Posted inଫୁରସତ

ପରିବାର ଲୋକ ଓ ବନ୍ଧୁଙ୍କ ପାଇଁ ଉପହାର କିଣିଥିଲି

ଲେଖକ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ସଂଯୁକ୍ତ ସଚିବ ଭାବେ କାର୍ଯ୍ୟରତ ଓଡ଼ିଆ ଅଧିକାରୀ ଡ. କମଳା କାନ୍ତ ତ୍ରିପାଠୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

‘କଟକ ଜିଲା କଲ୍ୟାଣୀନଗର ଅନ୍ଦରପୁରର ଏକ ସାଧାରଣ ବ୍ୟବସାୟୀ ପରିବାରରେ ମୋ ଜନ୍ମ। ୫ ଭାଇ, ଭଉଣୀଙ୍କ ମଧ୍ୟରେ ମୁଁ ସର୍ବକନିଷ୍ଠ। ପିଲାବେଳୁ ପାଠପଢ଼ା ପ୍ରତି ମୋର ଖୁବ୍‌ ଆଗ୍ରହ ଥିବାର ଦେଖି ପଡ଼ିଶା ଘରେ ରହୁଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟର ଜନୈକ ଅଧିକାରୀ ମୋ ମାତାପିତାଙ୍କୁ କହି ବୋର୍ଡ ସ୍କୁଲରେ ଷଷ୍ଠ ଶ୍ରେଣୀ ପାଇଁ ପ୍ରବେଶ ପରୀକ୍ଷା ଦେବାକୁ କହିଥିଲେ; ଯେଉଁଥିରେ ମୁଁ କୃତକାର୍ଯ୍ୟ ହୋଇଥିଲି। ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ସେତେବେଳର ସୁନାମଧନ୍ୟ ବିଦ୍ୟାଳୟ; କିନ୍ତୁ ଆମ ଘରଠାରୁ ବହୁତ ଦୂରରେ। ତଥାପି ମୋର ପଢ଼ା ପ୍ରତି ଥିବା ଆଗ୍ରହ ଆଗରେ କୌଣସି ପ୍ରତିବନ୍ଧକ ସମସ୍ୟା ହୋଇ ନ ଥିଲା। ଦଶମ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମୁଁ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲି। ୧୯୯୩ରେ ସ୍ନାତକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପଞ୍ଚମ ଏବଂ ୧୯୯୫ରେ ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ୧୯୯୬ରେ ୟୁଜିସି ନେଟ୍‌ ପରୀକ୍ଷାରେ ସଫଳ ହେଲି। ୧୯୯୯ ପର୍ଯ୍ୟନ୍ତ ବହୁ ପରୀକ୍ଷାର ସମ୍ମୁଖୀନ ହୋଇଛି ମୁଁ। ୧୯୯୭ ମସିହା ପାଇଁ କରାଯାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩ୟ ସ୍ଥାନ ଅଧିକାର କରି ୧୯୯୯ ମାର୍ଚ୍ଚରେ ପ୍ରଶାସନିକ ପ୍ରଶିକ୍ଷଣ ଅଧିକାରୀ (ଅଫିସର୍‌ ଟ୍ରେନି) ହୋଇ କେନ୍ଦ୍ରାପଡ଼ା କଲେକ୍ଟୋରେଟ୍‌ରେ ଯୋଗଦେଇ ସରକାରୀ କାର୍ଯ୍ୟାରମ୍ଭ କଲି ଏବଂ ପ୍ରୋବେଶନାରୀ ପ୍ରଶିକ୍ଷଣ ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଯୋଗଦେଲି। ଚାକିରି ଜୀବନର ପ୍ରଥମ ଦରମା ଥିଲା ୬୪୦୦ ଟଙ୍କା। ହାତରେ ପ୍ରଥମ ଦରମା ଧରିବା ପରେ ମୋ ଖୁସିର ତ ସୀମା ନ ଥିଲା। ହେଲେ ମୁଁ ଭାବୁଥିଲି କେମିତି ଅଭାବ ପରିସ୍ଥିତିରେ ମୋ ପରିବାର ଓ ପରମ ବନ୍ଧୁ ମୋ ସହିତ ରହିଥିଲେ। ମୋର ଭବିଷ୍ୟତକୁ ସୁନ୍ଦର କରିବା ପାଇଁ ମୋର ଜ୍ୟେଷ୍ଠଭ୍ରାତା ସୁବାସ ତ୍ରିପାଠୀ ଏବଂ ତାଙ୍କ ପତ୍ନୀ ମୋ ଭାଉଜଙ୍କର ଆର୍ଥିକ ସାହାଯ୍ୟ, ଦିବଂଗତ ମାତାପିତା ଓ ଏକ ବଡ଼ ଭଉଣୀ ତନୁଜାଙ୍କର ଏବଂ ଅନ୍ୟ ଏକ ଜ୍ୟେଷ୍ଠ ଭ୍ରାତା ଉଦୟନାଥ ଓ ସବୁଠୁ ବଡ଼ ଭଉଣୀ ପୁଷ୍ପଲତାଙ୍କର ଆଶୀର୍ବାଦ ସବୁବେଳେ ମୋ ସହିତ ରହିଛି। ମୋର ପରମମିତ୍ର ପ୍ରିୟ ପଟ୍ଟାୟତର ଅହରହ ପ୍ରେରଣା ମୋତେ ଲକ୍ଷ୍ୟପଥରେ ଯିବାକୁ ଶକ୍ତି ପ୍ରଦାନ କରିଛି। ସେ ମୋତେ ଆବଶ୍ୟକ ପାଠପଢ଼ା ସାମଗ୍ରୀ ଯୋଗାଇ ଦେଉଥିଲା। ସେଥିପାଇଁ ମୁଁ ତା’ପାଖରେ ସର୍ବଦା କୃତଜ୍ଞ ରହିବି। ତେଣୁ ସ୍ଥିର କଲି ଯେ, ପରିବାରର ସମସ୍ତ ସଦସ୍ୟ ଓ ପ୍ରିୟ ପାଇଁ ଉପହାର ନେବା ସହ ଅଭାବଗ୍ରସ୍ତ ସହପାଠୀ ମିତ୍ରମାନଙ୍କ ଲାଗି ଦରକାରୀ ପାଠ୍ୟପୁସ୍ତକ କିଣିବି। କିଣିଲି ମଧ୍ୟ। ସମସ୍ତେ ସମସ୍ତଙ୍କ ଉପହାର ପାଇ ଖୁବ୍‌ ଖୁସି ହେଲେ। ଓଡ଼ିଶା ପ୍ରଶାସନିକ ସେବାରେ କିଛିଦିନ କାର୍ଯ୍ୟରତ ରହିବା ପରେ ୧୯୯୯ରେ ଭାରତୀୟ ଅର୍ଥ ସେବାରେ ୩ୟ ସ୍ଥାନ ରଖି କୃତକାର୍ଯ୍ୟ ହେଲି। ୨୬ ବର୍ଷର ପ୍ରଶାସନିକ ସେବାରେ ମୁଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଯୋଜନା ବିଭାଗ, କୃଷି, ପଶୁପାଳନ, ଖାଦ୍ୟ ପ୍ରସଂସ୍କରଣ, ସମବାୟ, ସ୍ବାସ୍ଥ୍ୟ ଆଦି ମନ୍ତ୍ରଣାଳୟ ଏବଂ ବିଭାଗରେ କାର୍ଯ୍ୟ କରିପାରିଛି। ସହକାରିତା ମନ୍ତ୍ରଣାଳୟରେ ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିଶେଷ କାର୍ଯ୍ୟକାରୀ ଅଧିକାରୀ (ଓଏସ୍‌ଡି) ରୂପେ ୨ ବର୍ଷରୁ ଅଧିକ କାର୍ଯ୍ୟ କରିପାରିଛି। ମୋ ଜୀବନ ଯାତ୍ରାରେ ମୋର ସହଧର୍ମିଣୀ ଈଶିତାଙ୍କର ଅବଦାନ ବହୁତ ରହିଛି। ଜଗନ୍ନାଥଙ୍କ ଅସୀମ କୃପା ସହ ମୋ ପରିବାର ତଥା ମୋ ବନ୍ଧୁ ପ୍ରିୟଙ୍କ ସହଯୋଗରେ ମୁଁ ଆଜି ଭାରତ ସରକାରଙ୍କ ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ସଂଯୁକ୍ତ ସଚିବ ଭାବେ କାର୍ଯ୍ୟାରମ୍ଭ କରିବାରେ ସଫଳ ହୋଇଛି। ସରକାରୀ କାର୍ଯ୍ୟ ସହ ବହି ଲେଖିବା, ଖବରକାଗଜରେ ପ୍ରାସଙ୍ଗିକ ବିଷୟର ତର୍ଜମା କରିବା ସହିତ ଗବେଷଣାତ୍ମକ ଲେଖା ଲେଖିଥାଏ। ଭଗବାନଙ୍କ ଅପାର କୃପାରୁ ୮୦ରୁ ଊର୍ଦ୍ଧ୍ୱ ଗବେଷଣାଯୁକ୍ତ ଲେଖା ପ୍ରକାଶିତ ହେବା ସହ ୭ଟି ବହି ଆଦିର ପ୍ରକାଶନରେ ନିଜକୁ ସଂଶ୍ଲିଷ୍ଟ କରାଇପାରିଛି। ୨୦୩୩ ମସିହାରେ ସରକାରୀ କାର୍ଯ୍ୟ ନିବୃତ୍ତ ହେବା ପରେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri