Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ମା’ଙ୍କୁ ଦେଇଥିଲି: ଅଭିନେତ୍ରୀ ନମ୍ରତା ସିଂଦେଓ

ନୟାଗଡ଼ ଜିଲା ରାଜ-ରଣପୁର ରାଜପରିବାରର ମୁଁ ହେଉଛି ଜଣେ ଝିଅ। ବାପା ରବିନ୍ଦ୍ର କୁମାର ସିଂଦେଓ ଓ ମାମା’(ମା’) କାଦମ୍ବିନୀ ଦାଶ। ଚାକିରି କ୍ଷେତ୍ରରେ ବାପା, ମାମା’ଙ୍କର ବଦଳି ଯୋଗୁଁ ମୋର ସ୍କୁଲ୍‌ ପାଠପଢା ବିଭିନ୍ନ ସ୍ଥାନରେ ହୋଇଥିଲା। ଶେଷରେ ଢେଙ୍କାନାଳ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ୍‌ ଏଜୁକେଶନ ସେଣ୍ଟରରୁ ମାଟ୍ରିକ୍‌ ପାସ୍‌ କରିବା ପରେ ପଲିଟେକ୍‌ନିକ୍‌ କୋର୍ସ କରିଥିଲି। ତା’ପରେ ଉତ୍କଳ ୟୁନିର୍ଭସିଟିରେ ବି.ବି.ଏ. ଓ ପରେ ଏମ୍‌.ବି.ଏ. କଲି। ଏମ୍‌.ବି.ଏ. ପଢିବା ସମୟରେ ହିଁ କଲର୍ସ ଚ୍ୟାନେଲ୍‌ରେ ‘ମିଠା ମିଠା ଯୋଡ଼ି’ ନାମରେ ଏକ ରିୟାଲିଟି ସୋ’ର ଆରମ୍ଭ ହୋଇଥିଲା। ସାଙ୍ଗମାନେ ବାଧ୍ୟ କରିବାରୁ ଏଥିରେ ଅଡିସନ୍‌ ଦେଲି ଆଉ ସିଲେକ୍ଟ ବି ହେଇଗଲି। କିନ୍ତୁ ଏକଥା ମାମା’ ଜାଣି ନଥିଲେ। କାରଣ ମାମା’ ଜଣେ ପ୍ରଧାନ ଶିକ୍ଷୟିତ୍ରୀ। ନାଚ, ଗୀତ ଶିଖିବାକୁ ତାଙ୍କର ମନା ନଥିଲା, କିନ୍ତୁ ଏହାକୁ ନେଇ କ୍ୟାରିୟର୍‌ କରିବାକୁ ସେ ପସନ୍ଦ କରୁ ନଥିଲେ। ପିଲାଦିନେ ମୋର ଇଚ୍ଛା ଥିବା ଦେଖି ସିଏ ହିଁ ମୋତେ ଓଡିଶୀ ନୃତ୍ୟ ଶିଖିବାକୁ ଛାଡିଥିଲେ। ଏପରିକି ସ୍କୁଲ୍‌ ଫଙ୍କସନ୍‌ରେ ଅଭିନୟ କରିବାଠାରୁ ଆରମ୍ଭ କରି ବିଭିନ୍ନ ଡ୍ୟାନ୍ସ ପ୍ରୋଗ୍ରାମ୍‌ ଯେମିତିକି ବୁମ୍‌ ସାକା ଲାକା ବୁମ୍‌, ଓ୍ବାନ୍‌ ଟୁ ଚା ଚାରେ ଭାଗ ନେବାକୁ ମଧ୍ୟ ମୋତେ ଖୁବ୍‌ ପ୍ରେରଣା ଦେଇଥିଲେ। କିନ୍ତୁ ଏହାକୁ ନେଇ କ୍ୟାରିୟର୍‌ କରିବାକୁ ସେ ମୋତେ କେବେ ବି କହି ନଥିଲେ। ସେ ଚାହୁଁଥିଲେ ମୁଁ ପାଠପଢି ଭଲ ଚାକିରିଟିଏ କରେ। ତାଙ୍କ ଖୁସି ପାଇଁ ମୁଁ ଭଲ ପଢୁଥିଲି ସିନା କିନ୍ତୁ ଅଭିନୟର ମୋହରୁ ନିଜକୁ ମୁକୁଳାଇ ପାରୁ ନଥିଲି। ହୁଏତ ଭଗବାନ ବି ସେୟା ଚାହୁଁଥିଲେ, ସେଥିପାଇଁ ଏମିତି ଏକ ଅଡିସନ୍‌ରେ ଭାଗ ନେବାର ସୂଯୋଗ ମୋତେ ମିଳିଲା। ମା’ ଜାଣିଲେ କାଳେ ମନା କରିଦେବେ, ସେଥିପାଇଁ ତାଙ୍କୁ ନ ଜଣାଇ ନିଜେ ନିଜର ଦକ୍ଷତା ସମ୍ପର୍କରେ ଜାଣିବାକୁ ଇଚ୍ଛା କରି ଲୁଚି କି ଯାଇ ଏହି ଅଡିସନ୍‌ଟି ଦେଇଥିଲି। ଏଥିରେ ସିଲେକ୍ଟ ହେବା ପରେ ମୋର ନିଜ ଉପରେ ବିଶ୍ୱାସ ଆସି ଯାଇଥିଲା। ତା’ପରେ ମା’ଙ୍କୁ ଯାଇ କହିଲି। ପ୍ରଥମେ ମା’ ଖୁବ୍‌ ଅମଙ୍ଗ ହେଉଥିଲେ ପରେ ମୋ ଭିତରେ ଥିବା ଆତ୍ମବିଶ୍ୱାସକୁ ଦେଖି ସେ ମୋତେ ସର୍ପୋଟ୍‌ ବି କଲେ। ତେବେ ଏହି ରିୟାଲିଟି ସୋ’ରୁ ହିଁ ମୋତେ ପ୍ରଥମେ ଏକ ଧାରାବାହିକର ଅଫର୍‌ ଆସିଥିଲା। ଏହି ଅଫର୍‌କୁ ଗ୍ରହଣ କରିବାର ମାତ୍ର ୭/୮ ଦିନ ପରେ ଗୋଟିଏ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ମୋତେ ସୂଯୋଗ ମିଳିଲା, ଯେଉଁଥିରେ ଓଡିଶାର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଅପୋଜିଟ୍‌ରେ ମୋତେ ସାଇନ୍‌ କରାଯାଇଥିଲା। ସିଦ୍ଧାନ୍ତ ସାର୍‌ଙ୍କର ମୁଁ ଜଣେ ବହୁତ ବଡ଼ ପ୍ରଶଂସକ, ତେଣୁ ତାଙ୍କ ଅପୋଜିଟ୍‌ରେ କାମ କରିବାର ସୂଯୋଗ ମିଳିବାରୁ ମୁଁ ଖୁସିରେ ଧାରାବାହିକର ଅଫର୍‌କୁ ଛାଡି ସେହି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଲାଗିଲି। ହେଲେ ଦୁର୍ଭାଗ୍ୟ ମାତ୍ର କିଛିଦିନ ପରେ କୌଣସି କାରଣ ଯୋଗୁଁ ସେହି ଚଳଚ୍ଚିତ୍ରଟିର ସୁଟିଂ ବନ୍ଦ ହୋଇଗଲା। ସେତେବେଳେ ମୋତେ ଭାରୀ କଷ୍ଟ ଲାଗିଥିଲା, ନା ଚଳଚ୍ଚିତ୍ର ମୋ ହାତରେ ରହିଲା ନା ଭଲ ବ୍ୟାନର୍‌ର ଧାରାବାହିକରେ ଅଭିନୟ କରିପାରିଲି। ତଥାପି ଧୈର୍ଯ୍ୟହରା ହୋଇ ନ ଥିଲି। ଏହାପରେ ମୋତେ କେତେକ ଧାରାବାହିକର ଅଫର୍‌ ବି ଆସିଥିଲା, କିନ୍ତୁ ତାକୁ ଗ୍ରହଣ କରିବାକୁ ମୋ ମନ ବୁଝୁ ନ ଥିଲା। କାରଣ ଥରେ ହିରୋଇନ୍‌ ହେବାର ନିଶା ଯେହେତୁ ମୁଣ୍ଡରେ ପଶିଯାଇଥିଲା, ତେଣୁ ସେଥିରୁ ସହଜରେ ମୁକୁଳି ପାରୁ ନ ଥିଲି। ଏମିତି ୩/୪ ମାସ ଗଲାପରେ ମୋତେ ‘ଆଖି ଖୋଲିଲେ ତୁହି ତୁ’ ଚଳଚ୍ଚିତ୍ରର ଅଫର୍‌ ମିଳିଲା। ଏଥିରେ ଅଭିନେତା ଦୀପକ ମୋ ଅପୋଜିଟ୍‌ରେ ଥିଲେ। ଏହି ଚଳଚ୍ଚିତ୍ରଟି ରିଲିଜ୍‌ ହେବା ପରେ ମୋତେ ଦର୍ଶକଙ୍କର ବହୁତ ପ୍ରଶଂସା ମିଳିଥିଲା ଆଉ ଏହିଥିରୁ ହିଁ ମୋର ପ୍ରଥମ ରୋଜଗାର ହୋଇଥିଲା। ଫିଲ୍ମଟିକୁ ସାଇନ୍‌ କଲାବେଳେ ଯେଉଁ ଟଙ୍କା ଆଡଭାନ୍ସରେ ମିଳିଥିଲା, ସେଥିରୁ ପାଞ୍ଚଶହ ଟଙ୍କା ନେଇ ଟଙ୍କପାଣି ସାଇ ମନ୍ଦିରରେ ଭୋଗ କରିଥିଲି। ଆଉ ଯାହା ବଳିଥିଲା ସେଥିରେ ସ୍ଥାନୀୟ ଏକ ଅନାଥାଶ୍ରମର ଅନ୍ତେବାସୀଙ୍କୁ ମିଠା, ଚକୋଲେଟ୍‌, ଗିଫ୍ଟ ଆଦି ବାଣ୍ଟିଥିଲି। ସେହିପରି ଫିଲ୍ମଟି ରିଲିଜ୍‌ ହେବା ପରେ ବାକି ଯେଉଁ ଟଙ୍କା ମିଳିଲା, ତାକୁ ମୁଁ ମାମା’ଙ୍କୁ ନେଇ ଦେଇଥିଲି। ସବୁବେଳେ ତାଙ୍କଠାରୁ ଟଙ୍କା ଆଣି ଖର୍ଚ୍ଚ କରୁଥିଲି ହେଲେ ମୁଁ ଯେବେ ତାଙ୍କୁ ନେଇ ମୋ ରୋଜଗାର ଟଙ୍କାଦେଲି ତାଙ୍କ ଆଖିରେ ଖୁସିରେ ଲୁହ ଆସି ଯାଇଥିଲା। ସେ ମୋତେ ବହୁତ ଆର୍ଶୀବାଦ କରିଥିଲେ, ଆଉ ତାଙ୍କରି ସେହି ଆର୍ଶୀବାଦ ଯୋଗୁ ମୋ ଅଭିନିତ ଆଉ ଦୁଇଟି ଚଳଚ୍ଚିତ୍ର ‘ତୋ ପାଇଁ ଆସିବି ବସୁଧା ଚିରି’, ‘ମନେ ମନେ ମନ ଖୋଜୁଥିଲା’ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏଥିସହିତ ମୋ ହାତରେ ଆହୁରି କେତୋଟି ନୂଆ ଚଳଚ୍ଚିତ୍ରର ଅଫର୍‌ ବି ରହିଛି। ଚଳଚ୍ଚିତ୍ରରେ ଅଭିନୟ ବ୍ୟତିତ ମୁଁ ଅନେକ ବିଜ୍ଞାପନରେ ବି ଅଭିନୟ କରିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri