Posted inଖେଳ

ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ରାତି ବିତାଇଛି… ଏହି କ୍ରିକେଟରଙ୍କ ମନ୍ତବ୍ୟକୁ ନେଇ ଖେଳିଗଲା ହଇଚଇ

ନୂଆଦିଲ୍ଲୀ,୧୨।୬: ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ବହୁତ ମଜା କରନ୍ତି। ସେମାନେ ସବୁବେଳେ ନିଜ ଜୀବନକୁ ଉପଭୋଗ କରନ୍ତି। ସେମାନଙ୍କ ସଂସ୍କୃତି ମଧ୍ୟ ସେମାନଙ୍କୁ ଏହିପରି ଉପଭୋଗ କରିବାର ସ୍ବାଧୀନତା ଦିଏ। ଏକ ଶୋ’ରେ, ଜଣେ ଭାରତୀୟ କ୍ରିକେଟର କହିଥିଲେ, ବ୍ରାଭୋ ବିବାହିତ ନୁହଁନ୍ତି, କିନ୍ତୁ ତାଙ୍କର ପିଲା ଏବଂ ଅନେକ ପ୍ରେମିକା ଅଛନ୍ତି। ଏବେ ଜଣେ କ୍ରିକେଟର ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ହଇଚଇ ସୃଷ୍ଟି ହୋଛି। ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ସମ୍ପର୍କ ରଖିଛି ବୋଲି ୱେଷ୍ଟଇଣ୍ଡିଜ କ୍ରିକେଟର ଟିନୋ ବେଷ୍ଟ କହିଛନ୍ତି।

ଟିନୋ ବେଷ୍ଟ ୱେଷ୍ଟଇଣ୍ଡିଜ ଦଳ ପାଇଁ ୨୬ ଟେଷ୍ଟ ଏବଂ ୨୫ ଦିନିକିଆ ଖେଳିଥିଲେ। ଟିନୋ ଆତ୍ମଜୀବନୀ ‘ମାଇଣ୍ଡ ଦି ୱିଣ୍ଡୋଜ ମାଇ ଷ୍ଟୋରୀ’ରେ ପ୍ରକାଶ କରିଥିଲେ ଯେ,କ୍ରିକେଟ ଖେଳୁଥିବା ସମୟରେ ତାଙ୍କର ଅନେକ ଦେଶର ଶହ ଶହ ଯୁବତୀଙ୍କ ସହ ସମ୍ପର୍କ ଥିଲା। ଯୁବତୀମାନେ ମୋତେ ପସନ୍ଦ କରନ୍ତି ଏବଂ ମୁଁ ମଧ୍ୟ ସେମାନଙ୍କୁ ପସନ୍ଦ କରେ। ମୁଁ ଭାବେ ଯେ ମୁଁ ବିଶ୍ୱର ସବୁଠାରୁ ସୁନ୍ଦର ଦେଖାଯାଉଥିବା ପୁରୁଷ। ମୁଁ ଜଣେ କ୍ରିକେଟର ଭାବରେ ଯେଉଁଠାକୁ ଯାଉଥିଲି, ଯୁବତୀମାନଙ୍କୁ ଡେଟ କରୁଥିଲି ଏବଂ ସେମାନଙ୍କ ସହିତ ରାତି ବିତାଉଥିଲି। ମୁଁ ଭାବୁଛି ଏହି ସମୟରେ ମୋର ପ୍ରାୟ ୫୦୦ ରୁ ୬୫୦ ଯୁବତୀଙ୍କ ସହ ସମ୍ପର୍କ ଥିଲା।”

ଟିନୋ ବେଷ୍ଟ ଏଥିରେ ତାଙ୍କ ସ୍ତ୍ରୀଙ୍କ ବିଷୟରେ ମଧ୍ୟ ଲେଖିଛନ୍ତି। ମୋର ପ୍ରଥମ ପ୍ରେମ ମେଲିସା ଥିଲା, ଯାହାଙ୍କଠାରୁ ମୋର ଏକ ଝିଅ ତମନି ଜନ୍ମ ହୋଇଥିଲା। କିନ୍ତୁ ମୋ ସ୍ତ୍ରୀ ସହିତ ସମ୍ପର୍କ ଖରାପ ହେବାରେ ଲାଗିଲା। ମୋର ବନ୍ଧୁମାନେ ମୋତେ କହୁଥିଲେ ଯେ, ଯେତେବେଳେ ମୁଁ ବାର୍ବାଡୋସ ପାଇଁ ଉଇକେଟ ନେବି, ମୋ ସ୍ତ୍ରୀ ଫେରି ଆସିବେ। ମୁଁ ଏପରି କଲି କିନ୍ତୁ ସେ ଫେରି ନ ଥିଲେ, ଏହା ପରେ ମୁଁ ଜଣେ ପ୍ଲେବୟ ହୋଇଗଲି। ମୁଁ ଯେକୌଣସି ଯୁବତୀଙ୍କୁ ପସନ୍ଦ କରୁଥିଲି, ସେ କିଏ ହେଉନା କାହିଁକି, ମୁଁ ତାଙ୍କ ସହିତ କଥା ହେଉଥିଲି।ଙ୍‌

ପୂର୍ବତନ ୱେଷ୍ଟଇଣ୍ଡିଜ କ୍ରିକେଟର ତାଙ୍କ ଆତ୍ମଜୀବନୀରେ କହିଛନ୍ତି, ମୁଁ ସପ୍ତାହରେ ୫ କିମ୍ବା ୬ ଡେଟରେ ଯାଉଥିଲି, ତାହା ମଧ୍ୟ ବିଭିନ୍ନ ଯୁବତୀଙ୍କ ସହିତ। ମୋତେ ଲଗାତାର ଯାତ୍ରା କରିବାକୁ ପଡୁଥିଲା, ଗୋଟିଏ ଦିନ ଏଠାରେ ଏବଂ ପରଦିନ ଅନ୍ୟ କୌଣସି ସ୍ଥାନରେ। ମୁଁ ଯୁବକ ଥିଲି ଏବଂ ଏହି ଜୀବନଶୈଳୀକୁ ପସନ୍ଦ କରୁଥିଲି। ସବୁଠାରୁ ଭଲ ଯୁବତୀମାନେ ଅଷ୍ଟ୍ରେଲିଆର, ସେମାନେ ସେମାନଙ୍କର ଫିଟନେସ ପ୍ରତି ଧ୍ୟାନ ଦିଅନ୍ତି ଏବଂ ସୁନ୍ଦର ଶରୀର ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri