ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି

ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ବାଲିପୁର ଗାଁର କୌଶଲ୍ୟା ଜେନା ଓ ସ୍ବର୍ଗତ ନୀଳାମ୍ବର ଜେନାଙ୍କ ମୁଁ ହେଲି ସାନପୁଅ। ବାପା ବୌଦ୍ଧ ଜିଲା ଆଡେନିଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲାବୋରେଟୋରି ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ, ଆଉ ମା’ ଥିଲେ ଜଣେ ଗୃହିଣୀ। ଯୌଥ ପରିବାରର ବଡ ପୁଅ ହିସାବରେ ବାପା ସବୁବେଳେ ତାଙ୍କ ୫ଭାଇ ଓ ୬ଭଉଣୀଙ୍କୁ ମଣିଷ କରିବା ଭିତରେ ନିଜକୁ କେବେ ବି ପ୍ରାଥମିକତା ଦେଉ ନ ଥିଲେ। କିନ୍ତୁ ବୋଉ, ବାପାଙ୍କର ସେହି ସ୍ବଳ୍ପ ଦରମା ଆଉ ଜଞ୍ଜାଳ ପରିବାର ଭିତରେ ବି ଆମ ଦୁଇ ଭାଇଙ୍କୁ ବଡ ମଣିଷ କରିବାର ସ୍ବପ୍ନ ଦେଖୁଥିଲେ। ବୋଉ ବାପା ମୋତେ ଭଲ ଡାକ୍ତରଟିଏ ହେବାପାଇଁ ଛୋଟବେଳୁ ପ୍ରୋତ୍ସାହିତ କରି ଆସୁଥିଲେ। ବାପାଙ୍କ ଚାକିରି ସ୍ଥାନ ଆଡେନିଗଡଠାରେ ଥିଲା। ତେଣୁ ସେଠାରୁ ପ୍ରାଥମିକ ଶିକ୍ଷା ଓ ପରେ ଦଶପଲ୍ଲା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ଭୁବନେଶ୍ୱରରେ ଯୁକ୍ତ୨ ବିଜ୍ଞାନ ପଢିଥିଲି। ହେଲେ ସେତେବେଳେ ଡାକ୍ତରୀ ପାଠ ଅପେକ୍ଷା ଇଞ୍ଜିନିୟରିଂ ପଢିବାକୁ ମୋ ମନରେ ଅଧିକ ଆଗ୍ରହ ଆସିବାରୁ ଏଆଇଇଇଇ ପ୍ରବେଶିକା ପରୀକ୍ଷା ଦେଇ ସେଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ଏନ୍‌ଆଇଟି ରାଉରକେଲାରେ କମ୍ପ୍ୟୁଟର ସାଇନ୍ସ ପଢିବା ପାଇଁ ମନୋନୀତ ହୋଇଥିଲି। କିନ୍ତୁ ହଠାତ୍‌ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୦୦୯ରେ ବାପାଙ୍କର ଅକାଳ ବିୟୋଗ ହୋଇଯିବାରୁ ତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇ ଡାକ୍ତର ହେବା ପାଇଁ ପୁଣି ପଢାପଢି ଆରମ୍ଭ କଲି। ୨୦୧୦ରେ ମେଡିକାଲ ଏଣ୍ଟ୍ରାନ୍ସ ପାସ୍‌ କରି ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ, ବୁର୍ଲାରେ ପଢିଲି। ସେଠାରୁ ଏମ୍‌ବିବିଏସ୍‌ ପାଠ ଶେଷ କରି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ୨୦୧୬ରୁ ଫୁଲବାଣୀର ଗୁମାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଅଛି। ମୋ ବଡ଼ ଭାଇ ମଧ୍ୟ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱରରେ ଏଏସ୍‌ଓ ଭାବେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅଛନ୍ତି। ତେବେ ଯେଉଁଦିନ ମୁଁ ମୋ ପ୍ରଥମ ଦରମା ପାଇଥିଲି, ଗାଁରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି; ଯେଉଁଥିରେ ଆଖପାଖ ଅନେକ ଗାଁର ଲୋକେ ଆସି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣା ଔଷଧ ନେଇଥିଲେ। ମାନବ ସେବାକୁ ହିଁ ମାଧବ ସେବା ଭାବି ସେବେଠାରୁ ପ୍ରତିବର୍ଷ ବାପାଙ୍କ ଶ୍ରାଦ୍ଧ ଦିବସରେ ଏହି ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଆସୁଛି। ଡାକ୍ତରୀ ମୋ ପେସା ହୋଇଥିଲେ ହେଁ ଗୀତ ଗାଇବା, ଅଭିନୟ କରିବା ଓ କ୍ରିକେଟ ଖେଳିବା ହେଉଛି ମୋ ନିଶା, ଆଉ ରୋଗୀ ସେବା ମୋର ବୃତ୍ତି ଆଉ ପ୍ରବୃତ୍ତି। ଆଗକୁ ଜଣେ ହୃଦ୍‌ରୋଗ ବିଶେଷଜ୍ଞ ହୋଇ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ଅଭିଳାଷ ରଖିଛି। ଆଉ ସେହି ଲକ୍ଷ୍ୟ ପଥରେ ପହଞ୍ଚତ୍ବାକୁ ଭଗବାନ ମୋର ପଥ ଉନ୍ମୁକ୍ତ କରନ୍ତୁ ବୋଲି କାମନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri