Posted inଜାତୀୟ

ମୁଁ ମଣିଷ, ଭୁଲ୍‌ କରିପାରେ; କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୧୧।୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପୋଡ୍‌କାଷ୍ଟ ଜରିଆରେ ନିଜ ଜୀବନୀ ଓ ରାଜନୀତି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜିରୋଧା ସହପ୍ରତିଷ୍ଠାତା ନିଖିଲ କାମାଥ୍‌ଙ୍କ ପୋଡ୍‌କାଷ୍ଟ ସିରିଜ୍‌ ‘ପିପୁଲ୍‌ ବାଏ ଡବ୍ଲ୍ୟୁଟିଏଫ୍‌’ରେ ଜଣେ ଅତିଥି ଭାବେ ଉପସ୍ଥିତ ହୋଇ ମୋଦି ତାଙ୍କ ଜୀବନୀ, ଶିକ୍ଷା, ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା, ମୁଖ୍ୟମନ୍ତ୍ରିତ୍ୱ ସମୟ, ଭାରତର ବୈଷୟିକ ଅଗ୍ରଗତି, ସାମାଜିକ ଗଣମାଧ୍ୟମ, ରାଜନୀତି ଏବଂ ଔଦ୍ୟୋଗୀକରଣ ସହ ସେଗୁଡ଼ିକର ସାଦୃଶ୍ୟ ଆଦି ବିଭିନ୍ନ ପ୍ରସଙ୍ଗରେ ୨ ଘଣ୍ଟା ଧରି ଆଲୋଚନା କରିଥିଲେ। ବ୍ୟକ୍ତିଗତ ଅଭିଳାଷ ନୁହେଁ, ଜନସେବାକୁ ମିଶନ ଭାବେ ଗ୍ରହଣ କରିଥିବା ଲୋକେ ରାଜନୀତିରେ ଯୋଗଦେବା ଗୁରୁତ୍ୱପୂର୍ଣ୍ଣ। ରାଜନୀତିରେ ସଫଳତା ପାଇଁ ଲୋକଙ୍କ ସହ ଯୋଡ଼ିହୋଇ ରହିବା ଓ ତ୍ୟାଗ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଗୁଜରାଟ ମୁଖ୍ୟମନ୍ତ୍ରୀ ଥିତ୍ବାବେଳେ ନିଜର ଏକ ପୁରୁଣା ବକ୍ତବ୍ୟ ସମ୍ପର୍କରେ ମୋଦି କହିଛନ୍ତି, ମୁଁ ଜଣେ ମଣିଷ, ଭଗବାନ୍‌ ନୁହେଁ। ତେଣୁ ମୋର ଭୁଲ୍‌ ହୋଇପାରେ। ମୁଖ୍ୟମନ୍ତ୍ରୀ ଥିବାବେଳେ ମୋଦି ଏକଦା କହିଥିଲେ, ନିଜ ଉଦ୍ୟମରେ କୌଣସି ସୁଯୋଗ ହାତଛଡ଼ା ହେବାକୁ ଦେବେ ନାହିଁ। ସେ ନିଜ ପାଇଁ କିଛି କରିବେ ନାହିଁ ବୋଲି କହିବା ସହ ଜଣେ ମଣିଷ ହୋଇଥିବାରୁ ଭୁଲ୍‌ ହୋଇଯିବା ସ୍ବାଭାବିକ ବୋଲି କହିଥିଲେ। ତେବେ ଖରାପ ଉଦ୍ଦେଶ୍ୟ ନେଇ ସେ ଭୁଲ୍‌ କରିବେ ନାହିଁ। ସେ ଏହାକୁ ତାଙ୍କ ଜୀବନର ମନ୍ତ୍ର କରିଥିବା କହିଛନ୍ତି।
ନିଜ ପିଲାଦିନର କଥା ମନେ ପକାଇ ମୋଦି କହିଛନ୍ତି, ସେ ତାଙ୍କ ପରିବାର ସଦସ୍ୟମାନଙ୍କ ଲୁଗାପଟା ଧୋଉଥିଲେ। ଏଥିପାଇଁ ତାଙ୍କୁ ପୁଷ୍କରିଣୀ ଯିବାକୁ ଅନୁମତି ମିଳିଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ ସେ ତାଙ୍କ ସରକାରୀ ବାସଭବନକୁ ନିଜ ପୁରୁଣା ଦିନର ସାଙ୍ଗ ଓ ଶିକ୍ଷକମାନଙ୍କୁ ଆମନ୍ତ୍ରଣ କରିଥିଲେ। ତେବେ ସାଙ୍ଗମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖୁଥିବାବେଳେ ମୋଦି ସେମାନଙ୍କଠାରେ ନିଜ ସାଙ୍ଗଙ୍କୁ ଦେଖିବାକୁ ଉଦ୍ୟମ କରୁଥିଲେ ବୋଲି କହିଛନ୍ତି।
୨୦୦୨ ଫେବୃଆରୀ ୨୪ ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣାକୁ ମନେପକାଇ ସେ ସମୟର ନବନିର୍ବାଚିତ ବିଧାୟକ ଭାବେ ସେ ନିଜ କଠିନ ପରୀକ୍ଷା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସେ ବିଧାୟକ ହେବାର ୩ ଦିନ ପରେ ଗୋଧ୍ରାରେ ଟ୍ରେନ୍‌ପୋଡ଼ି ଘଟଣା ଘଟିଥିଲା। ମୋଦି ଘଟଣାସ୍ଥଳକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଅଫିସରମାନେ ତାଙ୍କ ପାଇଁ ହେଲିକପ୍ଟରର ଆୟୋଜନ କରିଥିଲେ। ତେବେ ସେ ଭିଆଇପି ନୁହନ୍ତି, ଜଣେ ସାଧାରଣ ମଣିଷ ବୋଲି ମୋଦି କହିଥିଲେ। ବିପଦ ଆଶଙ୍କା ସତ୍ତ୍ୱେ ସେ ଓଏନ୍‌ଜିସି ହେଲିକପ୍ଟର ଯୋଗେ ଗୋଧ୍ରା ଯାଇ ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିଥିଲେ ଓ ମୁଖ୍ୟମନ୍ତ୍ରୀ ଭାବେ ନିଜ ଭାବପ୍ରବଣତାକୁ ନିୟନ୍ତ୍ରଣରେ ରଖିଥିଲେ।
ପ୍ରଧାନମନ୍ତ୍ରୀ ନିଜକୁ କେବେ ଆରାମଦାୟକ ଜୋନ୍‌ରେ ରଖିନାହାନ୍ତି ଏବଂ ବିପଦକୁ ମୁକାବିଲା କରିବା ସାମର୍ଥ୍ୟର ସମ୍ପୂର୍ଣ୍ଣ ଉପଯୋଗ କରିନାହାନ୍ତି। ସେ ଏଭଳି ଜୀବନ ଯାପନ କରୁଛନ୍ତି, ଯେଉଁଠି ତାଙ୍କୁ ଅତି ଛୋଟ ଜିନିଷ ମଧ୍ୟ ସନ୍ତୁଷ୍ଟି ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୋଡ୍‌କାଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାକ୍ଷାତ୍‌କାରକୁ କଂଗ୍ରେସ ତାଚ୍ଛଲ୍ୟ କରିଛି। ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ୍‌କାର କେବଳ ନିଜ ଭାବମୂର୍ତ୍ତିର ସୁରକ୍ଷା ପାଇଁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri