‘ମୁଁ ଯୁଦ୍ଧ ବିରତିରେ ମଧ୍ୟସ୍ଥତା କରିନାହିଁ, ହେଲେ…,’ ପୁଣିଥରେ ୟୁଟର୍ନ ନେଲେ ଟ୍ରମ୍ପ, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ଦାବି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବକ୍ତବ୍ୟ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଉଛି, ତେଣୁ ଆମେ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଛୁ। ଟ୍ରମ୍ପ କହିଥିଲେ, ‘ମୁଁ କହୁନାହିଁ ଯେ ମୁଁ ମଧ୍ୟସ୍ଥତା କରିଛି। ମୁଁ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଛି।’

ତଥାପି, ଟ୍ରମ୍ପ ବାଣିଜ୍ୟ ଉପରେ ତାଙ୍କ ବିବୃତ୍ତିରେ ଅଟଳ ରହିଥିଲେ। ସେ କହିଲେ ଯେ ଯେତେବେଳେ ମୁଁ ବ୍ୟବସାୟ ବିଷୟରେ କଥା ହେଲି, ସେତେବେଳେ ହିଁ ସମସ୍ୟାର ସମାଧାନ ହୋଇଥିଲା। ଟ୍ରମ୍ପ କହିଛନ୍ତି, ‘ଗତ ସପ୍ତାହରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବହୁତ ବିପଜ୍ଜନକ ହୋଇଉଠିଥିଲା। ଉଭୟ ଦେଶ ହଠାତ୍‌ କ୍ଷେପଣାସ୍ତ୍ର ମାଡ଼ କରିବା ଆରମ୍ଭ କରିଦେଲେ ଏବଂ ଆମେ ସବୁକିଛି ସମାଧାନ କରିଦେଲୁ।’
ଟ୍ରମ୍ପ କହିଥିଲେ, ‘ଭାରତ ଏବଂ ପାକିସ୍ତାନ ବର୍ଷ ବର୍ଷ ଧରି ଲଢ଼ୁଛନ୍ତି। ମୁଁ ଭାବିଥିଲି ମୁଁ ଏକ ଆପୋଷ ସମାଧାନ କରିପାରିବି ଏବଂ ମୁଁ ତାହା କଲି। ତୁମେ କେତେ ସମୟ ଲଢ଼େଇ ଜାରି ରଖିପାରିବ? ମୁଁ ନିଶ୍ଚିତ ଥିଲି ଯେ ଦୁହେଁ ଏକ ଆପୋଷ ସମାଧାନ କରିବେ। ଏହା ବହୁତ କଷ୍ଟକର ଥିଲା। ଏହା ପ୍ରକୃତରେ ନିୟନ୍ତ୍ରଣ ବାହାରକୁ ଯିବାକୁ ଯାଉଥିଲା।’


Enter your email to get our daily news in your inbox.

All Right Reserved By Dharitri.Com

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri