ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ। ତେବେ ନିଜକୁ ଏବଂ ନିଜର ଇଚ୍ଛାକୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱ ଉପରେ ଲଦି ପାରୁଥିବା କୌଣସି ଦେଶ ପ୍ରକୃତରେ ସର୍ବୋଚ୍ଚ ଶାସକ ବା ପ୍ରଭୁତ୍ୱସମ୍ପନ୍ନ ନୁହେଁ। ଏହା ଇତିହାସର ସବୁଠାରୁ ଶକ୍ତିଶାଳୀ ଦେଶଗୁଡ଼ିକ ପାଇଁ ମଧ୍ୟ ସତ୍ୟ। ଯଦି ଏହା ସତ୍ୟ ହୋଇ ନ ଥାନ୍ତା, ତେବେ ଭିଏଟ୍‌ନାମ, ଆଫଗାନିସ୍ତାନ ଏବଂ ଇରାକ ଛାଡ଼ି ଆମେରିକା ପଳାଇ ନ ଥାନ୍ତା ଏବଂ ଏବେ ଇରାନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ଯାଉ ନ ଥାନ୍ତା। ଆମେରିକା ହିଂସା ମାଧ୍ୟମରେ ଇରାନକୁ ନତମସ୍ତକ କରାଇବାକୁ ଚାହୁଁଛି ଏବଂ ତାହା ଘଟିବ ନାହିଁ। ଆମେ ଏକ ଶକ୍ତିଶାଳୀ ରାଷ୍ଟ୍ର ନୁହେଁ, ତେଣୁ ଆମକୁ ଆମ କ୍ଷମତା ଅନୁସାରେ କାମ କରିବାକୁ ପଡ଼ିବ। ସତ୍ୟକୁ ଗ୍ରହଣ କରିବା ଏବଂ ପରିଦୃଶ୍ୟ ବିଷୟଗୁଡ଼ିକୁ ଅନୁଧ୍ୟାନକରି ତ୍ରୁଟିକୁ ସ୍ବୀକାର କରିବାରେ କୌଣସି ଲଜ୍ଜା କରିବାର ନାହିଁ। ହେଲେ ଗରିବ ଜନସଂଖ୍ୟାର ପ୍ରକୃତ ପ୍ରତିଛବି ସାମ୍ନାକୁ ଆସିପାରୁନାହିଁ, ଯାହାର ଏକ ବୃହତ୍‌ ଅଂଶ ମାଗଣା ଶସ୍ୟ ପାଇଁ ପ୍ରତି ମାସରେ ଧାଡ଼ିରେ ଠିଆହେବାକୁ ବାଧ୍ୟ ହେଉଛନ୍ତି। ଏହା ସତ୍ୟ ଯେ, ଭାରତର ବିଶାଳ ଜନସଂଖ୍ୟାର ଶକ୍ତି ଅନୁଭୂତ ହେଉନାହିଁ। ଏହା ଭବିଷ୍ୟତରେ ହୋଇପାରେ, କିନ୍ତୁ ବର୍ତ୍ତମାନ ହୋଇପାରିନାହିଁଁ। ଆମ କ୍ଷମତାର ଅଭାବ ଅଛି ଏବଂ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ତୁଳନାରେ ଆମେ କମ୍‌ ସାର୍ବଭୌମ ବୋଲି ଗ୍ରହଣ କରିବାରେ ମୋର ବି କୌଣସି ଅସୁବିଧା ନାହିଁ । ତଥାପି ମୋ ମତରେ ଏକ ସମସ୍ୟା ଅଛି। ଆମର ସୀମିତ ସାର୍ବଭୌମତ୍ୱ ବା ପ୍ରଭୁତ୍ୱକୁ ନିୟୋଜିତ କରାଯିବାରେ ଛୋଟ ସମସ୍ୟାଟି ରହିଛି। ଆମେ ଯେଉଁ କଠୋର ଜାତୀୟତାବାଦ ଦେଖାଉଛୁ ତାହା ଦୁର୍ବଳ ରାଷ୍ଟ୍ର ଏବଂ ସାଧାରଣତଃ ଆମର ପଡ଼ୋଶୀଙ୍କ ପାଇଁ ପ୍ରଯୁଜ୍ୟ। ମୋ ମତରେ ବୃହତ୍‌ ଶକ୍ତି ହେଉଛନ୍ତି ସେମାନେ, ଯେଉଁମାନେ ଆଞ୍ଚଳିକ କ୍ଷେତ୍ରରେ ନିଜର ଶକ୍ତି ଦେଖାଇ ନ ଥାନ୍ତିି କିମ୍ବା ବାଂଲାଦେଶରୁ ଖେଳାଳି ବାଛିବାରୁ ଆଇପିଏଲ୍‌ ଦଳଗୁଡ଼ିକୁ ରୋକିବାରେ ଶକ୍ତି ଖର୍ଚ୍ଚ କରନ୍ତି ନାହିଁ,ଯେପରି ଆମେ କରୁ। ସେମାନେ କ୍ରୀଡ଼ା କ୍ଷେତ୍ରରେ ପ୍ରତିପକ୍ଷଙ୍କ ସହ ହାତ ମିଳାଇବାକୁ ମନାକରନ୍ତି ନାହିଁ। ଭାରତ ତାହା କରେ।
ଯେଉଁଠାରେ ପ୍ରକୃତ ଜାତୀୟ ସ୍ବାର୍ଥର ପ୍ରଶ୍ନ ଉଠେ ସେକ୍ଷେତ୍ରରେ ଆମେ ସାଧାରଣତଃ ବିଫଳ ହେଉଛୁ। ପ୍ରତିରୋଧ କଷ୍ଟକର ହେଉଛି ଏବଂ ସହଜରେ ଆଜ୍ଞା ପାଳନ କରୁଛୁ। ଆମେରିକା କହିବ ରୁଷିଆର ତେଲ କିଣ ନାହିଁ। ଆଜ୍ଞା ସାର୍‌। ରୁଷୀୟ ତେଲ କିଣନ୍ତୁ। ଠିକ୍‌ ଅଛି ମହାଶୟ। ଇରାନୀ ତେଲ କିଣ ନାହିଁ। ଆଜ୍ଞା ସାର୍‌। ଆମେ ସମ୍ପୂର୍ଣ୍ଣ ଭାବେ ଅବଗତ ଯେ, ଇରାନ ଯୁଦ୍ଧ ଉପରେ ସତ୍ୟ କହିବା ଟ୍ରମ୍ପଙ୍କୁ କ୍ରୋଧିତ କରିବ। ତେଣୁ ଆମେ ଅନ୍ୟ ବାଟ ଦେଖୁଛୁ। ଏହି ଯୁଦ୍ଧ ସମ୍ପର୍କରେ ସିଧାସଳଖ କହିବା ପୀଡ଼ାଦାୟକ ହେଲେ ମଧ୍ୟ ଆମକୁ କେବେ କେବେ ନିଜ ପରିଚୟ ସମ୍ପର୍କରେ ଅନୁଧ୍ୟାନ କରିବାକୁ ପଡ଼ିବ। ରୁଷିଆରୁ ତେଲ ଆଣିବା ପାଇଁ ୩୦ ଦିନର ଛାଡ଼ ହେଉଛି ଏକ ଛୁଟି ସଦୃଶ। ଆମେ ପୁନର୍ବାର ଏପ୍ରିଲରେ ବନ୍ଦୀ ଭାବେ ନିଜକୁ ସମର୍ପଣ କରିବୁ ବୋଲି ସ୍ବୀକାର କରିବାକୁ ପଡ଼ିବ। କେହି କ’ଣ ଭାବୁଛନ୍ତି ଯେ ଭାରତ ପରି ବାହ୍ୟଶକ୍ତି ଉତ୍ସ ଉପରେ ନିର୍ଭରଶୀଳ ଚାଇନା ସହ ଏହି ଉପାୟରେ ଆମେରିକା କଥାବାର୍ତ୍ତା ହୋଇପାରିବ? ଏହା କେବେ ବି ଭାବି ପାରିବେ ନାହିଁ। କଠୋର,ଗମ୍ଭୀର ଶି’ଙ୍କୁ ଏହା କହିବାକୁ ଟ୍ରମ୍ପ ଭୟ କରିବେ।
ଆମେ ନିଷ୍ପତ୍ତି ନେଇଛୁ ଯେ, ଜଣେ ରାଷ୍ଟ୍ରମୁଖ୍ୟ ତଥା ଧର୍ମଗୁରୁ, ଯାହାଙ୍କୁ ଅନେକ ଲକ୍ଷ ଭାରତୀୟ ଧାର୍ମିକ ନେତା ମାନୁଥିଲେ; ତାଙ୍କ ହତ୍ୟା ସମ୍ପର୍କରେ କୌଣସି ମନ୍ତବ୍ୟ ଦେବୁ ନାହିଁ, ନିନ୍ଦା କରିବା ତ ଦୂରର କଥା। ଆମେ ମଧ୍ୟ କୁନି କୁନି ସ୍କୁଲ ଝିଅଙ୍କ ଗଣହତ୍ୟା ପାଇଁ ଶୋକ କରିବୁ ନାହିଁ। ନିରସ୍ତ୍ର ନାବିକମାନେ ଆମର ସମ୍ମାନିତ ଅତିଥି ଥିଲେ ବି ସେମାନଙ୍କୁ ଅନ୍ଧାରରେ ଉଡ଼ାଇ ଦିଆଗଲା। ଆମେ ମଧ୍ୟ ନୀରବ ରହିଛୁ। ତେବେ ଏସବୁୁ ଏକ ସମସ୍ୟା ଭାବେ ମୁଁ ମନେକରୁଛି, କାରଣ ବୁଝିପାରୁଛି ଯେ ଆମେ ଏକ ଦୁର୍ବଳ ଦେଶ ଭାବରେ ଆଜ୍ଞା ପାଳନ କରିବାକୁ ପସନ୍ଦ କରିଛୁ। ତଥାପି, ଆମର ଅର୍ଥହୀନ ଏବଂ ବାହୁସ୍ଫୋଟ କଥା ଉପରେ ବି ଗମ୍ଭୀର ସମସ୍ୟା ଅଛି। ଏଭଳି ଫମ୍ପା କଥା ଦେଶ ପାଇଁ ଉଦ୍ଦିଷ୍ଟ ହୋଇପାରେ, କିନ୍ତୁ ବିଶ୍ୱ ଏହାକୁ ଲକ୍ଷ୍ୟ କରିପାରୁଛି। ନିଜକୁ କହୁଛୁ ଯେ ଆମେ ବିଶ୍ୱଗୁରୁ ଏବଂ ଜି୨୦ ଓ ଅନ୍ୟାନ୍ୟ ବିଷୟର ମୁଖ୍ୟ। କେବଳ ଏହି ବିଶ୍ୱାସରେ ଏହା କରୁଛୁ ଯେ ଭାରତୀୟମାନେ ସରଳମନା ଏବଂ ଅଜ୍ଞ ଓ ଏଭଳି ଅସଙ୍ଗତ କଥା ଉପରେ ବିଶ୍ୱାସ କରନ୍ତି। ଆମେ ଯଦି ଏହା କରୁ ତେବେ ସ୍ଥିତି ଭୟଙ୍କର ହେବ । ଆମେ ଏହା ଜାଣୁ ଯେ, ବୃହତ୍‌ ଶକ୍ତି ସହ କାର୍ଯ୍ୟ କରିବା ସମୟରେ ସାହସ ଓ ପ୍ରତିବଦ୍ଧତାର ଅଭାବ ସାମ୍ନାକୁ ଆସିଛି। ଆମ କଥା ଅପେକ୍ଷା ଅନ୍ୟମାନଙ୍କ ସହିତ ଆମେ କରୁଥିବା କାର୍ଯ୍ୟ ଆମକୁ ଅଧିକ ଭଲ ଭାବରେ ଜଣାଇଦେଉଛି।
ହୋର୍ଡିଂ ଏବଂ ଟେଲିଭିଜନରେ ଆମର ମହାନତା ବିଷୟରେ ଦର୍ଶାଯାଇଥିବା ଖବରକୁ ଯେଉଁମାନେ ଗ୍ରହଣ କରୁନାହାନ୍ତି ସେମାନଙ୍କ ମଧ୍ୟରୁ ମୁଁ ଜଣେ ହୋଇଥିବାରୁ ଏସବୁ କାର୍ଯ୍ୟକୁ ବିରକ୍ତିକର ମନେକରୁଛି। ଏହାକୁ ସମସ୍ୟାପୂର୍ଣ୍ଣ ବୋଲି ଭାବୁଛି ଏବଂ ମୋ ମତରେ ଏହା ଏକ ପ୍ରମୁଖ ସମସ୍ୟା। ଗଣତାନ୍ତ୍ରିକ ସରକାରଗୁଡ଼ିକ କେବଳ ନୀତି ଏବଂ ନୈତିକତାର କାରଣ ପାଇଁ ନୁହେଁ, ବରଂ ସରକାରଙ୍କ କାମକୁ ସହଜ କରିବାରେ ସେମାନଙ୍କ ଭୋଟରଙ୍କୁ ବାସ୍ତବ କଥା କହିବା ଦରକାର ବୋଲି ଆଶା କରାଯାଏ। ତେବେ ଆମର ସମର୍ପଣ ବାସ୍ତବରେ ସମର୍ପଣ ନୁହେଁ ବୋଲି ବୁଝାଇବାରେ ଯଦି ଭାରତୀୟ ଜନତା ପାର୍ଟି ବିଭ୍ରାନ୍ତ ହୋଇ ନ ଥାନ୍ତା ଏବଂ ୩୦ ଦିନର ଛାଡ଼ ପ୍ରକୃତରେ ଏକ କୂଟନୈତିକ ବିଜୟ ବୋଲି ଯଦି ଭାଜପା ଅବଗତ କରିଥାଆନ୍ତା ,ତେବେ ସେଥିରେ ଦ୍ୱନ୍ଦ୍ୱ ଉପୁଜି ନ ଥାଆନ୍ତା। ଇରାନ ସମେତ ସାରା ବିଶ୍ୱରେ ଆମର ଯେତେ ବନ୍ଧୁ ଅଛନ୍ତି, ସେମାନେ ଜାଣିଥାଆନ୍ତେ ଯେ ସେମାନଙ୍କ ସହ ଯାହା ଘଟୁଛି ସେଥିପାଇଁ ଆମେ ସେମାନଙ୍କୁ ପରିତ୍ୟାଗ କରିନାହୁଁ । କିନ୍ତୁ ତାହା ଆମେ କରିନାହୁଁ, କାରଣ ଆମ ସାହସର ଅଭାବ ରହିଛି।
Email:aakar.patel@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri