Posted inଜାତୀୟ

ମୁଁ ଜଣେ ସଚ୍ଚୋଟ ବ୍ୟକ୍ତି, ମୋ ଛବି ଖରାପ କରୁଛି ଭାଜପା: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୪।୧: ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କୁ ବାରମ୍ବାର ଇଡି ସମନ କରୁଛି। ଏନେଇ କେଜ୍‌ରିୱାଲ କହିଛନ୍ତି, ସିବିଆଇ ମୋତେ ୮ ମାସ ପୂର୍ବରୁ ଡକାଇଥିଲା, ମୁଁ ଯାଇଥିଲି। କିନ୍ତୁ ଇଡି ଡାକିବା ବେଆଇନ ଅଟେ। ପଚରାଉଚୁରାର ବାହାନାରେ ସେମାନେ ମୋତେ ଗିରଫ କରିବାକୁ ଚାହୁଁଛନ୍ତି। ଯେଉଁମାନେ ଭାଜପା ସହ ସହମତ ନୁହଁନ୍ତି ସେମାନଙ୍କୁ ଜେଲକୁ ପଠାଯାଏ। ଏଥିପାଇଁ ସେମାନେ ମନୀଷ ସିସୋଡିଆ ଏବଂ ସଞ୍ଜୟ ସିଂଙ୍କୁ ଜେଲରେ ରଖିଥିଲେ। ଯଦି ସେ ଭାଜପା ସହ ହାତ ମିଳାଇଥାନ୍ତେ ତେବେ ସେ ଜେଲରୁ ବାହାରିଥାନ୍ତେ। ଯିଏ ତାଙ୍କ ସହିତ ହାତ ମିଳେ ସେ ସଚ୍ଚୋଟ ହୋଇଯାଏ। ଏହି ଦେଶରେ ଯାହା ଚାଲିଛି ତାହା ବିପଜ୍ଜନକ। ଆମ ଶରୀରରେ ପ୍ରତ୍ୟେକ ବୁନ୍ଦା ରକ୍ତ ଦେଶ ପାଇଁ। ଆମେ ସବୁବେଳେ ଦେଶ ପାଇଁ ସଂଗ୍ରାମ କରିଛୁ।

ଅରବିନ୍ଦ କେଜ୍‌ରିୱାଲ ଆହୁରି ମଧ୍ୟ କହିଛନ୍ତି, ଆପଣ ଦୁଇ ବର୍ଷ ହେଲା ଅବକାରୀ ଘୋଟାଲାର ନାମ ଶୁଣୁଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ନୀତିରେ ଗୋଟିଏ ପଇସା ମଧ୍ୟ ମିଳିନାହିଁ। କାରଣ କୌଣସି ଘୋଟାଲା ହୋଇ ନ ଥିଲା। ଭାଜପା ମୋ ନାଁରେ ମିଥ୍ୟା ଅଭିଯୋଗ କରି ଲୋକ ସଭା ନିର୍ବାଚନରେ ପ୍ରଚାରରୁ ନିବୃତ୍ତ କରିବାକୁ ଚାହୁଁଛି। ଖୋଲାଖୋଲି ଭାବେ ଗୁଣ୍ଡାଗର୍ଦ୍ଦି ଚାଲିଛି। କାହାକୁ ଧର ଏବଂ ତାଙ୍କୁ ଜେଲରେ ରଖ। ମୋର ସବୁଠାରୁ ବଡ ଶକ୍ତି ହେଉଛି ସଚ୍ଚୋଟତା। ସେମାନେ ମିଥ୍ୟା ମାମଲା ଦାଖଲ କରି ମୋର ସଚ୍ଚୋଟତାକୁ ଆଘାତ କରିବାକୁ ଚାହୁଁଛନ୍ତି। ଏହି ସମସ୍ତ ସମନ ବେଆଇନ ଅଟେ। ଏଗୁଡିକ କାହିଁକି ବେଆଇନ ବୋଲି ମୁଁ ଉଡିକୁ ଉତ୍ତର ଦେଇଛି। ଯଦି ସେମାନେ ଉପଯୁକ୍ତ ସମନ ପଠାନ୍ତି, ମୁଁ ଅନୁସନ୍ଧାନରେ ସହଯୋଗ କରିବି।
ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଜଡିତ ଅର୍ଥ ହେରଫେରକୁ ନେଇ ଆଜି ଅରବିନ୍ଦ କେଜ୍‌ରିୱାଲଙ୍କ ଘରେ ଇଡି ଚଢାଉ କରିବା ଚର୍ଚ୍ଚାକୁ ଖଣ୍ଡନ କରିଛି ଇଡି। ଏହି ଚର୍ଚ୍ଚା ଗୁଜବ ଛଡା ଅନ୍ୟ କିଛି ନୁହେଁ, ଆଜି କେଜ୍‌ରିୱାଲଙ୍କ ଘରେ ଚଢାଉ କରିବା ନେଇ ସେପରି କିଛି ଯୋଜନା ହୋଇ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

IPLରୁ ବାଦ୍‌ ପଡ଼ିବା ପରେ ଚମକିଲା ମୁସ୍ତାଫିଜୁର ରହମାନଙ୍କ ଭାଗ୍ୟ

ନୂଆଦିଲ୍ଲୀ, ୫।୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶରେ ବାଂଲାଦେଶର ଷ୍ଟାର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ ରାଇଡର୍ସ ଦଳରୁ ମୁକ୍ତ କରାଯାଇଥିଲା। IPL…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ସଂସଦରେ ଅଦ୍ଭୁତ ଦୃଶ୍ୟ, ମୋଦିଙ୍କ ଭାଷଣ ବିନା…

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବା ପରେ, ଆଲୋଚନା ହୁଏ ଏବଂ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଅଭିଭାଷଣ ରଖାଯାଏ। କିନ୍ତୁ, ଲୋକ ସଭାରେ ହଟ୍ଟଗୋଳ ଯୋଗୁଁ…

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri