Posted inଜାତୀୟ

ବିନମ୍ରତା ସହ ମୁଁ ଭାରତ ରତ୍ନକୁ ସ୍ବୀକାର କରୁଛି, ଏହି ୨ ନେତାଙ୍କୁ ମନେ ପକାଇ ହେଲେ ଭାବୁକ ଆଡଭାନୀ …

ନୂଆଦିଲ୍ଲୀ,୩।୨ : ୧୯୯୦ ଦଶକ ଆରମ୍ଭରେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ନିର୍ମାଣକୁ ନିଜ ରଥ ଯାତ୍ରା ମାଧ୍ୟମରେ ଜାତୀୟ ମାନ୍ୟତା ପ୍ରଦାନ କରିଥିବା ଭାଜପାର ଭେଟେରାନ ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ।

ଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଆଡଭାନୀ ଭାରତ ରତ୍ନ ଘୋଷଣା ଉପରେ ଏକ ବିବୃତ୍ତି ଦେଇଛନ୍ତି। ଏଥିରେ କୁହାଯାଇଛି, ବିନମ୍ରତା ଏବଂ କୃତଜ୍ଞତା ସହ ମୁଁ ଆଜି ଭାରତ ରତ୍ନକୁ ସ୍ବୀକାର କରୁଛି। ଏହା କେବଳ ମୋ ପାଇଁ ଜଣେ ବ୍ୟକ୍ତି ଭାବରେ ନୁହେଁ, ଆଦର୍ଶ ଏବଂ ନୀତି ପାଇଁ ମଧ୍ୟ ଏକ ସମ୍ମାନ, ଯାହା ମୁଁ ମୋ ଜୀବନସାରା ମୋ ସାମର୍ଥ୍ୟ ଅନୁଯାୟୀ ସେବା କରିଛି ।

ଏହି ଘୋଷଣା ପରେ ଝିଅ ପ୍ରତୀଭା ଆଡଭାନୀ ବାପାଙ୍କୁ ମିଠା ଖୁଆଇ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହା ଉପରେ ଖୁସି ବ୍ୟକ୍ତ କରି ସେ କହିଛନ୍ତି, ’ମୁଁ ଏବଂ ଆମ ସମଗ୍ର ପରିବାର ଏନେଇ ବହୁତ ଖୁସି। ନିଶ୍ଚିତ ଭାବରେ, ମୁଁ ଆଜି ଯାହାକୁ ଅଧିକ ମନେ ପକାଉଛି, ସେ ହେଉଛନ୍ତି ମୋର ମା, ଯିଏ ବାପାଙ୍କ ଜୀବନରେ ବହୁ ଅବଦାନ ରଖିଛନ୍ତି।

ଏହି ଖବର ଶୁଣିବା ପରେ ଲାଲକୃଷ୍ଣ ଆଡଭାନୀଙ୍କୁ ଆଖିରେ ଲୁହ ଆସିଯାଇଥିଲା। ସେ ଖୁସି ଏବଂ ସନ୍ତୁଷ୍ଟ ଯେ ସେ ତାଙ୍କର ସମଗ୍ର ଜୀବନକୁ ଦେଶର ସେବାରେ ଉତ୍ସର୍ଗ କରିଛନ୍ତି। ତେଣୁ, ଆମେ ବହୁତ ଖୁସି ବୋଲି ପ୍ରତୀଭା କହିଛନ୍ତି।

ନ୍ୟୁଜ ଏଜେନ୍ସି ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ଏଲ.କେ ଆଡଭାନୀଙ୍କ ପୁଅ ଜୟନ୍ତ କହିଛନ୍ତି, ’ମୁଁ ଏବଂ ମୋ ପରିବାର ଏହାକୁ ନେଇ ବହୁତ ଖୁସି। ମୋ ବାପାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି। ସାଧାରଣ ଜୀବନରେ ମୋର ପିତାଙ୍କ ଅବଦାନ ଅତୁଳନୀୟ ଏବଂ ଏହା ଦେଖି ଆଶ୍ଚର୍ଯ୍ୟଜନକ ଯେ ତାଙ୍କ ଜୀବନର ଏହି ପର୍ଯ୍ୟାୟରେ ତାଙ୍କର ଏହି ପ୍ରୟାସକୁ ଏହି ଚମତ୍କାର ଉପାୟରେ ସ୍ବୀକୃତି ଦିଆଯାଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri