ମୁଁ ଜଣେ ପିପୁଲ୍ସ ସିଏମ୍‌: କାହିଁକି ଏମିତି କହିଲେ ମୋହନ ମାଝି

ଭୁବନେଶ୍ୱର,୧୯।୬: ବରଗଡର ଜଜ୍‌ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ସହାୟତା ବଣ୍ଟନରେ ଯୋଗଦେଇ ନିଜକୁ ପିପୁଲ୍ସ ସିଏମ୍‌ ବୋଲି ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସି ଡବଲ୍‌ ଇଞ୍ଜିନ ସରକାର ପାଇଁ ଅନୁରୋଧ କରିଥିଲେ। ସେହି ଅନୁରୋଧ ରକ୍ଷା କରି ଚାଷୀମାନେ ରାଜ୍ୟରେ ନୂଆ ସରକାରକୁ ଆଣିଛନ୍ତି। ଏହି ସରକାର ଉପରେ ଚାଷୀଙ୍କ ବହୁତ ଆଶା, ଭରସା ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ଚାଷୀଭାଇମାନଙ୍କୁ ଆଗେଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାକୁ ବୃଦ୍ଧି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌୍‌ରେ ନିଷ୍ପତ୍ତି ନିଆଯାଇଛି। ଧାନର ଏମ୍‌ଏସ୍‌ପି ବର୍ତ୍ତମାନ ୨୧୮୩ ଟଙ୍କା ରହିଛି। ଭାଜପା ସରକାର ଚାଷୀଙ୍କ କ୍ଷତି ଭରଣା ପାଇଁ କୃଷକ ସମୃଦ୍ଧି ନୀତି ଯୋଜନା ଆଣି ଧାନ କୁଇଣ୍ଟାଲ ପ୍ରତି ଆହୁରି ଅଧିକ ୯୧୭ ଟଙ୍କା ଲେଖାଏ ଦେବ। ଚାଷୀମାନେ ବିକ୍ରି ହେବାର ୪୮ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଲେଖାଏ ପାଇବେ ଏବଂ କୃଷିକ୍ଷେତ୍ରର ଭିତ୍ତିଭୂମିର ବିକାଶ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଗତ ୨୪ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତ ଦୂରର କଥା, ୨୪ ବର୍ଷର ସମସ୍ୟା ମଧ୍ୟ ପଡ଼ି ରହିଛି। ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଭାଜପା ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରାଯିବ। ଶପଥ ପାଠ ସରିବାର ଅଳ୍ପ ସମୟ ମଧ୍ୟରେ କେତେକ ପ୍ରମୁଖ ପ୍ରତିଶ୍ରୁତିକୁ ରାଜ୍ୟ କ୍ୟାବିନେଟ୍‌ରେ ମୋହର ଲାଗିଛି।
ସୂଚନାଯୋଗ୍ୟ, ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତିରେ ମଙ୍ଗଳବାର ରାଜ୍ୟର ୩୧ଲକ୍ଷ ୬୨ହଜାର ଚାଷୀଙ୍କ ଜମାଖାତା(ବ୍ୟାଙ୍କ ଆକାଉଣ୍ଟ)କୁ ୬୩୨କୋଟି ୪୮ଲକ୍ଷ ଟଙ୍କା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Union Budget 2026-27: ଲୋକ ସଭାରେ ବଜେଟ ଭାଷଣ ହେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରୁଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ…

ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ

ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା…

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

Budget 2026: ବଜେଟ ଉପସ୍ଥାପନ ପୂର୍ବରୁ ଚର୍ଚ୍ଚାରେ ନିର୍ମଳା ସୀତାରାମନ୍‌ଙ୍କ ବଜେଟ ଲୁକ୍‌, ଏଥର କଟ୍ଟମ କାଞ୍ଚିଭରମ

ନୂଆଦିଲ୍ଲୀ,୧।୨: ପ୍ରତିବର୍ଷ ବଜେଟରେ ଦେଶର ଧ୍ୟାନ କେବଳ ଆର୍ଥିକ ତଥ୍ୟ ଉପରେ ନୁହେଁ ବରଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପାରମ୍ପରିକ ପୋଷାକ ଉପରେ ମଧ୍ୟ କେନ୍ଦ୍ରିତ ହୁଏ।…

୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି

ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର…

ବିବାହିତଙ୍କୁ Budget 2026 ରୁ ମିଳିବ ଖୁସିଖବର! ଆଉ ଦେବାକୁ ପଡିବନି…

ନୂଆଦିଲ୍ଲୀ,୧।୨: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥାନ (ICAI) ବିବାହିତ ଦମ୍ପତିଙ୍କ ପାଇଁ ଇଚ୍ଛାଧୀନ ଯୁଗ୍ମ ଟିକସ ପ୍ରସ୍ତାବ ଦେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା…

 ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ  

ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ…

ବଜେଟ ଭାଷଣ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୨: ବଜେଟ ୨୦୨୬ ପାଇଁ ଦୀର୍ଘ ପ୍ରତୀକ୍ଷା ଆଜି ଶେଷ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ବଜେଟ (ବଜେଟ ୨୦୨୬-୨୭ ଲାଇଭ ଅପଡେଟ୍ସ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri