Posted inUncategorized

ତୁମ ପାଇଁ ଅଛି ମୁଁ

ମୁଁ ତୁମ ପାଇଁ/ତୁମେ ମୋ ପାଇଁ/କୋଳାକୋଳି ହେବା ଆମେ / ଦୁହେଁ ଦୁହିଁଙ୍କ ପାଇଁ/ ସବୁକିଛି ଆମର/ ପର କଥା କି ଦରକାର /ବାକି ଯାହା ଛିଛାକର/ ଏତିକି କହି ଚିରୁଡ଼ାଏ ଚା’କୁ ଶୋଷିଦେଲେ ଧନ ମଉସା। ଗାଁର ଆଶୁକବି। ବଡ଼ ଗମାତିଆ ଲୋକ। ତାଙ୍କୁ କଥାରେ ଟିକେ ଚିମୁଟେଇଦେଲେ ମୁହଁରୁ ବାହାରିବ କବିତା ସାଏଁ ସାଏଁ। ରାଜ୍ୟ ତଥା ଦେଶର ବିଶେଷ ପରିସ୍ଥିତିରେ ଗାଁ ଚା’ଖଟିରେ ଟିକେ ଉଷ୍ମତା ବଢ଼ିଯାଏ। ସେଠି ଧନ ମଉସା ଆସିଗଲେ ଚର୍ଚ୍ଚା ରୋଚକ ହୋଇଯାଏ। ଧନ ମଉସା ଟାଉଁ ଟାଉଁ କବିତା ଗାଇ ଦେଲେ ଚା’ ପିଉ ପିଉ। ଆଉ ବିଳମ୍ବ ନ କରି ବିଲକୁ ତରତର ହୋଇ ଚାଲିଗଲେ ସିନା ଗୁଡ଼ାଏ କଥା କବିତା ଭିତରେ ଛାଡି ଦେଇଗଲେ।
ଅନେକ ସମୟରେ ଆମକୁ କେହି ନା କେହି କହେ ଜମା ଚିନ୍ତା କରନି। ମୁଁ ପା ଅଛି। ସେତକ ଆଶ୍ୱାସନାରେ ମନ ଓ ହୃଦୟ ପୂରିଯାଏ। ଶତ ସିଂହର ବଳ ମିଳିଯାଏ। ଭଙ୍ଗା ମନ କ୍ରମଶଃ ଯୋଡିବା ଆରମ୍ଭ ହୁଏ। ପୁଣି ବଳ ଗୋଟାଇବାକୁ ମନ ହୁଏ। ଏହି ପୃଥିବୀରେ ଆସିବାମାତ୍ରେ ସମସ୍ତେ ଆମକୁ ନାମ, ପରିଚୟ, ଦାୟିତ୍ୱ ଦେଇଥାନ୍ତି। କିନ୍ତୁ କେବଳ କିଛି ଜଣେ ଅଲଗା ଲୋକ ଥାଆନ୍ତି ଯେଉଁମାନେ ଆମର ମନକୁ ଧରି ରଖନ୍ତି। ଲୁହଆସିବା ପୂର୍ବରୁ ସେମାନେ ଅନୁଭବ କରନ୍ତି। ହୃଦୟର କଥାକୁ ଧରି ସେହି ମୁହଁରେ ହସ ଫେରାଇ ଚକଚକିଆ କରିଦିଅନ୍ତି। ସେଇ ଜଣଙ୍କ ନିଶ୍ଚୁପରେ କହିଦିଏ କଥା ‘ତୁମ ପାଇଁ ଅଛି ମୁଁ।’ ଦୁଃଖକୁ ଜାଣିପାରେ। ମନକୁ ବୁଝିପାରେ। କାରଣ ସେ ସମ୍ପର୍କ କେବଳ କଥାରେ ସୀମିତ ନୁହଁ, ତାହା ହୃଦୟସ୍ପର୍ଶରେ ସମାହିତ। ଯେବେ ତୁମ ଛୋଟ ଛୋଟ କଥାରେ ଲୁହ ଲୁଚାଇ ରଖ। ସେ ବୁଝିଯାଏ। ଜୀବନ କେତେ ଧାଇଁ ଚାଲେ। ସକାଳରୁ ସନ୍ଧ୍ୟା, ଶୀତରୁ ଗ୍ରୀଷ୍ମ। ଦିନ ଶେଷରେ ଯେବେ ସବୁ ଆଲୋକ ଲିଭିଯାଏ। ଅନ୍ଧାର ମାଡି ଆସେ ସେତେବେଳେ ସେ ମନେପଡ଼େ। ଜୀବନର ଦୁର୍ବିପାକରେ ସେ ଛାଏଁ ଛାଏଁ ମନରେ ବସା ବାନ୍ଧେ। ହୃଦୟ ଭିତରେ ଗୋଟିଏ ଧ୍ୱନି ଅନୁରଣିତ ହୁଏ ‘ମୋ ପାଇଁ ସେ ଅଛି।’ ପୃଥିବୀ ବଦଳିଯାଇପାରେ, ପରିସ୍ଥିତି ଓଲଟିଯାଇପାରେ। କିନ୍ତୁ ଏହି ସତ୍ୟ ବଦଳିପାରେନି ତୁମ ପାଇଁ କିଏ ଜଣେ ଅଛି। ସେଇ ସ୍ନେହ ଓ ଶ୍ରଦ୍ଧା ଅବିଚଳିତ। ଯେବେ ତୁମ ସଫଳତା ମଞ୍ଚରୁ ଫେରି ଆସ। ହସୁଥିବା ମୁହଁରେ ଗର୍ବର ଆଲୋକ ମିଶିଥାଏ। ସେତେବେଳେ ଆପଣଙ୍କ ହୃଦୟ କହେ,‘ଦେଖ, ସେ ଥିଲା; ଆଜି ବି ଅଛି ବୋଲି ସୁରୁଖୁରୁରେ ସବୁ ହୋଇଗଲା। ‘ ଆଉ ଯେବେ ବିଫଳତାର ଅନ୍ଧାର ରାତିରେ ତୁମ ମନ କ୍ଳାନ୍ତ, ସନ୍ଦେହରେ ଭାରି ଭାରି ଲାଗେ ସେତେବେଳେ ତା’ର ଅଦୃଶ୍ୟ କଣ୍ଠ ତୁମକୁ ମୃଦୁ ସ୍ବରରେ କହିବ – ପୁଣି କି ଚିନ୍ତା? ‘ତୁମ ପାଇଁ ଅଛି ମୁଁ’।
ତୁମ ଜୀବନରେ ଯେବେ ବିଚଳିତରେ ଝାଳ ବହିଯାଉଥାଏ, ତୁମ ହୃଦୟ ଥକିଯାଏ। ତା’ର ହାତ ତୁମ ପିଠିରେ ହୋଇପାରେ ଗଛର ଛାଇ। ତା’ର କାନ୍ଧ ହେବ ସେଇ ଆଶ୍ରୟ ଯେଉଁଠାରେ ତୁମେ ନିର୍ଭୀକ ହୋଇପାରିବ। ତା’ର ସ୍ନେହ ହେଉଛି ଯୁଦ୍ଧପରର ମିଳୁଥିବା ଶାନ୍ତି। ତୁମ ପାଇଁ ରଖିଥିବା ସରଳ ଆଶ୍ରୟ। ମନେରଖନ୍ତୁ ତୁମେ କେବେ ଏକା ନୁହଁ। ତୁମର ଦୁଃଖକୁ ହସରେ ପରିଣତ କରିବା ପାଇଁ କିଏ ଜଣେ ଅଛି। ତୁମର ଲୁହକୁ ଶବ୍ଦ ବିନା ବୁଝିବା ପାଇଁ ସେ ଅଛି। ତୁମ ହୃଦୟରେ ସାହସ ଭରିବାକୁ, ତୁମ ଆଖିରେ ସ୍ବପ୍ନ ଜଳାଇ ରଖିବାକୁ ତୁମ ପାଇଁ ଆଉ କିଏ ଅଛି। ଦୁନିଆର ଏହି ଭିଡ଼-ଭାଡ଼ ମଧ୍ୟରେ ଯେବେ ଚୁପଚାପ ହେଇ ତୁମ ପଛ ବୟସକୁ ମନେପକାଉଥିବ। ସେ ମନେ ପଡେ। ଜୀବନ ଯେତେ ଜଟିଳ ହେଉ, ସମୟ ଯେତେ ଅନିଶ୍ଚିତ ହେଉ, ତୁମ ହସର ମୂଲ୍ୟ ତାରି ପାଖରେ ସବୁଠାରୁ ଅଧିକ। ତୁମ ଦୁଃଖ ତାରି ଅଶାନ୍ତି। ତୁମ ସଫଳତା, ତା’ର ଗର୍ବ। ତୁମ ହସ, ତା’ର ପରିପୂର୍ଣ୍ଣତା।
ଏବେ ପ୍ରଶ୍ନ ଉଠେ ‘ତୁମ ପାଇଁ ଅଛି କିଏ?’ ସେ ହୋଇପାରନ୍ତି ଆମ ମାତାପିତା, ଆମ ମିତ୍ର, ପତି କିମ୍ବା ପତ୍ନୀ, ଭାଇ ଭଉଣୀ, ବନ୍ଧୁବାନ୍ଧବ ଅବା ଆମ ସମାଜ, କିମ୍ବା ସମସ୍ତ ସୃଷ୍ଟି, ଯାହା ପାଇଁ ଆମ ଅସ୍ତିତ୍ୱ ଅର୍ଥମୟ। ଜଣେ ମା’ କହେ ‘ପୁଅ, ତୋ ପାଇଁ ଅଛି ମୁଁ’। ସେହି ହେଉଛି ନିଷ୍ଠା। ଜଣେ ସେନାନୀ କହେ ‘ଦେଶ ପାଇଁ ଅଛି ମୁଁ’। ଏହା ହେଉଛି ବଳିଦାନ। ଜଣେ ଶିକ୍ଷକ କହନ୍ତି ‘ତୁମର ଭବଷ୍ୟତ ପାଇଁ ଅଛି ମୁଁ’ ଏହା ହେଉଛି ଜ୍ଞାନଦାନର ତପସ୍ୟା। ଜଣେ ପ୍ରେମିକା କି ପ୍ରେମିକ କହେ ‘ତୁମ ପାଇଁ ମୁଁ ପରା ଅଛି।’ ଏହା ପବିତ୍ର ପ୍ରେମ। ଏସବୁ କେବଳ ଏକ ସମ୍ପର୍କ ନୁହେଁ। ଏହା ଜୀବନର ସର୍ବୋଚ୍ଚ ସତ୍ୟ। ଅହଂ ପରିବର୍ତ୍ତିତ ହୁଏ ମମତାରେ, ଶ୍ରଦ୍ଧାରେ, କରୁଣାରେ ଓ ପ୍ରେମରେ। ଏଠି ସୂର୍ଯ୍ୟ କୁହେ ‘ଅନ୍ଧାର ପାଇଁ ଅଛି ମୁଁ।’ ରାତି କୁହେ ‘ଆତ୍ମାକୁ ଶାନ୍ତି କରିବାକୁ ଅଛି ମୁଁ।’ ପ୍ରବଳ ତରଙ୍ଗ କୁହେ ‘ଉଠିବାକୁ ଚେଷ୍ଟା କର, ପଡ଼ିଲେ ଧରିବାକୁ ଅଛି ମୁଁ।’ ପ୍ରକୃତି କିନ୍ତୁ ଯାହା କହେନି, ସେହି ନୀରବତାକୁ ଆମେ ଶୁଣି ବି ଅଜଣା ହେଉ। ସେ କହେ ସକଳ ସୃଷ୍ଟିହେଉଛି ମୁଁ। ଆଉ କେବଳ ତୁମ ପାଇଁ ଅଛି ମୁଁ।
ଆଜି ଯେଉଁଠି ଧନ, କ୍ଷମତା, ପଦ ଓ ସ୍ବାର୍ଥ ମହତ୍ତ୍ୱ ପାଉଛି, ସେଠି ଏହିତତ୍ତ୍ୱ ଆମକୁ ମନେପକାଏ ଜୀବନ କେବଳ ନିଜ ପାଇଁ ନୁହେଁ, ଅନ୍ୟଙ୍କ ପାଇଁ ହେଲେ ତାହାର ଅର୍ଥ ରହେ। ଯଦି ଜଣେ ଡାକ୍ତର ରୋଗୀ ପାଇଁ, ଜଣେ ବିଜ୍ଞାନୀ ମାନବଜାତି ପାଇଁ, ଜଣେ ଛାତ୍ର ତାଙ୍କ ପରିବାର ଓ ଦେଶ ପାଇଁ, ନେତା ସମାଜ ସେବା ପାଇଁ ସମର୍ପିତ ହୁଅନ୍ତି, ତେବେ ସେହି ହେଉଛି ‘ତୁମ ପାଇଁ ଅଛି ମୁଁ’ର ସ୍ବରୂପ। ଏକଥା ବୁଝିବାକୁ ମଣିଷକୁ ବହୁତ ସମୟ ଲାଗେ। ଜୀବନର ସବୁ ଭାଗ ସରି ଆସିଲା ପରେ ଶେଷରେ ବୟସର ଭାରରେ ସବୁ ଉଦ୍ଦାମପଣ ସରି ସରି ଗଲେ ସେତେବେଳେ ମନେପଡନ୍ତି ଅନ୍ୟ ମଣିଷମାନେ। ଜୀବନଟା ଭାରି ନିଃସ୍ବ ଲାଗେ।
ଜୀବନର ଆରମ୍ଭ ହୁଏ ‘ମୁଁ’ରୁ । ମୋ ଶରୀର, ମୋ ପାଇଁ ଥିବା ସୁଖ, ମୋ ଆକାଂକ୍ଷା ସବୁକିଛି ମୋର ବୋଲି ମନେ ହୁଏ ଏକ ସମୟରେ। କିନ୍ତୁ ଯେବେ ‘ମୁଁ’ ନିଜ ସୀମା ଛାଡ଼ି ‘ତୁମ’ ପାଇଁ ବଞ୍ଚିବା ଶିଖେ, ସେଠାରୁ ଆରମ୍ଭ ହୁଏ ମନୁଷ୍ୟରୁ ମଣିଷତ୍ତ୍ୱ ଯାତ୍ରା। ତା’ପରେ ଜୀବନ ଏକ ନିଜସ୍ବ କାହାଣୀ କହେ। ଏହା ହୁଏ ସମଗ୍ର ସୃଷ୍ଟି ପାଇଁ ଗାଥା। ଓଲଟିଯାଏ ଆମର ଚିନ୍ତା ଓ ଚେତନା। ସେଇଠୁ ଏକ ପ୍ରେମମୟ ଘୋଷଣା ଆତ୍ମ ଜାଗ୍ରତ ହୁଏ ‘ତୁମ ପାଇଁ ଅଛି ମୁଁ।’ ଆମେ ସବୁବେଳେ ଏମିତିରେ କହୁ ‘ମୁଁ ଅଛି’। କିନ୍ତୁ ଯେତେବେଳେ ଆମେ କହୁ ‘ତୁମ ପାଇଁ ଅଛି ମୁଁ’ା ସେତେବେଳେ ମାନବ ଜୀବନର ନୂଆ ଦ୍ୱାର ଖୋଲିିଯାଏ। ସେଇ ଦ୍ୱାରର ଚାବିକାଠି ଖାସ୍‌ ଆପଣଙ୍କ ହାତରେ। ଥରେ ଖୋଲି ଦେଖନ୍ତୁ ନା ଆପଣଙ୍କୁ ବି ବାକି ଲୋକ କହିବେ – ତୁମ ପାଇଁ ଅଛି ମୁଁ !
ମୋ: ୯୪୩୭୯୦୯୬୭୧

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri