Posted inଫୁରସତ

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି:ବିଜୟ ଚୌଧୁରୀ

ନୟାଗଡ଼ରେ ମୋ ଜନ୍ମ। ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ନୟାଗଡ଼ କଲେଜରେ ଆଇ.ଏ ଓ ବି.ଏ ପଢିଥିଲି। ତା’ପରେ ବାଣୀବିହାରରେ ଓଡ଼ିଆରେ ପି.ଜି କଲି। ପି.ଜି ସରିବା ପରେ ଓଡ଼ଗଁାସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଅଧ୍ୟାପନା କରିବାର ସୁଯୋଗ ପାଇଲି। ସେତେବେଳେ ଉକ୍ତ କଲେଜଟି ପରିଚାଳନା ସମିତି ଦ୍ୱାରା କାର୍ଯ୍ୟକାରୀ ହେଉଥିଲା। ତେଣୁ ମାସ ଶେଷକୁ ଉକ୍ତ ସମିତି ତରଫରୁ ମୋତେ ୩୦୦ ଟଙ୍କା ଦରମା ମିଳିଲା; ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ଏହି ଟଙ୍କାଟିକୁ ସିଧା ନେଇ ମୋ ବୋଉ ହାତରେ ଦେଇଥିଲି। କାରଣ ମୋ ନନା ଥିଲେ ଜଣେ ଦରଜୀ। ତା’ସାଙ୍ଗକୁ ଆମେ ପାଞ୍ଚ ଭାଇଭଉଣୀ ( ତିନି ଭାଇ ଓ ଦୁଇ ଭଉଣୀ)। ସମସ୍ତଙ୍କଠାରୁ ମୁଁ ଥିଲି ବଡ଼। ଘରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ନନା ଚାହୁଁଥିଲେ ମାଟ୍ରିକ୍‌ ପରେ ପଢା ବନ୍ଦ କରି ମୁଁ ଚାକିରି କରେ। ଇଚ୍ଛା ନଥିଲେ ବି ପଢା ବନ୍ଦ କରି ମୁଁ ଫରେଷ୍ଟ ଗାର୍ଡ ଚାକିରି ସକାଶେ ଇଣ୍ଟରଭ୍ୟୁ ଦେଲି। ସବୁ ଠିକ୍‌ଠାକ୍‌ ଥିଲା, ହେଲେ ମୋର ଉପଯୁକ୍ତ ବୟସ ହୋଇ ନଥିବାରୁ ସେ ଚାକିରିଟି ମୋତେ ମିଳିଲା ନାହିଁ। ତେଣୁ ପୁଣି ପାଠ ପଢିବାକୁ ମନ ବଳାଇଲି। ଏ କ୍ଷେତ୍ରରେ ମୋ ବୋଉ ମୋତେ ସାହାଯ୍ୟ କରିବାକୁ ଆଗେଇ ଆସିଲା। ଗାଈ କ୍ଷୀର ବିକି ସେ ମୋତେ ପାଠ ପଢାଇଲା ଆଉ ମୁଁ ପଢିଚାଲିଲି। ତେଣୁ ମୋ ରୋଜଗାର ଉପରେ ବୋଉର ପ୍ରଥମ ଅଧିକାର ଥିବା ଭାବି ତା’ ହାତରେ ନେଇ ଟଙ୍କାକୁ ଦେଇଥିଲି। ହେଲେ ସିଏ ରଖିଲା ନାହିଁ, ମୋତେ ଟଙ୍କାଟିକୁ ଫେରାଇ ଦେଇ କହିଲା- ‘ମୋର ଏ ଟଙ୍କା କ’ଣ ହବ, ତୁ ସବୁଦିନ ବସ୍‌ରେ ନୟାଗଡ଼ରୁ ଓଡଗଁା ଯିବାଆସିବା କରୁଛୁ, ତେଣୁ ଏ ଟଙ୍କା ତୁ ରଖ ତୋର କାମରେ ଆସିବ।’ ଏମିତି ହିଁ ଥିଲା ମୋ ବୋଉ। ତା’ରି ଆଶୀର୍ବାଦ ଯୋଗୁ ୧୯୮୦ରୁ ୧୯୯୨ ମସିହା ଯାଏଁ ମୁଁ ଉକ୍ତ କଲେଜରେ ଅଧ୍ୟାପନା କରିଥିଲି। ଅବଶ୍ୟ ତା’ରି ଭିତରେ ତିନି ଥର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ବି ଦାୟିତ୍ୱ ତୁଲାଇଥିଲି ଏବଂ ୧୯୮୮ରୁ ୟୁଜିସି ସ୍କେଲ୍‌ରେ ଦରମା ମଧ୍ୟ ପାଉଥିଲି। ତେବେ ଜାନୁୟାରୀ ୮, ୧୯୯୩ରେ ନୟାଗଡ଼ କଲେଜକୁ ମୋର ବଦଳି ହେଲା ଏବଂ ଅଗଷ୍ଟ ୩୧, ୨୦୧୪ରେ ମୁଁ ପ୍ରାଧ୍ୟାପକ ଭାବେ ଚାକିରୀରୁ ଅବସର ନେଲି। ଅବଶ୍ୟ ତା’ରି ଭିତରେ ୨୦୦୩ରେ ମୁଁ ’ପ୍ରୟୋଗବାଦୀ ନାଟ୍ୟଧାରା ଓ ନାଟ୍ୟକାର ବିଜୟ ମିଶ୍ର’ଙ୍କ ଉପରେ ଥେସିସ୍‌ ଲେଖି ଡକ୍ଟରେକ୍ଟ ଡିଗ୍ରୀ ହାସଲ କରିସାରିଥିଲି। ଚାକିରି ଜୀବନ ବାଦ୍‌ ସାହିତ୍ୟ ଓ ନାଟକ ପ୍ରତି ମଧ୍ୟ ମୋର ଦୁର୍ବଳତା ଥିଲା ଆଉ ରହିଛି। ୟା’ ଭିତରେ ମୋ ଲିଖିତ ସହସ୍ରାଧିକ କବିତା ଏବଂ ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ କରାଯାଇଥିବା ଆଲୋଚନା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି। ଏପିରିକି ‘ବିଜୟ ମିଶ୍ରଙ୍କ ନାଟକରେ ପରୀକ୍ଷା ଓ ପ୍ରୟୋଗ’, ‘ପ୍ରବାଦ ପୁରୁଷ ଯଦୁମଣି’, ’ଓଡ଼ିଆ ସାହିତ୍ୟର ସଂକ୍ଷେପ ଆକଳନ’ ନାମରେ ୩ଟି ପୁସ୍ତକ ଏବଂ ପ୍ରଫେସର୍‌ ଡ. ନାରାୟଣ ସାହୁଙ୍କ ଲିଖିତ ନାଟକ ସବା ଶେଷ ଲୋକକୁ ସମୀକ୍ଷା କରି ଏକ ସମୀକ୍ଷା ପୁସ୍ତକ ମଧ୍ୟ ରଚନା କରିସାରିଛି। ଏହାଛଡ଼ା ନାଟ୍ୟ ନିର୍ଦ୍ଦେଶକ ଭାବେ ବି ମୋର ଭିନ୍ନ ଏକ ପରିଚୟ ରହିଛି। ସ୍କୁଲ୍‌ରେ ପଢିଲାବେଳେ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲି। ବିଶେଷକରି ନାରୀ ଚରିତ୍ରରେ ଅଭିନୟ କରିବାରେ ମୁଁ ଥିଲି ବେଶ୍‌ ପାରଙ୍ଗମ। ସେଥିପାଇଁ ବାଣୀବିହାରରେ ପଢିଲାବେଳେ ନାଟକରେ ଅଭିନୟ କରି ବେଷ୍ଟ ଆକ୍ଟର୍‌ର ଆୱାର୍ଡ ପାଇଥିଲି। ପିଜି ପଢା ଶେଷ ପର୍ଯ୍ୟନ୍ତ ମୁଁ ନାଟକରେ ଅଭିନୟ କରିବା ଜାରି ରଖିଥିଲି। ହେଲେ ଅଧ୍ୟାପକ ହେଲା ପରେ ଆଉ ଅଭିନୟ ନ କରି ନାଟକ ଲେଖିବା ଓ ନିର୍ଦ୍ଦେଶନା ଦେବାକୁ ଅଣ୍ଟା କଷିଲି। ସେବେଠାରୁ ଏହି ଧାରା ମୋର ଜାରି ରହିଛି। ୟା’ ଭିତରେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ କେତୋଟି ନାଟ୍ୟ ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି। ତା’ସହିତ ଜଣେ ସଫଳ ନାଟ୍ୟ ନିର୍ଦ୍ଦେଶକ ହିସାବରେ କଟକ ଇଣ୍ଟରନ୍ୟାସନାଲ୍‌ ଥିଏଟର୍‌ ଅଲମ୍ପିଆଡ୍‌ ତରଫରୁ ୨୦୧୮ରେ ମୋତେ ନାଟ୍ୟ ଭୂଷଣ ଉପାଧି ବି ମିଳିସାରିଲାଣି। ତେଣୁ ଆଜି ମୁଁ ଯେଉଁ ସ୍ଥାନରେ ପହଁଞ୍ଚତ୍ପାରିଛି ସେଥିପାଇଁ ଭଗବାନ ଓ ମୋ ନନାବୋଉଙ୍କ ଆଶୀର୍ବାଦକୁ ହିଁ ଶ୍ରେୟ ଦେବି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri