ରାଉରକେଲା ବଜାରରେ ହ୍ୟୁଣ୍ଡାଇ ଏକ୍ସଟର

ରାଉରକେଲା,୧୧।୭(ଦିନେଶ ମିଶ୍ର): ରାଉରକେଲା ବେଦବ୍ୟାସ ସ୍ଥିତ କୋସଲା ହ୍ୟୁଣ୍ଡାଇ ଶୋ’ ରୁମ୍‌ ପରିସରରେ ହ୍ୟୁଣ୍ଡାଇ ଏକ୍ସଟର ଅନାବରଣ ଉତ୍ସବ କୋସଲା ହ୍ୟୁଣ୍ଡାଇ ନିର୍ଦ୍ଦେଶକ ପଦ୍ମନୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏନ୍‌ଆଇଟି ପ୍ରଫେସର ରୋହନ ଧୀମାନ ମୁଖ୍ୟ ଅତିଥି ଏବଂ ଏନ୍‌ଆଇଟି ପ୍ରଫେସର ରାଜୀବ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ହ୍ୟୁଣ୍ଡାଇ ଏକ୍ସଟର ଅନାବରଣ କରିଥିଲେ। ଉଲ୍ଳେଖଯୋଗ୍ୟ, ହ୍ୟୁଣ୍ଡାଇ ଏକ୍ସଟରରେ ଅତ୍ୟାଧୁନିକ ଏବିଏସ୍‌ ସିଷ୍ଟମ ସହ ଇବିଡି, ସନ୍‌ରୋପ୍‌, ପୁସ୍‌ଷ୍ଟାଟ୍‌, ବ୍ଲୁ ଲିଙ୍କ୍‌ ଭଳି ସଂଯୋଗୀକରଣ ସହିତ ଅନ୍ୟାନ୍ୟ ଟେକ୍ନୋଲୋଜି ସାମିଲ ରହିଛି। ଉକ୍ତ କାର୍‌ରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ୬ଟି ଏୟାରବ୍ୟାଗ୍‌ ରହିଛି। ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ମାତ୍ର ୫ଲକ୍ଷ ୯୯ ହଜାର ୯ଶହ ଟଙ୍କାରୁ ଆରମ୍ଭ ହୋଇଛି। ସବୁଠାରୁ ଟପ୍‌ ମଡେଲର ମୂଲ୍ୟ ୯ଲକ୍ଷ ୯୯ ହଜାର ୯ଶହ ଟଙ୍କା ରହିଛି। ଏହି ଗାଡ଼ି ଧଳା, ଅଲଟସ୍‌ ଧଳା, ଟାଇଟନ୍‌ ଗ୍ରେ ଏବଂ ଫରାରି ରେଡ୍‌ ଆଦି ରଙ୍ଗରେ ଉପଲବ୍ଧ ହୋଇଛି। ହ୍ୟୁଣ୍ଡାଇର ଏଭଳି ଶସ୍ତା ଓ ଅତ୍ୟାଧୁନିକ ଟେକ୍ନୋଲୋଜି ବିଶିଷ୍ଟ ଏକ୍ସଟର କାର୍‌ ରାଉରକେଲା ବଜାରକୁ ପ୍ରଥମ ଥର ଆସିଥିବାରୁ ସହରର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏହା ବେଶ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆଗାମୀ ଦିନରେ ଏହି କାର୍‌ ଜନସାଧାରଣଙ୍କ ଲୋକପ୍ରିୟ ହେବ ବୋଲି ଅନୁମାନ କରାଯାଇଛି। ଶୋ’ରୁମ୍‌ ମ୍ୟାନେଜର ବର୍ଣ୍ଣାଦେବ ସାହୁ, ତପନ କୁମାର ନାୟକଙ୍କ ସମେତ କୋସଲା ହ୍ୟୁଣ୍ଡାଇର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri