ମୋ’ ଉପରକୁ ଗୁଳି ଚଳାଯାଉଛି, ମୃତ୍ୟୁ ପୂର୍ବରୁ ପରିବାର ଲୋକଙ୍କ ନିକଟକୁ ଏମିତି ବାର୍ତ୍ତା ପଠାଇଲେ ମହିଳା ସୈନିକ

ଜେରୁଜେଲମ,୧୨ା୧୦: କ୍ରମାଗତ ୬ ଦିନ ଧରି ହମାସ୍‌ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟ ମଧ୍ୟରେ ଇସ୍ରାଏଲରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ସୈନିକ ମଧ୍ୟ ନିହତ ହୋଇଛନ୍ତି। ସେନ୍ୟବାହିନୀର ୭୭ତମ ବାଟାଲିୟନରେ କାର୍ଯ୍ୟ କରୁଥିବା ୧୯ ବର୍ଷୀୟା ମହିଳା ସୈନିକ ବୋନିଙ୍କୁ ମଧ୍ୟ ହମାସ୍‌ ଆକ୍ରମଣ କରିଥିଲା। ଏହି ସମୟ ମଧ୍ୟରେ ବୋନି ତାଙ୍କ ପରିବାର ଲୋଙ୍କୁ ଏକ ବାର୍ତ୍ତା ପଠାଇଥିଲେ। ଯାହା ଜାଣିଲେ ଲୋମ ଟାଙ୍କୁରି ଉଠିବ।

ବୋନି କୌଣସି ପ୍ରକାରେ ଏକ ଅସ୍ଥାୟୀ ଆଶ୍ରୟ ପାଇଥିଲେ ଏବଂ ସେ ତାଙ୍କ ପରିବାର ନିକଟକୁ ଏକ ବାର୍ତ୍ତା ପଠାଇଥିଲେ। ସେ ଲେଖିଥିଲେ, ମୁଁ ତୁମର ସମସ୍ତଙ୍କର ଯତ୍ନ ନେଉଛି। ସେ ଆହୁରି ମଧ୍ୟ ଲେଖିଥିଲେ ଯେ, ମୋ ମୁଣ୍ଡରେ ଆଘାତ ଲାଗିଛି ଏବଂ ନିକଟସ୍ଥ କୌଣସି ଆତଙ୍କବାଦୀ ମୋ’ ଉପରକୁ ଗୁଳି ଚଳାଇଛନ୍ତି।

ମୁଁ ବର୍ତ୍ତମାନ ଗୋଲାନି ବ୍ରିଗେଡର ଜଣେ ଆହତ ସୈନିକଙ୍କ ସହ ଅଛି ଏବଂ କୌଣସି ଅତିରିକ୍ତ ସହାୟତା ଉପଲବ୍ଧ ନାହିଁ। ସେ ତାଙ୍କ ପରିବାରକୁ ଆଉ ଏକ ଅପଡେଟ୍‌ ପଠାଇଥିଲେ, ଏଠାରେ ଜଣେ ଆତଙ୍କବାଦୀ ଅଛନ୍ତି। ସେ ଲେଖିଥିଲେ, ମୁଁ ଚିତ୍କାର ଶୁଣିପାରୁଛି ଏବଂ ସେଠାରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିବାର ଦେଖାଯାଏ।

ବୋନିଙ୍କ ଖୁଡ଼ୀ ଆଇଲୁକ୍‌ କହିଛନ୍ତି, ଆମେ ଦୃଢ଼ ଭାବରେ ବିଶ୍ୱାସ କରିଥିଲୁ ଯେ, ସେ ଜୀବିତ ଅଛନ୍ତି, କିନ୍ତୁ ଯେତେବେଳେ, ଅଧିସୂଚନା ଅଧିକାରୀ ତାଙ୍କ ମାତାପିତାଙ୍କ ନିକଟକୁ ଆସିଲେ, ଆମେ ଜାଣିଲୁ ସେ କେବଳ ଏକ ସଂଖ୍ୟା ପାଲଟିଗଲେ। ବୋନି ଆଫୁଲା ସହରରେ ଜନ୍ମଗ୍ରହଣ କରିଥିଲେ ଏବଂ ୭ ମାସ ପୂର୍ବରୁ ଇସ୍ରାଏଲ ସେନାରେ ଯୋଗ ଦେଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri