ରାଜ୍ୟରେ ଚାଲିବ ହାଇଡ୍ରୋଜେନ ଚାଳିତ ବସ୍‌

ଭୁବନେଶ୍ୱର, ୨୪ା୧୨(ସୁନିତ୍‌ ମିଶ୍ର):ରାଜ୍ୟରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ସୋମବାର ତ୍ରିପାକ୍ଷିକ ବୁଝାମଣାପତ୍ର ଚୁକ୍ତି ସ୍ବାକ୍ଷର ହୋଇଛି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା କ୍ୟାପିଟାଲ୍‌ ରିଜିୟନ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌), ଶକ୍ତି ବିଭାଗର ଗ୍ରୀଡ୍‌ କର୍ପୋରେଶନ୍‌ ଅଫ୍‌ ଓଡ଼ିଶା ଲିମିଟେଡ୍‌ (ଗ୍ରୀଡ୍‌କୋ) ଏବଂ ଏନ୍‌ଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ବାକ୍ଷର ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦଓ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ତିରୁମାଲା ନାୟକ, ଏନ୍‌ଟିପିସିର ସିଜିଏମ୍‌ ଡି. ଏମ. ଆର. ପଣ୍ଡା, ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ରାଜିନାମାରେ ସ୍ବାକ୍ଷର କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଥିବାବେଳେ ଶକ୍ତି ସଚିବ ବିଶାଳ ଦେବ ଏହି ଅବସରରେ ଉପସ୍ଥିତ ଥିଲେ। ଆସନ୍ତା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ଏମ୍‌ଓୟୁରେ ସମ୍ପୃକ୍ତ ୩ଟି ସଂସ୍ଥାର ପ୍ରମୁଖ ଭୂମିକା ଏବଂ ଦାୟିତ୍ୱମାନ ଉଲ୍ଲେଖ କରାଯାଇଛି। ହାଇଡ୍ରୋଜେନ୍‌ ଚାଳିତ ବସ୍‌ଗୁଡ଼ିକର ସୁପରିଚାଳନା ଦାୟିତ୍ୱ କ୍ରୁଟ୍‌କୁ ଦିଆଯାଇଥିବାବେଳେ ଏନ୍‌ଟିପିସି ହାଇଡ୍ରୋଜେନ୍‌ ଉତ୍ପାଦନ ଉପରେ ଧ୍ୟାନ ଦେବ ଏବଂ ଗ୍ରୀଡ୍‌କୋ ଅକ୍ଷୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ। ଜାତୀୟ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମିଶନ୍‌ ଅଧୀନରେ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସବୁଜ ହାଇଡ୍ରୋଜେନ ବ୍ୟବହାର ପାଇଁ ପାଇଲଟ୍‌ ପ୍ରୋଜେକ୍ଟଗୁଡିକର କାର୍ଯ୍ୟକାରୀ କରିବା ପାଇଁ ପ୍ରୋଜେକ୍ଟର ଗାଇଡଲାଇନ ଜାରି କରାଯାଇଛି। ଏହି ପ୍ରକଳ୍ପରେ ଅଟୋମୋଟିଭ୍‌ ରିସର୍ଚ୍ଚ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ ଏହି ପାଇଲଟ୍‌ ପ୍ରୋଜେକ୍ଟରେ ୧୯.୫ କୋଟି ରାଶି ବିନିଯୋଗ କରିଛି। ପ୍ରକଳ୍ପର ସଫଳ ରୂପାୟନ ପରେ ରାଜ୍ୟରେ ଡିଜେଲ୍‌ ବସ୍‌ ବ୍ୟବହାରକୁ ହ୍ରାସ କରି ଆଗାମୀ ଦିନରେ ସବୁଜ ହାଇଡ୍ରୋଜେନ୍‌ ବସ ଅଧିକ ସାମିଲ କରାଯିବ। ଯାହାଦ୍ୱାରା କାର୍ବନ ନିର୍ଗମନ ହ୍ରାସ ଏବଂ ଜନ ପରିବହନ ଦିଗରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ସହାୟକ ହେବ। ୩ଟି ହାଇଡ୍ରୋଜେନ୍‌ ଚାଳିତ ବସ୍‌ ଏନ୍‌ଟିପିସି ଦ୍ୱାରା ନିୟୋଜିତ ହେବ। ଏଗୁଡ଼ିକ ସର୍ବସାଧାରଣରେ ଏକ ସ୍ଥାୟୀ ବିକଳ୍ପ ଯୋଗାଇ ଡିଜେଲ ବସ୍‌ ବଦଳାଇବା ପାଇଁ ଏହି ବସ୍‌ରେ ଡିଜାଇନ୍‌ କରାଯାଇଛି। ଏକ କେଜି ହାଇଡ୍ରୋଜେନ୍‌ ପ୍ରତି ବସ୍‌କୁ ୧୨ କିମି ମାଇଲେଜ୍‌ ପ୍ରଦାନ କରିବ। ପ୍ରତି ବସ୍‌ରେ ଯାତ୍ରୀମାନଙ୍କ ପାଇଁ ୪୨ଟି ସିଟ୍‌ ଏବଂ ୫୮ କେଜି ଇନ୍ଧନରେ ୬୦୦ କିମି ପର୍ଯ୍ୟନ୍ତ ଚଳାଚଳ କରିବାର କ୍ଷମତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri