Posted inଜାତୀୟ

ମୁଁ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ, ଭାଜପାର ଅଘୋଷିତ ମୁଖପାତ୍ର ନୁହେଁ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୬।୬: ଉତ୍ତରପ୍ରଦେଶ କାନପୁରର ଶେଲଟର ହୋମରେ କିଛି ଦିନ ପୂର୍ବରୁ ୫୭ଜଣ ଝିଅ କରୋନା ସଂକ୍ରମିତ ହେବା ସହ ୬ଜଣ ଗର୍ଭବତୀ ହୋଇଥିଲେ। ଯାହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ ସରକାରଙ୍କୁ ଘେରିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲାକୁ ନେଇ ରାଜନୀତି ବୃଦ୍ଧି ପାଇବାରେ ଲାଗିିଛି। ନିକଟରେ ଉତ୍ତରପ୍ରଦେଶ ଶିଶୁ ସୁରକ୍ଷା ଆୟୋଗ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ପ୍ରସଙ୍ଗରେ ଏକ ନୋଟିସ ପଠାଇଥିଲା। ଶୁକ୍ରବାର ଏହି ନୋଟିସର ଜବାବ ରଖିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି, ମୁଁ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ, କୌଣସି ଅଘୋଷିତ ଭାଜପାର ମୁଖପାତ୍ର ନୁହେଁ। ସୁଚନା ମୁତାବକ ପ୍ରିୟଙ୍କା ଗାନ୍ଧୀ ଟୁଇଟ କରି ଲେଖିଛନ୍ତି, ଜନତାଙ୍କ ପ୍ରତି ଜଣେ ସେବକ ଭାବେ ତାଙ୍କର କର୍ତ୍ତବ୍ୟ  ରହିଛି। ସତ୍ୟକୁ ସେମାନଙ୍କ ସମ୍ମୁଖକୁ ଆଣିବା ମୋର କର୍ତ୍ତବ୍ୟ, କୌଣସି ସରକାରୀ ପ୍ରଚାରକୁ ଆଗକୁ ନେବା ନୁହେଁ। ତେବେ ଉତ୍ତରପ୍ରଦେଶ ସରକାର ଅନ୍ୟ ବିଭାଗ ଦ୍ୱାରା ତାଙ୍କୁ ଧମକ ଦେଇ ନିଜର ସମୟ ନଷ୍ଟ କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ମୋ ବିରୋଧରେ ଯିଏ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛି, ନିଶ୍ଚିତ ଭାବେ ନେଇପାର। କିନ୍ତୁ ମୁଁ ସତ୍ୟକୁ ଆଗାମୀ ଦିନରେ ବି ଆଗକୁ ଆଣୁଥିବି। ମୁଁ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ, କିଛି ବିରୋଧୀ ଦଳର ନେତାଙ୍କ ପରି ଭାଜପାର ଅଘୋଷିତ ମୁଖପାତ୍ର ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ପ୍ରାଣୀ ହିଂସା: କୁକୁରକୁ ଘୋଷାଡ଼ି ନେଲେ

ଔରଙ୍ଗାବାଦ, ୭।୬: ଦେଶରେ ପ୍ରାଣୀ ହିଂସା ଥମିବାର ନାଁ ଧରୁନି। କିଛି ଦିନ ତଳେ କେରଳରେ ଗୋଟିଏ ଗର୍ଭିଣୀ ହାତୀକୁ କିଛି ଦୁର୍ବୃତ୍ତ ସପୁରି ଭିତରେ...

ସନ୍ଧାନୀ କୁକୁର ବଦଳି ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ୪୬ ସନ୍ଧାନୀ କୁକୁରଙ୍କ ବଦଳି ନେଇ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମିଡ଼ିଆ ପରାମର୍ଶଦାତା...

ନାଗରିକତା ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ; ଜାନୁୟାରୀ ୨୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦାଖଲ ହୋଇଥିବା ୫୯ଟି ଆବେଦନ ଉପରେ ବୁଧବାର ବିଚାର କରି ସୁପ୍ରିମ୍‌କୋର୍ଟ ଏହା ଉପରେ ରୋକ ଲଗାଇବାକୁ ମନା...

ମହିଳାଙ୍କ ପାଇଁ ରାଜଧାନୀ ଦିଲ୍ଲୀ ବି ନୁହେଁ ସୁରକ୍ଷିତ: ୨ ହଜାର ଅନ୍ଧାରୀ ଇଲାକାରେ ଆଖିପିଛୁଳାକେ ଘଟୁଛି ଅପରାଧ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ ମଧ୍ୟ ମହିଳାଙ୍କୁ ସୁରକ୍ଷା ମିଳିପାରୁ ନାହିଁ। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଦିଲ୍ଲୀରେ ଅତିସମ୍ବେଦନଶୀଳ ୨ ହଜାର ଅନ୍ଧାରୀ ଇଲାକା(ଡାର୍କ...

କିଛି ଲୋକ ଭାବୁଛନ୍ତି ରାମ ମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହେବ: ପାଓ୍ବାର

ନୂଆଦିଲ୍ଲୀ,୧୯।୭: ଏନସିପି ସୁପ୍ରିମୋ ଶରଦ ପାୱାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ...

ଦେଶର ହିତ ପାଇଁ ମନମୋହନଙ୍କ ଉପଦେଶ ଗ୍ରହଣ କରନ୍ତୁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୨।୬: ଭାରତ-ଚାଇନା ସୀମା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ଡ. ମନମୋହନ ସିଂ। ସେ କହିଛନ୍ତି ଏହି ଘଡିସନ୍ଧି...

ଲକ୍‌ଡାଉନରେ ୧୩ ଖଣ୍ଡ ପୁସ୍ତକ ରଚନା କଲେ ରାଜ୍ୟପାଳ

ଆଇଜଲ,୭।୮: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ସମୟରେ କିଏ କେମିତି ସମୟ କାଟିଛନ୍ତି ତାହା ହୁଏତ ସମସ୍ତଙ୍କୁ ଅଳ୍ପ ବହୁତେ...

ଡେରାଡୁନରେ ୨ ଦିନିଆ ସଟ୍‌ଡାଉନ୍‌

ଡେରାଡୁନ,୬।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ଡେରାଡୁନରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ ଘୋଷଣା କରାଯାଇଛି। ଶନିବାର ଓ ରବିବାର ସଟ୍‌ଡାଉନ ଘୋଷଣା କରାଯାଇଥିବାରୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *