Posted inଜାତୀୟ

‘ପୁଅର ଏନ୍‌କାଉଣ୍ଟର ପାଇଁ ମୁଁ ଦାୟୀ’

ପ୍ରୟାଗରାଜ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅସଦ ଅହମଦଙ୍କୁ ଗୁରୁବାର ଝାନ୍ସିରେ ଏନ୍‌କାଉଣ୍ଟର କରାଯାଇଛି। ପୁଅର ଏନ୍‌କାଉଣ୍ଟର ଖବର ପାଇବା ପରେ ବାପା ଅତିକ ଅହମ୍ମଦ ପ୍ରୟାଗରାଜ ସ୍ଥିତ କୋର୍ଟ ରୁମ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ।
ଏପରି କି ଅତିକଙ୍କୁ ନୈନି ଜେଲକୁ ନିଆଯାଉଥିବା ପୁଅର ମୃତ୍ୟୁ ପାଇଁ ନିଜେ ଦାୟୀ ବୋଲି କହିଛନ୍ତି। ଏପରି କି ତାଙ୍କୁ ପୁଅର ଶେଷକୃତ୍ୟରେ ଯୋଗଦେବା ନେଇ ଅନୁମତି ଦିଆଯାଉ ବୋଲି ସେ ପ୍ରକାଶ କରିଛନ୍ତି।
ଖବରଦାତା ସମ୍ମିଳନୀରେ ଉତ୍ତରପ୍ରଦେଶର ଏଡିଜି (ଆଇନ) ପ୍ରଶାନ୍ତ କୁମାର କହିଛନ୍ତି ଯେ ଝାନ୍ସିଠାରେ ଉମେଶ ପାଲ ହତ୍ୟା ମାମଲାର ଅଭିଯୁକ୍ତ ଅସଦ ଏବଂ ତାଙ୍କ ସହଯୋଗୀ ଗୁଲାମଙ୍କ ମଧ୍ୟରେ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କଫୋର୍ସ(ଏସ୍‌ଟିଏଫ୍‌) ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ହେଲେ ଏସ୍‌ଟିଏଫ୍‌ ଯବାନଙ୍କ ଗୁଳିରେ ଅଭିଯୁକ୍ତ ଅସଦ ଏବଂ ଗୁଲାମଙ୍କ ମୃତ୍ୟୁ ଘଟିଛି।
୨୦୦୫ରେ ତତ୍କାଳୀନ ବିଏସ୍‌ପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଏବଂ ଦୁଇ ସୁରକ୍ଷା କର୍ମୀଙ୍କୁ ଫେବୃୟାରୀ ୨୪ରେ ପ୍ରୟାଗରାଜ ଧୋମଙ୍ଗଞ୍ଜ ଅଞ୍ଚଳରେ ଗୁଳି କରାଯାଇଥିଲା। ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଏକ ସିସିଟିଭିରେ କଏଦ ହୋଇଥିଲା। ଏପରି କି ସିସିଟିଭି ଫୁଟେଜରେ ଅସାଦ ଏବଂ ତାଙ୍କ ସହଯୋଗୀ ଆକ୍ରମଣ କରୁଥିବା ସ୍ପଷ୍ଟ ହୋଇଥିଲା। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ନେଇ ତଦନ୍ତ ଚଳାଇଥିଲା। ଘଟଣାର ୪୫ ଦିନ ପରେ ଗୁରୁବାର ଏହି ଏନ୍‌କାଉଣ୍ଟର ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

ବିଶ୍ୱଜିତ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୋଷ ଝାଡ଼ିଲେ ସୋଫିଆ, କହିଲେ ଆମକୁ…

ଭୁବନେଶ୍ୱର,୮ା୨: କଂଗ୍ରେସରେ କଟକର ବିଜେଡି ନେତା ବିଶ୍ୱଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ…

ଦୋଳିରେ ବସି ମଜା ନେଉଥିଲେ ଲୋକେ, ହଠାତ୍‌ ପୋଲିସ ଅଧିକାରୀଙ୍କ ଉପରେ ଖସିପଡ଼ିଲା, ଆଉ ତା’ ପରେ…

ଚଣ୍ଡିଗଡ଼,୮ା୨: ହରିୟାଣାର ସୂରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ ଏକ ଭୟଙ୍କର ଅଘଟଣ ଘଟିଛି। ମେଳାରେ ହଠାତ୍‌ ଦୋଳି ଛିଡ଼ିପଡ଼ିବାରୁ ସେଠାରେ ନିୟୋଜିତ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri