ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ ଦେଖିବାରେ ବିଫଳହୋଇ ଜଣେ ଯୁବକ ଉକ୍ତ ଯୁବତୀଙ୍କ ଘର ଆଗରେ ଶରୀରକୁ ବ୍ଲେଡ୍‌ରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ଯୁବକଜଣଙ୍କ ଯୋଡ଼ା ଅଞ୍ଚଳର ଆକାଶ କୁମାର(୨୧) ବୋଲି ଜଣାପଡ଼ିଛି।
ଅନୁଯାୟୀ, ଯୁବତୀଙ୍କ ଘର ସାନମସିଣାବିଲା ଗ୍ରାମରେ ହୋଇଥିବାବେଳେ ସେ ପିଉସୀଙ୍କ ଘର କୋଇଡ଼ାରେ ରହୁଥିଲେ। କୋଇଡ଼ାରେ ଆକାଶଙ୍କ ସହ ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଛିଦିନ ହେଲା ଯୁବତୀ ନିଜ ଗ୍ରାମ ମସିଣାବିଲାକୁ ଚାଲି ଆସିଥିଲେ। ପରେ ଘର ଲୋକଙ୍କ କଡ଼ା ତାଗିଦ ପରେ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହୋଇପାରି ନ ଥିଲା। ଯୁବକ ବୁଧବାର ଅପରାହ୍ନରେ ସାନମସିଣାବିଲାରେ ପହଞ୍ଚତ୍ ଯୁବତୀଙ୍କୁ ଦେଖାକରିବା ପାଇଁ ଚାହିଁଥିଲେ। ମାତ୍ର ଏଥିରେ ବିଫଳ ହେବାରୁ ସାଙ୍ଗରେ ଆଣିଥିବା ଏକ ବ୍ଲେଡ୍‌ରେ ନିଜ ଦେହର ବିଭିନ୍ନ ସ୍ଥାନକୁ କାଟି ଚାଲିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ୧୧୨ ପୋଲିସ ହେଲ୍ପଲାଇନକୁ ଫୋନ୍‌କରି ଡାକିଥିଲେ। ଘଟଗଁା ପୋଲିସ ପହଞ୍ଚତ୍ ଆକାଶଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସା କରାଇ ପୋଲିସ ଯୁବକଙ୍କୁ ଥାନାରେ ରଖି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି। ଖବର ଲେଖାହେବା ଯାଏ ପରିବାର ଲୋକେ ଘଟଗଁା ଥାନାରେ ପହଞ୍ଚତ୍ ନ ଥିଲେ। ଘଟଗଁା ଥାନା ଅଧିକାରୀ ଶୁଭ୍ରାନ୍ତ ଜେନା କହିଛନ୍ତି, ଏ ସମ୍ପର୍କରେ ଏକ ମାମଲା(ନଂ.୨୭/୨୬) ରୁଜୁ ହୋଇଛି। ପରିବାର ଲୋକ ଆସିବା ପରେ ଆକାଶଙ୍କୁ ହସ୍ତାନ୍ତର କରାଯିବ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri