ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ । ଟିଟିଲାଗଡ଼ ବଏଜ୍ ହାଇସ୍କୁଲ୍ ପଡ଼ିଆରେ ଓଡିଶା କଳାକାର ଏକତା ମଞ୍ଚ ପକ୍ଷରୁ ଆୟୋଜିତ ଏହି ସଭାରେ ଯୋଗ ଦେଇ ହ୍ୟୁମାନଙ୍କ ମାଆ କହିଛନ୍ତି, ସେ ଗଣମାଧ୍ୟମରେ ଯାହା କହିଛନ୍ତି, ତାହା ନିରାଟ ସତ୍ୟ । ସେ ପୁତ୍ର ବିଚ୍ଛେଦରୁ ମୁକୁଳି ପାରି ନ ଥିବାରୁ ଏଯାଏଁ FIR ଦେଇ ନାହାଁନ୍ତି କିମ୍ବା ଏ ବିଷୟରେ କୌଣସି ନିଷ୍ପତ୍ତି ନେଇ ପାରି ନାହାଁନ୍ତି । ତେବେ ତାଙ୍କର ଶେଷ ଭରସା ବୋହୂ ଓ ନାତୁଣୀ । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ମାଆ ପୂର୍ବରୁ ଦୁଇ ଜଣ ମ୍ୟାନେଜର ଓ ଜଣେ ଗାୟିକାଙ୍କୁ ଦାୟୀ କରିଥିଲେ ।

ଏହି ଅବସରରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ମଧ୍ୟ ନିଜ ଦୁଃଖଭରା କାହାଣୀ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, “ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି ଓ ୮ ବର୍ଷରେ ମୋ ଝିଅ ବାପାଙ୍କୁ ହରାଇଲା ।” ମାଆ ପୂର୍ବରୁ ଯାହା ସବୁ କହିଛନ୍ତି ଓ ଯେଉଁମାନଙ୍କ ନାଁ ନେଇଛନ୍ତି, ସେଥିରେ ସେ ଶତପ୍ରତିଶତ ଏକମତ ବୋଲି ଶ୍ରେୟା କହିଛନ୍ତି । ଅର୍ଥାତ୍ ମାଆ କରିଥିବା ସମସ୍ତ ଅଭିଯୋଗ ପୂରା ସତ ।

ଶ୍ରେୟା ମିଶ୍ର ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ସ୍ବାମୀ ହ୍ୟୁମାନଙ୍କ ସମାଧି ପୀଠକୁ ଯାଇ ଭୋ ଭୋ ହୋଇ କାନ୍ଦିଥିଲେ । ମାଆ ମଧ୍ୟ ପୁଅକୁ ବୋହୂ ଶ୍ରଦ୍ଧାଞ୍ଜଳି ଦେଇଥିବାରୁ ଏବଂ ବୋହୂ ଓ ନାତୁଣୀ ତାଙ୍କୁ ସମ୍ଭାଳିଥିବାରୁ ଭାବବିହ୍ବଳ ହୋଇ କାନ୍ଦିଥିଲେ । ସଭାରେ ଯୋଗଦେବା ପାଇଁ ଅଭିନେତା ଅନୁଭବ ମହାନ୍ତିଙ୍କ ସମେତ ଚଳଚ୍ଚିତ୍ର ଓ ସଂଗୀତ ଜଗତର ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଟିଟିଲାଗଡ଼ରେ ପହଞ୍ଚିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ବାବା ଖଣ୍ଡୁଆଳଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ଲାଞ୍ଜିଗଡ ବିଧାୟକଙ୍କ ସହ…

ଥୁଆମୂଳ ରାମପୁର, ୨୮।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମପଞ୍ଚାୟତ ସ୍ଥିତ ଚୁଲବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri