ପ୍ରେମ ପାଇଁ ସମୟ ପାଇନି

ଶିଶୁ କଳାକାର ଓ ପରେ ଚଳଚ୍ଚିତ୍ର ନାୟିକା ସାଜି ଅଗଣିତ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାଶ। ପିଲାଟି ଦିନରୁ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହୀ ଥିଲେ। ପ୍ରଥମ ଚଳଚ୍ଚିତ୍ର ‘ରୁମ୍‌କୁ ଝୁମାନା’ରେ ଶିଶୁ କଳାକାର ଭାବେ ସୁନ୍ଦର ଅଭିନୟ ତାଙ୍କୁ ସଫଳତାର ଶିଡ଼ି ଚଢ଼ାଇଥିଲା। ସେ ଅନେକ ଚଳଚ୍ଚିତ୍ର, ମ୍ୟୁଜିକ୍‌ ଭିଡିଓରେ ନଜର ଆସିଛନ୍ତି। ଆଗକୁ ମଧ୍ୟ ତାଙ୍କର କେତୋଟି ଚଳଚ୍ଚିତ୍ର ରିଲିଜ୍‌ ହେବାର ଅଛି। ୨୦୦୩ ଜାନୁୟାରୀ ୨୨ରେ ଜନ୍ମଗ୍ରହଣ କରିଥିବା ଭୂମିକା ଏବେ ଭୁବନେଶ୍ୱରରେ ନିଜ ପରିବାର ସହିତ ରହୁଛନ୍ତି। ତାଙ୍କର କିଛି ଜଣା ଅଜଣା କଥାକୁ ନେଇ ଧରିତ୍ରୀର ବନ୍ଦନା ସେଠୀଙ୍କ ଆଳାପ।

ପ୍ରଶ୍ନ- ଅଭିନୟ କରିବାର ସୁଯୋଗ କିପରି ପାଇଲେ?
ଉତ୍ତର- ଓଡ଼ିଶୀ ନୃତ୍ୟର ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଇଥିଲି। ସେଠାରେ ମୋର ଜଣେ ପରିଚିତ ଭାଇ ଦେଖା ହୋଇଥିଲେ। ‘ରୁମ୍‌କୁ ଝୁମାନା’ ଫିଲ୍ମର କାହାଣୀ ବିଷୟରେ ସେ ମୋ ମା’ ବାପାଙ୍କ ସହ ଆଲୋଚନା କରି ଅଭିନୟ କରିବାକୁ କହିଥିଲେ। ବାପା ହଁ ମାରି ଦେଇଥିଲେ। ତା’ର ୧୦ଦିନ ପରେ ହରିହର ମହାପାତ୍ର ମତେ ଫୋନ୍‌ କରିଥିଲେ। ମୋ ପୂର୍ବରୁ ୨ଶହ ଝିଅଙ୍କର ଅଡିସନ୍‌ ସରିଥିଲା। ମୁଁ ଅଡିସନ୍‌ ଦେବା ପରେ ସିଲେକ୍ଟ ହୋଇଥିଲି। ଆଉ ଫିଲ୍ମରେ ଅଭିନୟ ଯାତ୍ରା ଆରମ୍ଭ ହେଲା।
ପ୍ରଶ୍ନ- ଶିଶୁ କଳାକାରରୁ ହଠାତ୍‌ ଲିଡ୍‌ କ୍ୟାରେକ୍ଟର କରିବା କେତେ ଚ୍ୟାଲେଞ୍ଜ ଥିଲା?
ଉତ୍ତର- ‘ତୁ ମୋ ଲଭ୍‌ ଷ୍ଟୋରୀ’ର ଅଫର ଆସିବା ପରେ ମତେ ଲାଗିଥିଲା କି ଶିଶୁ କଳାକାର ଭାବେ କାମ କରିବି। ସେତେବେଳେ ମୁଁ ନବମ ଶ୍ରେଣୀରେ ପଢୁଥିଲି। ତେଣୁ ପାଠ ଉପରେ ପ୍ରଭାବ ପଡ଼ିବ ଭାବି ପ୍ରଥମେ ମନା କରିଥିଲି। ପୁଣି ନାୟିକା ଭୂମିକାରେ ନଜର ଆସିବି ଜାଣି ଆହୁରି ନର୍ଭସ୍‌ ଲାଗିଥିଲା। ମାତ୍ର ନିର୍ଦ୍ଦେଶକ ମତେ ଓ ବାପାଙ୍କୁ କାମ କରିବା ପାଇଁ ରାଜି କରିଥିଲେ। ସୌଭାଗ୍ୟବଶତଃ ସବୁକିଛି ଭଲରେ ହୋଇଗଲା।
ପ୍ରଶ୍ନ- ଫିଲ୍ମକୁ ନେଇ କ୍ୟାରିୟର କରିବେ ନା ଆଉ କିଛି ଯୋଜନା ଅଛି?
ଉତ୍ତର- ଏବେ ମୁଁ ମେଡିକାଲ ପଢୁଛି। ଦୁଇଟି ଯାକ ମ୍ୟାନେଜ୍‌ କରିବା କଷ୍ଟକର। ସେଥିପାଇଁ ବାଛି ବାଛି ଫିଲ୍ମ କରୁଛି। ଆଗକୁ ମୋର ୪/୫ଟି ଫିଲ୍ମ ରିଲିଜ୍‌ ହେବାର ଅଛି। ଏବେ ପାଠ ପ୍ରତି ଅଧିକ ଧ୍ୟାନ ଦେଉଛି। ଜାନୁୟାରୀରେ ପରୀକ୍ଷା ପରେ ଫିଲ୍ମ କରିବି। ଯାହା ବି କରେ, ପାଠକୁ ଛାଡ଼ିବାର ପ୍ରଶ୍ନ ଉଠୁନି।
ପ୍ରଶ୍ନ- ତେବେ ଡାକ୍ତର ହେବେ?
ଉତ୍ତର- ଘରେ ସମସ୍ତଙ୍କର ଇଚ୍ଛା ଥିଲା ମୁଁ ଡାକ୍ତର ହୁଏ। ବିଶେଷକରି ମୋ ଜେଜେ ମା’ଙ୍କର। ଦ୍ୱାଦଶ ସରିବା ପରେ ନିଟ୍‌ ପରୀକ୍ଷା ଦେଇଥିଲି। ସେଥିରେ ଭଲ କରିବା ପରେ ଡାକ୍ତରୀ ପାଠ ଆରମ୍ଭ ହେଲା। ଅଭିନୟ ମୋର ପ୍ୟାଶନ୍‌। ତେଣୁ ଦୁଇଟାଯାକ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଚେଷ୍ଟା କରିବି।
ପ୍ରଶ୍ନ- କେଉଁ ଅଭିନେତାଙ୍କ ସହ କାମ କରିବାକୁ ଇଚ୍ଛା ଅଛି?
ଉତ୍ତର- ପ୍ରାୟ ସମସ୍ତ ଅଭିନେତାଙ୍କ ସହ କାମ କରି ସାରିଲିଣି। ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅଭିନୟ କରିବାକୁ ବହୁତ ଇଚ୍ଛା ଥିଲା। ସେଇଟା ତୁ ମୋ ଲଭ୍‌ଷ୍ଟୋରୀ-୨ରେ ପୂରଣ ହୋଇଗଲା। ଏବେ କେବଳ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ରରେ ଅଭିନୟ କରିବାର ଆଶା ଅଛି। ଯେଉଁଥିରେ ହିରୋ ଏବଂ ହିରୋଇନ୍‌ ଦୁଇଟାଯାକ ମୁଁ ଥିବି।
ପ୍ରଶ୍ନ- ଫ୍ରି ଥିଲେ କ’ଣ କରନ୍ତି?
ଉତ୍ତର- ପଢ଼ା ବ୍ୟତୀତ ଆଉ କିଛି କରେନି। କଲେଜ ଗଲେ ଟିକେ ଆରାମ ମିଳେ ବୋଲି ଶୁଣିଥିଲି, ମାତ୍ର ମତେ ଲାଗୁଛି ସ୍କୁଲ ଅପେକ୍ଷା କଲେଜରେ ପାଠପଢା ବେଶି କଡ଼ା। ତେବେ ମଝିରେ ମଝିରେ ଚିତ୍ର ଆଙ୍କେ ଆଉ ବ୍ୟାଡମିଣ୍ଟନ ଖେଳେ।
ପ୍ରଶ୍ନ-କଲେଜ ପାଠପଢ଼ା ବେଳେ ପ୍ରେମ ହୋଇଯାଏ, ଆପଣଙ୍କ କ୍ଷେତ୍ରରେ ସେଭଳି କିଛି?
ଉତ୍ତର- ମତେ ଲାଗୁଛି ପ୍ରେମ କରିବାକୁ ଏବେ ବୟସ ହୋଇନି। ପୁଣି ଦେଖିବାକୁ ଗଲେ ଏତେ ବ୍ୟସ୍ତତା ଭିତରେ ପ୍ରେମ ପାଇଁ ସମୟ ପାଇନି।
ପ୍ରଶ୍ନ- ଖାଇବାକୁ କ’ଣ ଭଲ ଲାଗେ?
ଉତ୍ତର- ମୋମୋ, ଚିକେନ୍‌ରେ ଯେ କୌଣସି ଆଇଟମ୍‌ ଭଲଲାଗେ। ପଖାଳ ଓ ଟମାଟୋ ପୋଡ଼ା ମୋର ସବୁଠାରୁ ପ୍ରିୟ। ଖାଲି ଟମାଟୋ ପୋଡ଼ା ହୋଇଗଲେ ଆଉ କିଛି ଦରକାର ନାହିଁ। ସବୁ ପ୍ରକାର ଖାଇବା ଖାଏ, ହେଲେ ମୋ ଦେହରେ କିଛି ଲାଗେନି। ତେଣୁ ଡାଇଟିଂ କରିବାକୁ ପଡ଼େନି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri