‘ମୁଁ ହାତ ଯୋଡ଼ି ଅନୁରୋଧ କଲେ ମଧ୍ୟ ଶୁଣିଲେନି’

ଭୁବନେଶ୍ୱର, ୧୧।୩: ଗୃହରେ ହଟ୍ଟଗୋଳକୁ ନେଇ ମୁହଁ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ମାଇକ ବନ୍ଦ ପାଇଁ ବିରୋଧୀ ବିଧାୟକ ଉଦ୍ୟମ କରିଥିଲେ। ମୁଁ ହାତ ଯୋଡ଼ି ଅନୁରୋଧ କଲେ ମଧ୍ୟ ଶୁଣିଲେନି। କ’ଣ କାର୍ଯ୍ୟାନୁଷ୍ଠାନ ହେବ ବାଚସ୍ପତି ନିଷ୍ପତି ନେବେ।ଏହା ସହ ସେ କହିଛନ୍ତିଥବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଗୃହରେ ଉତ୍ତର ରଖୁଥିଲି ।ତାରା ବାହିନୀପତି ପାଖକୁ ଆସି ଉତ୍ତର ନରଖିବାକୁ କହିଲେ। ତାରାଙ୍କ ପଛରେ କିଛି ବିଜେଡି ବିଧାୟକ ମଧ୍ୟ ଥିଲେ।

ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ ମଙ୍ଗଳବାର ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗୃହରେ ହଟ୍ଟଗୋଳ ପାଇଁ କଂଗ୍ରେସ, ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଧାୟକ ଟଙ୍କଧର କହିଛନ୍ତି। । ଗୃହରେ ବିରୋଧୀ ଭାବେ କିପରି କାର୍ଯ୍ୟ କରାଯାଏ କଂଗ୍ରେସ, ବିଜେଡି ଶିଖି ନ ଥିବା ତ୍ରୀପାଠୀ ଅଭିଯୋଗ କରିଛନ୍ତି।

ଗୃହରେ ବିରୋଧୀ ଅସୌଜନ୍ୟ ବ୍ୟବହାର କରୁଛନ୍ତି। ମହିଳା ବାଚସ୍ପତିଙ୍କୁ କାଗଜ ଫିଙ୍ଗି ଅପମାନିତ କରିଛନ୍ତି। ଏନେଇ ବିରୋଧୀ କ୍ଷମା ମାଗନ୍ତୁ ବୋଲି ଝାରସୁଗୁଡ଼ା ବିଧାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।