Posted inଜାତୀୟ

ମୁଁ କୁଆଡେ ଯାଇ ନାହିଁ…, ଦିଲ୍ଲୀ ପୋଲିସ କମଶନରଙ୍କୁ କାହିଁକି ଏମିତି ଚିଠି ଲେଖିଲେ ବିଧାୟକ ଅମାନତୁଲ୍ଲା

ନୂଆଦିଲ୍ଲୀ,୧୨।୨: ଓଖଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ନବନିର୍ବାଚିତ ଆମ ଆଦମୀ ପାର୍ଟି (ଆପ) ବିଧାୟକ ଅମାନତୁଲ୍ଲା ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଜାମିଆ ନଗରରେ ପୋଲିସ ଦଳ ଉପରେ ଆକ୍ରମଣର ନେତୃତ୍ୱ ନେବା ପାଇଁ ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହେବା ପରେ ସେ ଫେରାର୍‌ ଥିବା କୁହାଯାଉଥିଲା, କିନ୍ତୁ ଏହି ସମୟରେ ଆପ ବିଧାୟକ କହିଛନ୍ତି ଯେ ସେ କୌଣସି ସ୍ଥାନରୁ ପଳାଇ ନାହାଁନ୍ତି ବରଂ ତାଙ୍କ ବିଧାନସଭା କ୍ଷେତ୍ରରେ ଅଛନ୍ତି। ଏ ସମ୍ପର୍କରେ ଅମାନତୁଲ୍ଲା ଖାନ ଦିଲ୍ଲୀ ପୋଲିସ କମିଶନରଙ୍କୁ ଏକ ଚିଠି ଲେଖିଛନ୍ତି।

ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ଅମାନତୁଲ୍ଲା ଖାନ ଲେଖିଛନ୍ତି, ‘ମୁଁ ମୋ ନିର୍ବାଚନମଣ୍ଡଳୀରେ ଅଛି, ମୁଁ କୌଣସି ସ୍ଥାନକୁ ପଳାଇ ଯାଇନାହିଁ। ଦିଲ୍ଲୀ ପୋଲିସର କେତେକ ଲୋକ ମୋତେ ମିଥ୍ୟା ମାମଲାରେ ଫସାଇ ଦେଉଛନ୍ତି… ଦିଲ୍ଲୀ ପୋଲିସ ଯାହାକୁ ଗିରଫ କରିବାକୁ ଆସିଥିଲା ସେ ଜାମିନ ପାଇସାରିଛି। ଯେତେବେଳେ ସେହି ବ୍ୟକ୍ତି ତାଙ୍କ କାଗଜପତ୍ର ଦେଖାଇଲେ, ପୋଲିସ ନିଜର ଭୁଲ ଲୁଚାଇବା ପାଇଁ ମୋତେ ମିଥ୍ୟା ମାମଲାରେ ଫସାଇ ଦେଉଛନ୍ତି।’
ପୂର୍ବରୁ, ଦିଲ୍ଲୀ ପୋଲିସ ବିଧାୟକ ଏବଂ ସହ-ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଘର ଉପରେ ଚଢାଉ କରିଥିଲା, କିନ୍ତୁ କାହାକୁ ପାଇନଥିଲା। ଏବେ ଅଭିଯୁକ୍ତ ଅମାନତୁଲ୍ଲାଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ଅଛି। ବର୍ତ୍ତମାନ ପୋଲିସ ତାଙ୍କ ବିରୁଦ୍ଧରେ ଦଙ୍ଗା ଉସକାଇବା, ସରକାରୀ କାମରେ ବାଧା ସୃଷ୍ଟି କରିବା, ଜଣେ ସରକାରୀ କର୍ମଚାରୀଙ୍କ ସହ ଧସ୍ତାଧସ୍ତି କରି ଜଣେ ଅପରାଧୀଙ୍କୁ ମୁକ୍ତ କରିବା ଏବଂ ହତ୍ୟା ଧମକ ଦେବା ଭଳି ଧାରା ଅନୁଯାୟୀ ମାମଲା ରୁଜୁ କରିଛି।
କ୍ରାଇମବ୍ରାଞ୍ଚ ଟିମ ସୂଚନା ପାଇଥିଲା ଯେ ଜାମିଆ ନଗରରେ ୨୦୧୮ ମସିହାରେ ହୋଇଥିବା ଏକ ହତ୍ୟା ଉଦ୍ୟମ ମାମଲାରେ ଜଣେ ଘୋଷିତ ଅପରାଧୀ ଶାହୱାଜ ଜାମିଆ ନଗରରେ ଉପସ୍ଥିତ ଥିଲା। ସୂଚନା ଆଧାରରେ, ସୋମବାର ଅପରାହ୍ନରେ କ୍ରାଇମବ୍ରାଞ୍ଚ ଟିମ ସେଠାରେ ପହଞ୍ଚି ଶାହୱାଜକୁ ଗିରଫ କରିଥିଲା।
ଅଭିଯୋଗ ହୋଇଛି ଯେ ଏହି ସମୟରେ ଓଖଲାରୁ ନବନିର୍ବାଚିତ ଆପ ବିଧାୟକ ଅମାନତୁଲ୍ଲା ଖାନ ତାଙ୍କର 20-25 ସମର୍ଥକଙ୍କ ସହିତ ସେଠାରେ ପହଞ୍ଚିଥିଲେ। ସେମାନେ ପୋଲିସ ଦଳକୁ ଧମକ ଦେଇଥିଲେ ଏବଂ ଶାହୱାଜଙ୍କ ଗିରଫଦାରୀକୁ ବିରୋଧ କରିବା ଆରମ୍ଭ କରିଥିଲେ। ବିଧାୟକ ଏବଂ ତାଙ୍କ ସମର୍ଥକମାନେ ପୋଲିସ ଦଳକୁ ହତ୍ୟା କରିବାକୁ ଧମକ ଦେଇଥିଲେ ଏବଂ ପୋଲିସଙ୍କ ସହ ଧସ୍ତାଧସ୍ତି ପରେ ଅଭିଯୁକ୍ତ ଶାହୱାଜକୁ ଘଟଣାସ୍ଥଳରୁ ମୁକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri