Posted inଫୁରସତ

ରୋଜଗାର ଟଙ୍କାରେ ଋଣ ପରିଶୋଧ କରିଥିଲି

ସବୁ ପ୍ରଥମର ପ୍ରାଥମିକତା ଜିଇଥିବା ଯାଏ ନିଜ ବାସ୍ନାରେ ବିଭୋର କରୁଥାଏ ସଭିଙ୍କୁ। ଯେମିତି ଅମରତ୍ୱ ଲଭେ ପ୍ରଥମ ପ୍ରେମ।, ଶିହରଣ ସବୁବେଳେ ବୁଣି ଦେଉଥାଏ ପ୍ରଥମକରି ବାପାଙ୍କ କୋଳରେ ବସି ଖଡ଼ି ଛୁଇଁବା, ଘରୁ ଲୁଚିକରି ସାଙ୍ଗମାନଙ୍କ ସହିତ ପୋଖରୀରେ ବୁଡ଼ି ବୁଡ଼ି ଆଖି ନାଲି ପକେଇ, ବୋଉ ପଛେ ପଛେ ଲୁଚିକରି ବାପାଙ୍କ ମାଡ଼ରୁ ନିସ୍ତାର ପାଇବା, ପିଲାଦିନର ମନେଥିବା ସବୁ ପ୍ରଥମ ମାନଙ୍କର ସ୍ମୃତି। ହୃଦୟର କୋଉଠି ନା କୋଉଠି ପ୍ରାଣପ୍ରିୟା ପ୍ରଣୟିନୀର ପ୍ରଥମ ଛୁଆଁ ପରି ମଜବୁତ୍‌ ଜାଗାଟିଏ ମାଡି ବସିଥାଏ ଜୀବନରେ ପ୍ରଥମ ରୋଜଗାରର ପ୍ରଥମ ସ୍ମୃତି।
ସବୁ ମା’ବାପାଙ୍କର ସ୍ବପ୍ନ ଥାଏ ପୁଅଟିଏ ହେଉ ଭଲ ରୋଜଗାର କରୁ, ପାଞ୍ଚଜଣରେ ଜଣେ ହୋଇ ବଂଶ ମର୍ଯ୍ୟାଦା ବଢ଼ାଉ। ତେଣୁ ନିଜେ ନ ଖାଇ ପିଲାମାନଙ୍କୁ ଖୁଆଇ, ନିଜେ ଅନେକ ରାତି ନ ଶୋଇ ପିଲାଙ୍କ ଆବଶ୍ୟକତା ପୂରଣ କରିବାରେ ସ୍ବପ୍ନ ଦେଖିଚାଲନ୍ତି ମା’ବାପା। ଏସବୁ ମୁଁ ଏବେ ବୁଝୁଛି ବାପା ହେବାପରେ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତିର ନିଜର ବି କିଛି ସ୍ବପ୍ନ ଥାଏ; ଯାହାର ଆଧାରରେ ସେ ଅହରହ ସଜାଡ଼ି ଚାଲୁଥାଏ ନିଜକୁ। ଗୋଟିଏ ପରିପୂର୍ଣ୍ଣ ଜୀବନ ଜିଇବାର ଲୋଭ କାହାର ବା ନ ଥାଏ ଯେ ମୁଁ ସେଥିରୁ ବାଦ୍‌ ପଡ଼ିଥାନ୍ତି? ମୁଁ ବି ଦେଖିଥିଲି ସେଇମିତି କିଛି ଯୁବସୁଲଭ ସ୍ବପ୍ନ। ଅନେକ ଢଙ୍ଗରେ ନିଜକୁ ସଜାଡ଼ିଛି, ଗଢ଼ିବାକୁ ଚେଷ୍ଟା କରିଛି ନିଜକୁ ଆଖିଦେଖା ଆଦର୍ଶମାନଙ୍କ ପରି। ଭିତରୁ ଭିତରୁ ଭାଙ୍ଗିଛି ଯେତିକି ସେତିକି ଅଣ୍ଟା ସଳଖିବାରେ ଚେଷ୍ଟା କରିଛି।
କୁହାଯାଏ, ଯୁବ ଦାରିଦ୍ର୍ୟ ହିଁ ବାଟ ଓଗାଳେ ସବୁ ଯୁବସୁଲଭ ଗୁଣମାନଙ୍କର। ଗୋଟେ ଯୁ ନ ଥିବା ବକ ପରି ଜୀବନ ବିତାନ୍ତି ମୋ ପରି ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଯୁବକମାନେ। ଅନେକ ପ୍ରଚେଷ୍ଟାର ଅନ୍ତ ଘଟାଇ ପ୍ରଥମ ରୋଜଗାର… ଓଃ… ଗୋଟେ ସ୍ବର୍ଗୀୟ ଆନନ୍ଦ ହିଁ ଦେଇଥାଏ। ଯେମିତି ମୁଁ ପଢ଼ାପଢ଼ି କରି ଚାକିରିଟିଏ ଖୋଜୁଥିଲାବେଳେ ୨୦୦୧ ମସିହାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଲି ଘରଠୁ ପ୍ରାୟ ୭୦ କି.ମି ଦୂରରେ ଚାରିପଟେ ଜଳବେଷ୍ଟିତ ଗୋଟେ ନିପଟ ମଫସଲ ଗାଁରେ, ମାତ୍ର ୧୫୦୦ ଟଙ୍କା ପାରିତୋଷିକରେ(ଯାହାକୁ ଦରମା କହିହେବ ନାହିଁ)। ଦୀର୍ଘ ୧୮ ମାସ ବିଦ୍ୟାଳୟରେ ଶିକ୍ଷାଦାନ କଲାପରେ ମୋତେ ବାରମାସର ମୋଟ ୧୮,୦୦୦ ଟଙ୍କା ମିଳିଥିଲା। ଖୁସିର ସୀମା ନ ଥିଲା, ଯେଉଁଦିନ ମୋ ରୋଜଗାରରେ ଘର ପାଇଁ କିଛି କରିବାର ସୁଯୋଗ ମୋତେ ମିଳିଥିଲା। ସତ କହିବାକୁ ଗଲେ ମାସିକ ୧୫୦୦ ଟଙ୍କାର ମୂଲ୍ୟ ବା କେତେ? ମୋତେ କିନ୍ତୁ ସେତିକି ଟଙ୍କା ମୁକ୍ତି ଦେଇଥିଲା ବେରୋଜଗାରି ପଣରୁ। ସେ ଟଙ୍କାରେ ନା ନିଜ ପାଇଁ ଶାର୍ଟ ଖଣ୍ଡେ କିଣିଥିଲି ନା ବାପା ବୋଉଙ୍କ ପାଇଁ କିଛି କିଣିଥିଲି। ବରଂ ସେ ଟଙ୍କାରେ ବେକାର ଥିବା ସମୟରେ ଗାଈ କିଣିବା ପାଇଁ ବ୍ୟାଙ୍କରୁ କରିଥିବା ଋଣକୁ ପରିଶୋଧ କରିଥିଲି।
ତେଣୁ ମୋ ପ୍ରଥମ ରୋଜଗାର ମୋତେ ଋଣମୁକ୍ତ କରିବା ସହିତ ରୋଜଗାରକ୍ଷମ କରିଥିବାରୁ ତାହା ମୋତେ ଯେତିକି ପୁଲକ ଦେଇଛି ତା’ଠୁ ଅଧିକ ସ୍ବାଭିମାନର ସହ ବଞ୍ଚତ୍ବାକୁ ଆତ୍ମମନସ୍କ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri