Posted inଜାତୀୟ

ଏଥିପାଇଁ ମୁଁ ଦାୟୀ…ଶେଷରେ ଦୋଷ ମାନିଲେ ଧର୍ମେନ୍ଦ୍ର ପ୍ରଧାନ: ଜାଣନ୍ତୁ କାହିଁକି ଏମିତି କହିଲେ…

ନୂଆଦିଲ୍ଲୀ,୨୯।୫(ପି.ଟି.):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ)ପରୀକ୍ଷା ବିବାଦକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଏହି ପ୍ରସଙ୍ଗକୁ ରାହୁଲ ରାଜନୀତିକରଣ କରୁଥିବା ଓ ହତାଶ ହୋଇପଡ଼ିଥିବା ନେଇ ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଏହାର ପାଲଟା ଜବାବ ଦେବାକୁ ଯାଇ କହିଛନ୍ତି ଯେ, ତାଙ୍କୁ ଆକ୍ରମଣ କଲେ କେନ୍ଦ୍ର ମନ୍ତ୍ରୀ ନିଜ ଅପରାଧରୁ ମୁକ୍ତ ହୋଇପାରିବେ ନାହିଁ।
ସିବିଏସ୍‌ଇ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ଅଭିଯୋଗ କରିବା ସହ ଏହି ଦୁର୍ନୀତି ପଛର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ଏକ ସ୍ବାଧୀନ ନ୍ୟାୟିକ ତଦନ୍ତ ଏବଂ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିବାକୁ ରାହୁଲ ଦାବି କରିବା ପରେ ଧର୍ମେନ୍ଦ୍ର ତାଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଆହୁରି ଅଭିଯୋଗ କରିଛନ୍ତି ଯେ, ତେଲଙ୍ଗାନାରେ ଏକ ସନ୍ଦେହଜନକ ଅତୀତ ଥିବା ସଂସ୍ଥାକୁ ସିବିଏସ୍‌ଇ ଦ୍ୱାରା ଉତ୍ତରଖାତାଗୁଡ଼ିକର ଡିଜିଟାଲ ମୂଲ୍ୟାଙ୍କନ ପାଇଁ ଚୁକ୍ତି କରାଯାଇଥିଲା।
ରାହୁଲଙ୍କୁ ଲକ୍ଷ୍ୟକରି କରି ଧର୍ମେନ୍ଦ୍ର କହିଛନ୍ତି, କ୍ରମାଗତ ନିର୍ବାଚନୀ ପରାଜୟ ଯୋଗୁ ଲୋକ ସଭାର ବିରୋଧୀ ଦଳ ନେତା ହତାଶ ହୋଇପଡ଼ିଛନ୍ତି। ସେଥିପାଇଁ ସଂସ୍କାର ଓ ବୈଷୟିକ ପ୍ରଗତିକୁ ବିରୋଧ କରୁଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ସେ ପୂର୍ବରୁ ଏସ୍‌ଆଇଆର୍‌ ଓ ଇଭିଏମକୁ ବିରୋଧ କରୁଥିଲେ। ସେ ଡିଜିଟାଲ ଇଣ୍ଡିଆକୁ ମଧ୍ୟ ବିରୋଧ କରୁଛନ୍ତି। ସିବିଏସ୍‌ଇର ପଦକ୍ଷେପ ଭାରତ ସରକାରଙ୍କ କ୍ରୟ ନୀତି ଅନୁଯାୟୀ ହୋଇଛି ବୋଲି ମନ୍ତ୍ରୀ ଗୁରୁତ୍ୱ ଦେବା ସହ ଆଶ୍ୱାସନା ଦେଇ କହିଛନ୍ତି ଯେ, ଯଦି କୌଣସି ଅନିୟମିତତା ଜଣାପଡ଼େ, ତେବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ପ୍ରସଙ୍ଗରେ ଯେକୌଣସି ଅସଙ୍ଗତି ପାଇଁ ସେ ସରକାରଙ୍କ ତରଫରୁ ଦାୟିତ୍ୱ ଗ୍ରହଣ କରୁଛନ୍ତି ଏବଂ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି ଯେ, ଏହାକୁ ନେଇ ରାଜନୀତି ନ କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଏହାର ପାଲଟା ଜବାବ ଦେଇ ରାହୁଲ କହିଛନ୍ତି, ‘ଧର୍ମେନ୍ଦ୍ର ବାବୁ ଆପଣ ଯେତେ ମୋତେ ସମାଲୋଚନା କରନ୍ତୁ, କିନ୍ତୁ ଏହା ଆପଣଙ୍କୁ ଅପରାଧରୁ ମୁକ୍ତ କରିବ ନାହିଁ। ଏହା ମୋତେ ୧୮.୫ ଲକ୍ଷ ପିଲାଙ୍କ ପାଇଁ ଜବାବ ମାଗିବାରୁ ଅଟକାଇ ପାରିବ ନାହିଁ। ‘X’ ରେ ଏକ ପୋଷ୍ଟରେ ରାହୁଲ ପଚାରିଛନ୍ତି ଯେ, ସିବିଏସ୍‌ଇ ଓଏସ୍‌ଏମ୍‌ (ଅନ୍‌ ସ୍କ୍ରିନ୍‌ ମାର୍କିଂ) ଚୁକ୍ତି କାହିଁକି ‘କୋଏମ୍ପଟ୍‌’କୁ ଦିଆଗଲା, ଯେଉଁ କମ୍ପାନୀ ନିଜ ପୁରୁଣା ନାମ ’ଗ୍ଲୋବରେନା’ ଅଧୀନରେ ଆଗରୁ ହିଁ ବିବାଦ ଘେରରେ ରହିଛି। ଏହା କାହା ନିର୍ଦ୍ଦେଶରେ କରାଯାଇଥିଲା। କାହିଁକି କୌଣସି ପୃଷ୍ଠଭୂମି ଯାଞ୍ଚ କରାଯାଇ ନ ଥିଲା। କୋଏମ୍ପଟ୍‌ ପରିଚାଳନା ଓ ମୋଦି ସରକାରଙ୍କ ମଧ୍ୟରେ କ’ଣ ସମ୍ପର୍କ ଅଛି ବୋଲି ରାହୁଲ ପଚାରିଛନ୍ତି। ଅନ୍ୟପକ୍ଷରେ ଧର୍ମେନ୍ଦ୍ର କହିଛନ୍ତି, ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ପ୍ରକ୍ରିୟାକୁ ନେଇ କେତେକ ସମସ୍ୟା ସାମ୍ନାକୁ ଆସିଛି ଏବଂ ଏବେ ଏକ ପୁନଃ-ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାୟ ୧୭ ଲକ୍ଷ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ ଓ ପ୍ରତ୍ୟେକଙ୍କ ଉତ୍ତରଖାତାକୁ ସୁରକ୍ଷିତ ଭାବେ ରଖାଯାଇଛି। ସେ କହିଛନ୍ତି, ମୋଟ ୯୮ ଲକ୍ଷ ଉତ୍ତରଖାତା ରହିଛି, ଯେଉଁଥିରେ ପ୍ରତ୍ୟେକ ଖାତାରେ ପ୍ରାୟ ୪୦ଟି ପୃଷ୍ଠା ରହିଛି। ଏହାର ଅର୍ଥ ହେଉଛି ସିବିଏସ୍‌ଇ ଦ୍ୱାରା ପ୍ରଥମ ଥର ପାଇଁ ଓଏସ୍‌ଏମ୍‌ ପ୍ରକ୍ରିୟା ମାଧ୍ୟମରେ ପ୍ରାୟ ୪୦ କୋଟି ସ୍କାନ୍‌ ହୋଇଥିବା ପୃଷ୍ଠାର ମୂଲ୍ୟାଙ୍କନ କରାଯାଇଥିଲା। ଓଏସ୍‌ଏମ୍‌କୁ ଏକ ଛାତ୍ରକୈନ୍ଦ୍ରିକ ବ୍ୟବସ୍ଥା ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ମୂଲ୍ୟାଙ୍କନରେ ଅଧିକ ସ୍ବଚ୍ଛତା ପାଇଁ ଏଭଳି ବ୍ୟବସ୍ଥା ଆପଣାଯାଇଛି। ଫଳରେ ଛାତ୍ରୀଛାତ୍ର ସ୍ବଚ୍ଛତାର ସହ ସେମାନଙ୍କ ମାର୍କ ବିଷୟରେ ସୂଚନା ପାଇପାରିବେ ଏବଂ ସ୍କାନ୍‌ କପି ମାଧ୍ୟମରେ ସେମାନେ ସିଧାସଳଖ ସେମାନଙ୍କର ଉତ୍ତରଖାତା ଦେଖିପାରିବେ। ତେବେ ସିବିଏସ୍‌ଇ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିଛି ଏବଂ କେତେକ ତ୍ରୁଟି ନଜରକୁ ଆସିଥିବା ମନ୍ତ୍ରୀ ସ୍ବୀକାର କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?