙ୍ଗଳବାରଠାରୁ ଜାରି ହେଲା ୧୪ ଦିନିଆ ଲକ୍‌ଡାଉନ୍‌…

ବେଙ୍ଗାଲୁରୁ,୨୬।୪: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏଭଳିସ୍ଥଳେ ସଂକ୍ରମଣ ରୋକିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପକ୍ଷରୁ ୧୪...

ଗୋଆରେ କେଜ୍ରିଓ୍ବାଲଙ୍କ ୭ ପ୍ରତିଶ୍ରୁତି …

ପଣଜୀ,୨୧।୯: ଅସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଭୋଟରଙ୍କୁ ଆକର୍ଷିତ କରିବା ଲାଗି...

‘ତିତଲି’ଠାରୁ ଭୟଙ୍କର ହେବ ‘ଫନୀ’

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦।୪: ବାତ୍ୟା ‘ଫନୀ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏହା ଓଡ଼ିଶା ଉପକୂଳର ପୁରୀଠାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶାର ଉପକୂଳ ଅଞ୍ଚଳ...

୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୮ା୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ବଳରେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। କେତେଜଣ...

Advertisement
Archives

Model This Week