Posted inଫୁରସତ

ପ୍ରଥମ ରୋଜଗାର ଶାଶୁଙ୍କୁ ଦେଇଥିଲି

ମୋ’ର ପୈତୃକ ଗ୍ରାମ ବାଙ୍କୀ ଡମପଡ଼ା ଗଡ଼ରେ ହୋଇଥିଲେ ମଧ୍ୟ ମୋ ବାପା ଶ୍ରୀ କୁମର ପରିଜା କଟକ ସହରରେ ରହି କାମ କରୁଥିଲେ। ମୁଁ ଜନ୍ମ ହେବାପରେ ବାପାବୋଉଙ୍କ ସହିତ କଟକ ଆସି ମୋ’ର ସାନମାଉସୀ ଘରେ ମଙ୍ଗଳାବାଗରେ ରହିଲି। ଦୀର୍ଘ ସଇଁତିରିଶ ବର୍ଷ କାଳ ବାପାଙ୍କ ଚାକିରି ଥିବା ଯାଏଁ ତାହା ହିଁ ଥିଲା ଆମର ସ୍ଥାୟୀ ଠିକଣା। ଆମେ ପାଞ୍ଚ ଭାଇଭଉଣୀ ସେଇ ମାଟି ପାଣି ପବନରେ ବଢିଛୁ। ନିମ୍ନ ମଧ୍ୟବିତ୍ତ ପରିବାରରେ ଅନେକ ଦୁଃଖ ସୁଖ ଦେଇ ଗତି କରିଥିଲା ଆମ ଜୀବନ। କଟକର ମ୍ୟୁନିସପାଲ୍‌ ଗାଲର୍‌ସ ହାଇସ୍କୁଲରୁ ମାଟ୍ରିକ୍‌ ପାଶ୍‌ କଲା ପରେ ଶୈଳବାଳା ମହାବିଦ୍ୟାଳୟରେ ଆଇ.ଏସ୍‌ସି ଏବଂ ରେଭେନ୍ସା ମହାବିଦ୍ୟାଳୟରେ ବି.ଏ. ପଢିଥିଲି। ତା’ପରେ ମଧୁସୂଦନ ଲ’ କଲେଜରେ ଆଇନ୍‌ ପଢିଲି। ପ୍ରଥମ ବର୍ଷ ପରୀକ୍ଷା ସରିବା ପରେ ଦ୍ୱିତୀୟ ବର୍ଷ ଅଧାରୁ ପରିବାରର ଆର୍ଥିକ ପରିସ୍ଥିତି ବାଧ୍ୟ କରିଥିଲା ପାଠରେ ଡୋରି ବାନ୍ଧିବା ପାଇଁ। ଅନ୍ୟସବୁ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ଭଳି ମୋତେ ମଧ୍ୟ ଊଣେଇଶି ବର୍ଷ ବୟସରେ ବାହା ହୋଇ ଶାଶୁଘରକୁ ଆସିବା ପାଇଁ ପଡ଼ିଥିଲା। ଶାଶୁଘରେ ଯୌଥ ପରିବାର, ବୋହୂ ପଣିଆ କରୁକରୁ ବିତିଗଲା ତିନି ବର୍ଷ। ସେଇ ଭିତରେ ଝିଅଟିଏ ମଧ୍ୟ ହୋଇ ସାରିଥିଲା। ପୁଣି ଥରେ ଜୀବନରେ ନୂଆ ମୋଡ଼ ଆସିଲା, ପରିସ୍ଥିତି ବାଧ୍ୟ କରିଥିଲା ଚାକିରି ଖୋଜିବା ପାଇଁ। ମୋ’ର ଶାଶୁ ଭରସାର ଖୁଣ୍ଟ ହୋଇ ଠିଆ ହେଲେ ମୋ’ ପାଖରେ। ତାଙ୍କରି ଛତ୍ରଛାୟାରେ ଅନେକ ଝଡ଼ଝଞ୍ଜା ଅତିକ୍ରମ କରି ୧୯୮୧ ମସିହା ଫେବୃୟାରୀ ମାସ ଦୁଇ ତାରିଖରେ ମୁଁ ତତ୍କାଳୀନ କଟକ ଗ୍ରାମ୍ୟ ବ୍ୟାଙ୍କର କଟକ ଶାଖାରେ କ୍ୟାସିୟର୍‌ କମ୍‌ କ୍ଲର୍କ ଭାବରେ ଯୋଗ ଦେଇଥିଲି। ସେତେବେଳକୁ ମାସର ଶେଷ ଦିନରେ ଦରମା ମିଳୁଥିଲା। ତେଣୁ ଫେବୃଆରୀ ମାସ ଅଠେଇଶି ତାରିଖରେ ମୋତେ ଦରମା ମିଳିଥିଲା ତିନିଶହ ତିରିଶି ଟଙ୍କା; ଯାହାକି ଥିଲା ମୋ’ ଜୀବନର ପ୍ରଥମ ରୋଜଗାର। ଆକାଉଣ୍ଟରେ ତିରିଶି ଟଙ୍କା ରଖି ତିନିଶହ ଟଙ୍କା ଉଠାଇ ଆଣି ପ୍ରଥମେ ମୁଣ୍ଡରେ ମାରିଲି। ଆଖିରେ ମୋର ଲୁହ ଆସିଗଲା। ସେ ପର୍ଯ୍ୟନ୍ତ ବିଶ୍ୱାସ ହେଉ ନଥିଲା ଯେ ଏଇ ତିନି ଶହ ଟଙ୍କା ଏକାନ୍ତ ଭାବରେ ମୋ’ର ବୋଲି। ସେଦିନ ଘରକୁ ଫେରି ଶାଶୁଙ୍କ ପାଦ ତଳେ ମୁଣ୍ଡିଆ ମାରି ସେଇ ତିନିଶ ଟଙ୍କାକୁ ରଖି କହିଲି ‘ଏ ଟଙ୍କା ଆପଣ ରଖନ୍ତୁ। ଦରକାର ହେଲେ ଆପଣଙ୍କୁ ମାଗିନେବି’। ସେଦିନ ସେ ମୋତେ କୋଳେଇ ନେଇଥିଲେ ଆଉ କହିଥିଲେ ‘ଇଏ ତୋର ପରିଶ୍ରମର ଫଳ, ତୋ’ ପାଖରେ ରଖିଥା। ଇଏ ତ ଆରମ୍ଭ ମାତ୍ର, ନିଷ୍ଠାର ସହିତ କାମ କଲେ ଆଗକୁ ଆହୁରି ଅଧିକ ଆସିବ।’ ସେଦିନ ଶାଶୁ ଟଙ୍କାଟିକୁ ମୋତେ ଦେଇ ଦେବା ପରେ ୧୦୦ ଟଙ୍କାରେ ମିଠା ଆଣି ଠାକୁରଙ୍କ ପାଖେ ଭୋଗ କରି ଘରର ସମସ୍ତଙ୍କୁ ଖାଇବାକୁ ଦେଇଥିଲି। ସମସ୍ତେ ବହୁତ ଖୁସି ହୋଇଥିଲେ ଆଉ ମୋତେ ଶୁଭେଚ୍ଛା ବି ଦେଇଥିଲେ। ସମସ୍ତଙ୍କର ଶୁଭେଚ୍ଛା ଆଉ ଶାଶୁଙ୍କର କଥାକୁ ଗୁରୁ ଆଜ୍ଞା ମାନି କାମ କରି ଜୀବନରେ ଉନ୍ନତିର ପାହାଚ ପରେ ପାହାଚ ଚଢ଼ି ଶେଷରେ ୨୦୧୭ ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲି। ଜୀବନରେ ଅନେକ ରୋଜଗାର କରିଛି ହେଲେ ସେଇ ପ୍ରଥମ ରୋଜଗାରର ତିନିଶହ ଟଙ୍କା ମୋ’ ମନରେ ଯେଉଁ ଅପାର ଆନନ୍ଦ ଆଉ ଗଭୀର ଆତ୍ମପ୍ରତ୍ୟୟ ଭରି ଦେଇଥିଲା ତାହା ଅଭୁଲା ସ୍ମୃତି ହୋଇ ମୋ’ର ଶେଷ ନିଃଶ୍ୱାସ ଥିବା ଯାଏଁ ରହିଥିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri