Posted inଖେଳ

ବାପା ମା’ଙ୍କ ଜନ୍ମ ସ୍ଥାନରେ କମାଲ୍‌ କଲେ ଏହି ନ୍ୟୁଜିଲାଣ୍ଡ କ୍ରିକେଟର୍‌: ମିଳିଲା ସ୍ବତନ୍ତ୍ର ମେସେଜ୍‌

ମୁମ୍ବାଇ,୪ା୧୧: ଭାରତ ବିପକ୍ଷରେ ଐତିହାସିକ କ୍ଲିନ୍‌ ସୁଇପ୍‌ ପରେ ବାପାଙ୍କ ଠାରୁ ଏକ ସ୍ବତନ୍ତ୍ର ମେସେଜ୍‌ ମିଳିଥିବା କହିଛନ୍ତି ଯୁବ ଖେଳାଳି ରାଚିନ୍‌ ରବୀନ୍ଦ୍ର। ସିରିଜ୍‌ ବିଜୟ ପରେ ‘ମୁଁ ତୁମ ପାଇଁ ଗର୍ବିତ’ ବୋଲି ବାପା ମେସେଜ୍‌ କରିଥିବା ରବୀନ୍ଦ୍ର କହିଛନ୍ତି। ନିଜ ବାପା ମା’ଙ୍କ ଜନ୍ମ ସ୍ଥାନରେ ଏକ ଟେଷ୍ଟ ସିରିଜ୍‌ ଜିତିବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ତେବେ ବାପାଙ୍କ ମେସେଜ ସବୁଠାରୁ ସ୍ବତନ୍ତ୍ର ଥିଲା। ୨୪ ବର୍ଷୀୟ ଅଲରାଉଣ୍ଡର ଜଣକ ନ୍ୟୁଜିଲାଣ୍ଡର ଓ୍ବେଲିଂଟନ୍‌ରେ ଜନ୍ମଗ୍ରହଣ କରିଥିଲେ। ବାପା ରବି କ୍ରିଷ୍ଣମୂର୍ତ୍ତି ଓ ମା’ ଦୀପା ଉଭୟ ବେଙ୍ଗାଲୁରୁର ବାସିନ୍ଦା। ଏପରି କି ତାଙ୍କ ଜେଜେ ବାପା ଓ ଜେଜେ ମା’ ଏବେ ବି ବେଙ୍ଗାଲୁରୁରେ ବାସ କରନ୍ତି। ପିତାଙ୍କ ନିକଟରୁ ପ୍ରଶଂସା ମିଳିବା ଅତ୍ୟନ୍ତ ବିରଳ ହୋଇଥିବା ବେଳେ ଏହି ମେସେଜ୍‌ ପାଇ ସେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି ରବୀନ୍ଦ୍ର। ଏପରିକି ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ରବୀନ୍ଦ୍ରଙ୍କ ପିତା ମ୍ୟାଚ୍‌ ଦେଖିବା ପାଇଁ ଉପସ୍ଥିତ ଥିଲେ। ଏହି ମ୍ୟାଚ୍‌ରେ ରବୀନ୍ଦ୍ର ଶତକ ଓ ଅପରାଜିତ ୩୯ ରନ୍‌ ସ୍କୋର କରି ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ପିତାଙ୍କ ସମ୍ମୁଖରେ ଶତକ ହାସଲ କରିବା ମଧ୍ୟ ମୋ ପାଇଁ ସ୍ବତନ୍ତ୍ର ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଷ୍ଟାର୍କଙ୍କ ଆଗରେ ଆତ୍ମସମର୍ପଣ କଲେ ଭାରତୀୟ ବ୍ୟାଟର୍‌

ଆଡିଲେଡ,୬।୧୨: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆର ପ୍ରଥମ ଇନିଂସ ୧୮୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।...

ମିଚେଲ ଷ୍ଟାର୍କଙ୍କ ଚମତ୍କାର ବୋଲିଂ: ଭୁଶୁଡିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର

ଆଡିଲେଡ,୬।୧୨: ଆଡିଲେଡରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆର ଆରମ୍ଭ କିଛି ବିଶେଷ ନ ଥିଲା। ପ୍ରଥମ ଅଧିବେଶନରେ ଦଳ ଚାରିଟି ଉଇକେଟ ହରାଇଥିଲା। ମିଚେଲ...

ହାଇବ୍ରିଡ୍ ମଡେଲ ପାଇଁ ରାଜି ହେଲା ପାକିସ୍ତାନ, କିନ୍ତୁ ଭାରତକୁ ଲାଗିଲା ବଡ଼ ଝଟକା

ମୁମ୍ବାଇ,୬।୧୨: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବାର ରାସ୍ତା ଏକ ପ୍ରକାର ପରିସ୍କାର ହୋଇଛି। କିନ୍ତୁ ଏହା ସମୁର୍ଣ୍ଣ ଭାବେ ପାକିସ୍ତାନରେ ଆୟୋଜିତ ହେବନାହିଁ। ଭାରତ...

ଟସ୍‌ ଜିତିଲା ଭାରତ: ଦଳରେ ବଡ଼ ପରିବର୍ତ୍ତନ କଲେ ରୋହିତ ଶର୍ମା

ଆଡିଲେଡ୍‌,୬।୧୨: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଟସ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ରୋହିତ...

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଆଡିଲେଡ,୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆଡିଲେଡର ଓଭାଲରେ ଖେଳାଯିବ। ଏହା ପିଙ୍କ୍‌ ବଲ ଦିନରାତି ଟେଷ୍ଟ...

କିଏ ହେବ ବିସିସିଆଇର ପରବର୍ତ୍ତୀ ସମ୍ପାଦକ: ରେସ୍‌ରେ ଅଛି ଏହି ନାଁ

ନୂଆଦିଲ୍ଲୀ,୫ା୧୨(ପି.ଟି.): ଆଇସିସି ମୁଖ୍ୟ ଭାବରେ ବିସିସିଆଇ ସମ୍ପାଦକ ଜୟ ଶାହା ଦାୟିତ୍ୱ ଗ୍ରହଣ କରିବା ପରେ ଏହି ପଦବୀ ଖାଲି ରହିଛି। ଡିସେମ୍ବର ୧ ତାରିଖରେ...

ପାକିସ୍ତାନର ଗର୍ବ ଭାଙ୍ଗିଦେଲା ଭାରତ: ଫାଇନାଲ୍‌ରେ ଶକ୍ତିଶାଳୀ ପ୍ରଦର୍ଶନ

ମସ୍କଟ,୫ା୧୨: ଓମାନର ମସ୍କଟରେ ଅନୁଷ୍ଠିତ ଜୁନିୟର ଏସିଆ କପ୍‌ ହକି ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି କ୍ରମାଗତ ଥର ଚାମ୍ପିୟନ...

ବିସିସିଆଇର ଅଭ୍ୟାସ ସେସନ୍‌କୁ ଆସିବେନି ଦର୍ଶକ

ଡିଲେଡ୍‌,୪ା୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳର ଅଭ୍ୟାସ ସେସନ୍‌ରେ ଏଣିକି ଦର୍ଶକଙ୍କୁ ଦେଖିବାକୁ ମିଳିବ ନାହିଁ। କିଛି ଦର୍ଶକଙ୍କ ଖରାପ ବ୍ୟବହାର କାରଣରୁ ଏଭଳି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri