ହ୍ୟୁଣ୍ଡାଇର ହାଇଜିନ ଡ୍ରାଇଭ: କାର ସାନିଟାଇଜେସନରେ ମିଳୁଛି ରିହାତି

ନୂଆଦିଲ୍ଲୀ,୧୭।୭: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ହାଇଜିନ ଡ୍ରାଇଭ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୧୫ଠାରୁ ୩୧ ତାରିଖ ଯାଏ ଏହା ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଦ୍ୱାରା କାର୍‌ର ସମ୍ପୂର୍ଣ୍ଣ ସାନିଟାଇଜେଶନ ଉପରେ କମ୍ପାନୀ ଫୋକସ୍‌ କରିବ ବୋଲି ସୂଚନା ଦେଇଛି। ଏହି ସମୟ ଅବଧି ମଧ୍ୟରେ କମ୍ପାନୀ ପକ୍ଷରୁ ବିଶେଷ ଅଫର ଘୋଷଣା କରାଯାଇଛି। ଯାନ ଉପରେ ଫ୍ରି ୫୦ ପଏଣ୍ଟ ଚେକ୍‌ ଅପ୍‌ ଏବଂ ହାଇ ଟଚ୍‌ ପଏଣ୍ଟ ସାନିଟାଇଜେଶନ, ୫୯୯ ଟଙ୍କା ଆରମ୍ଭ ମୂଲ୍ୟରୁ ସମ୍ପୂର୍ଣ୍ଣ ଇଣ୍ଟେରିୟର ସ୍ମୋକ ସାନିଟାଇଜେଶନ କରାଯାଉଛି। ସେହିଭଳି ୯୯୯ ଟଙ୍କା ଆରମ୍ଭ ମୂଲ୍ୟରୁ ସମ୍ପୂର୍ଣ୍ଣ ଇଣ୍ଟେରିୟର ସରଫେସ୍‌ ସାନିଟାଇଜେଶନ, ୩୪୦ ଟଙ୍କାରୁ ଏକ୍ସଟେରିୟର ଡ୍ରାଏଓ୍ବାଶ ସୁବିଧା ମିଳୁଛି। ଗ୍ରାହକ କମ୍ପାନୀର ବିଭିନ୍ନ ମଡେଲ ଯାନ କ୍ରୟ ଉପରେ ସ୍ବତନ୍ତ୍ର ଅଫର ଲାଭ କରିପାରିବେ। ଏହି ଅଫର ସେଲ୍‌ସ ସ୍କିମ୍‌ ଅଫର ଅନ୍ତର୍ଗତ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri