ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି ମୁଁ ଆଉ ସେ ବେଳର ଗାଈ ହୋଇ ନାଇଁ! ସମୟ ଓ ବଜାରର ପ୍ରଭାବରେ ଆପଣ ଯେମିତି ବଦଳି ଯାଇଛନ୍ତି ମୁଁ ବି ସେମିତି ବଦଳି ଯାଇଛି! ଅତଏବ ଆପଣ କିଛି ସମୟ ଦିଅନ୍ତୁ ଏବଂ ଏଇ ବଦଳି ଯାଇଥିବା ଜମାନାର ଗାଈର ଆତ୍ମକାହାଣୀ ଶୁଣନ୍ତୁ! ଗ୍ୟାରେଣ୍ଟି ଦେଉଛି, ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।
ମୁଁ ଆଗରୁ ଗୃହପାଳିତ ପ୍ରାଣୀ ଥିଲି। ଏବେ କିନ୍ତୁ ଦାଣ୍ଡ ବା ରାସ୍ତାପାଳିତ ପ୍ରାଣୀ ପାଲଟି ଯାଇଛି। ଆଗରୁ ମଣିଷର ଘର ମୋର ଘର ସମାନ ଶ୍ରେଣୀର ଓ ସମାନ ଆକାରର ଥିଲା। ମାନେ ମଣିଷର ସେଇ କଚ୍ଚା ଘର ଆଉ ମୋର ଗୁହାଳ। ଚାଳ ଛପର ଘର ଖପର, ଟାଇଲି, ଆଜବେଷ୍ଟସ ଓ ଟିଣ ଛପର ଥିଲା ଯାଏ ସେଠି ମୋର ବାସ ଥିଲା। ହେଲେ ଯେବେଠୁଁ ମଣିଷର ପକ୍କା ଘର ହେଲା, ମୋତେ ବେଘର ହେବାକୁ ପଡ଼ିଲା। ମୁଁ ଦାଣ୍ଡରେ ବୁଲିଲି ଯାହା ପାଇଲି ଖାଇଲି। ଯୋଉଠି ପାଇଲି ଶୋଇଲି।
ଆଉ କିଛି ଜଣ ମୋତେ ମୋର ହାଇବ୍ରିଡ଼ ସାଥୀମାନଙ୍କ ସହିତ ଫାର୍ମ ହାଉସ କରି ରଖିଛନ୍ତି। ଆପଣଙ୍କୁ ଜେଲରେ ରହିଲେ ଯେମିତି ଲାଗିଥାଏ ମୋତେ ସେଇଠି ସେମିତି ଲାଗୁଛି। ସେଠି ମୋର କାମ ହେଲା; ଖୁଆଡ଼ରେ ବନ୍ଧା ହୋଇ ରହିବି, ଦାନା ଖାଇବି, ଇଞ୍ଜେକ୍ସନ ଖାଇବି ଓ ଦି ଓଳି କ୍ଷୀର ଦେବି। ଭଲ ବାଛୁରି ହେବ ବୋଲି ମୁଁ ସେଠି କୃତ୍ରିମ ଉପାୟରେ ଗର୍ଭ ଧାରଣ କରିଥାଏ। ତାକୁ କହୁଛନ୍ତି କୃତ୍ରିମ ଇନସୁମିନେସନ। ଅତଏବ ମୋର ଜୀବନ କୃତ୍ରିମତାରୁ ସୃଷ୍ଟି କରାଯାଉଛି। କେବଳ ନୀରୋଗ ରହିବା ପାଇଁ ନୁହେଁ, ମୋ ଦେହରୁ ଯଥା ସମ୍ଭବ ଅଧିକ କ୍ଷୀର କାଢିନେବା ଉଦ୍ଦେଶ୍ୟରେ ମୋତେ ଦୈନନ୍ଦିନ କ୍ୟାଲସିୟମ ଅନ୍ୟାନ୍ୟ ପ୍ରଭାବଶାଳୀ ଇଞ୍ଜେକ୍ସନ ଦିଆଯାଇଥାଏ! ମୁଁ ଯେବେ କ୍ଷୀର ଦେବାକୁ ଅକ୍ଷମ ହୋଇଯାଏ, ମୁଁ କୁଆଡେ ଯାଏ ତାହା ଜାଣିବା ମୁସ୍କିଲ!
ଆଗରୁ ମୋର କେହି ରକ୍ଷକ ନ ଥିଲେ! ମୁଁ ସୁରକ୍ଷିତ ଥିଲି! ଏବେ ମୋର ଏତେ ରକ୍ଷକ ଯେ କିଏ ଅସଲି କିଏ ନକଲି ଜାଣି ନ ପାରି ମୁଁ ନିଜକୁ ଅସୁରକ୍ଷିତ ମଣୁଛି!! ଆପଣ କହୁନାହାନ୍ତି, ରକ୍ଷକ ମାନେ ତ ମୋର ସେବକ! ମୋର ଯଦି ଏତେ ସେବକ ଅଛନ୍ତି, ତା’ ହେଲେ ମୁଁ କାହିଁକି ରାସ୍ତା ଘାଟରେ ବିପଦପୂର୍ଣ୍ଣ ଜୀବନ କାଟୁଛି??
ଯେତେବେଳେ ମୋର କ୍ଷୀର ଦେବା ସମୟ ଆସିଯାଏ ମଣିଷ ମୋତେ ଲୋଡ଼େ! ତା’ ଘର ପଛପଟେ ନ ହେଲେ ଘରଠୁ ଦୂରରେ ଗୋଟେ ଅସ୍ଥାୟୀ ପରିବେଶରେ ମୋତେ ଓ ମୋ ଛୁଆକୁ ରଖି କ୍ଷୀର ଆଦାୟ କରେ! ମୁଁ ଜାଣେ, ମୋତେ ସିନା ଆପଣ ଭୁଲି ଯାଇଛନ୍ତି, ମୋ କ୍ଷୀରକୁ କିନ୍ତୁ ଆପଣ ଆଦୌ ଭୁଲି ନାହାନ୍ତି! କାରଣ ଆଗରୁ ଖୁବ ଅଳ୍ପ ଲୋକ କ୍ଷୀର କିଣି ପାରୁଥିଲେ! ହେଲେ ଏବେ ଘରେ ଘରେ ସବୁଦିନ କ୍ଷୀର ପହଞ୍ଚୁଛି!
ଆପଣ କେବେ ନିଜକୁ ପଚାରିଛନ୍ତି କି ଘରେ ଘରେ ତ ଗାଈ ନାହାନ୍ତି, ଏତେ କ୍ଷୀର ଆସୁଛି କୋଉଠୁ? ସେ କଥା ନ ଭାବି ଆପଣ ଓଲଟି ମୋତେ ଦୋଷ ଦିଅନ୍ତି କ’ଣ ନା ଆଜିକାଲି ଗାଈକ୍ଷୀର ଗୁଡ଼ାକ ସୁଦୁ ପାଣିମିଶା!
”ଥରେ ଜଣେ ମାଲିକକୁ ମୁଁ ପଚାରିଲି, ତୋର କ’ଣ ବିବେକ ନାଇଁ? ତୁ ମୋ କ୍ଷୀରରେ ପାଣି ମିଶେଇ ବିକୁଚୁ ଆଉ ମୋତେ ବଦ୍‌ନାମ କରୁଛୁ??
ମାଲିକ କହିଲା – ଜମା ନାଇଁ ଆଦୌ ନାଇଁ! ମୁଁ ତ ସେମିତି କରୁନି!! ମୁଁ ପାଣିରେ ତୋ କ୍ଷୀରରୁ କିଛି ମିଶେଇ ଦେଇ ବିକ୍ରି କରୁଛି।“
ମୋତେ ଲାଗୁଚି ପାଣିରେ ମିଶେଇକି ବିକିବାକୁ ମଧ୍ୟ ମୋର କ୍ଷୀର ଅଣ୍ଟୁ ନ ଥିବ! ସିଏ ବଜାରରୁ ଗୁଣ୍ଡ କିଣିଆଣି କିମ୍ବା କିଛି ରାସାୟନିକ ଦ୍ରବ୍ୟ କିଣି ଆଣି ତାକୁ ଫେଣ୍ଟିକରି ବିକୁଥିବ। ଆଉ ତାହାକୁ ଆପଣ କିଣି ଖାଇବାକୁ ବାଧ୍ୟ! ଖାଇବେନି ବା କିପରି? ଆପଣଙ୍କ ଘରେ ପର୍ବ, ଅନୁଷ୍ଠାନ କି ପୂଜା ହେବ। ସେଦିନ ଆପଣଙ୍କୁ ଅଧିକ କ୍ଷୀର ଦରକାର। ମୁଁ ତ ସେଥିପାଇଁ କ୍ଷମତାଠୁ ଅଧିକ କ୍ଷୀର ଦେଇ ପାରିବିନି। ତେଣୁ ଆପଣଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ଏସବୁ କରିବାକୁ ହେଉଛି!
ଖାଲି କ’ଣ କ୍ଷୀର? ଦୁଗ୍ଧଜାତ ସାମଗ୍ରୀ, ଯଥା ଦହି, ଛେନା, ଘିଅ, ବଟର(ଲହୁଣି)ର କାହିଁରେ କ’ଣ ଚାହିଦା। ସତକଥା ହେଲା, ମୁଁ ଦୈନନ୍ଦିନ ଯେତିକି କ୍ଷୀର ଦେଇଥାଏ, ସେତକ କ୍ଷୀରର ଚାହିଦା ପୂରଣ କରିବାକୁ ନିଅଣ୍ଟ ତେଣୁ ସେଥିରୁ ଏସବୁ ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତ କରିବାର ଅବସର ଜୁଟି ନ ଥାଏ। ତେବେ ଆପଣଙ୍କ ଆବଶ୍ୟକତା ପୂରଣ କରିବାକୁ ଏସବୁ କିଏ ଦିଏ, କୋଉଠୁ ଆସେ ଆଉ କେମିତି ପ୍ରସ୍ତୁତ ହୁଏ ମୁଁ ସେ ସବୁ ଜାଣେନା!!
ତେବେ ମୋ ଦୁଗ୍ଧଜାତ ସାମଗ୍ରୀର ଚାହିଦା ତ କାହିଁରୁ କ’ଣ! ତେଣୁ ସେସବୁକୁ ଯେବେ ଆପଣ ମୋର ବୋଲି ଶ୍ରେୟ ଦେଉଛନ୍ତି ତାହାକୁ ମୁଁ ବା ଗ୍ରହଣ ନ କରନ୍ତି କାହିଁକି? ତେବେ ଜାଣିଥାଅନ୍ତୁ, ସେସବୁକୁ ଖାଇ ଆପଣଙ୍କୁ ଯେଉଁ ସବୁ ରୋଗବାଗ ହୋଇଥାଏ, ସେ ପାପରେ ମୁଁ ଭାଗୀଦାର ନାହିଁ! କାରଣ ମୁଁ ବି ମୋର ଖାଦ୍ୟ; ଘାସ, କୁଣ୍ଡା, ଚୋକଡ, ତୋରାଣି ନ ପାଇ ଖବର କାଗଜ, ପୋଷ୍ଟର, ପଲିଥିନ ଜରି, ଫୋପଡ଼ା ହୋଇଥିବା ବାସି ଖାଦ୍ୟ ଖାଇ ବହୁଦା ରୋଗରେ ଆକ୍ରାନ୍ତ! ସେ ସବୁ ପାଇଁ ଆପଣ ଦାୟୀ, ଆପଣ ମୋତେ ଦାଣ୍ଡରେ ଛାଡିଲେ, ଆପଣ ମୋର ଚାରଣ ଭୂମିକୁ କରାୟତ୍ତ କରି କୋଠା ତୋଳିଲେ! ମୋର ଏ ହୀନସ୍ତ ପାଇଁ ଯଦି ଆପଣଙ୍କୁ ପାପ ଲାଗିବନି ତା’ହେଲେ ମୁଁ କେମିତି ମୋ ନାଁରେ ବିକ୍ରି ହେଉଥିବା ସାମଗ୍ରୀ ପାଇଁ ଦୋଷୀ ହୁଅନ୍ତି?
ଜାଣି ଖୁସି ହେଲି କି ମୋର ହତ୍ୟାକୁ ଅପରାଧ ବିବେଚନା କରି ଆଇନକୁ କଡାକଡି କରାଯାଉଛି! ହତ୍ୟାକାରୀକୁ ଦଣ୍ଡବିଧାନ କରାଯାଉଛି। ତେବେ ମୋତେ ପ୍ରତିଦିନ ଏମିତି ଯୋଉ କଷ୍ଟ ଦେଇ ମୋ ସହିତ ଆପଣଙ୍କୁ ମରଣ ମୁହଁକୁ ଠେଲି ଦିଆଯାଉଛି, ସେଥିପାଇଁ କ’ଣ ଦଣ୍ଡ ବିଧାନ ଅଛି??
ଟିକେ ଭାବିଲେ ଦେଖି, କୌତୁକ ପୋଷାକ ପ୍ରତିଯୋଗିତାରେ ଆପଣଙ୍କ ଛୁଆ କେବେ ଗାଈ ବେଶ ହୋଇଯାଇଛି କି? ଆପଣଙ୍କ ଘରେ କେତେ ବର୍ଷ ପୂର୍ବେ ମୋ ପରି ଗାଈଟିଏ ଥିଲା? ଗାଈର ଗୋବର ଆପଣ ଶେଷଥର କେବେ ସ୍ପର୍ଶ କରିଥିଲେ??
ମୁଁ ଗୋଟିଏ ଗାଈ, ମୋର ଏହି ପରିବର୍ତ୍ତିତ ଆତ୍ମ କାହାଣୀ କିପରି ଲାଗିଲା ନିଶ୍ଚୟ ଜଣେଇବେ!!
ମାର୍ଫତ – ଗାନ୍ଧୀ ପଣ୍ଡା, କଳାଘର – ଲେମ୍ବୋ, ନରସିଂହପୁର, କଟକ
ମୋ: ୮୮୯୫୮୨୫୮୬୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri