ବିଚ୍‌ ରାସ୍ତାରେ ହାଇଡ୍ରାମା: ପ୍ରଥମେ ଅଟୋବାଲକୁ ଗୋଡ଼ରୁ ଚପଲ କାଢ଼ି କଶିପକାଇଲେ ମହିଳା ପରେ…

ବିଚ୍‌  ରାସ୍ତାରେ ହାଇ ଡ୍ରାମା ।(ଭିଡିଓ କରିବ ତ’କର) ଏମିତି କହି ଅଟୋ ଡ୍ରାଇଭରଙ୍କୁ ଚପଲରେ ପିଟିଲେ ମହିଳା । ଭିଡିଓ ଭାଇରାଲ ପରେ ଡ୍ରାଇଭରଙ୍କ ଗୋଡ଼ ତଳେ ପଡ଼ି ମାଗିଲେ କ୍ଷମା। ସେପଟେ ଅଟୋ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଥିବାବେଳେ ଏବେ ସେ ଜାମିନରେ ଆସିଛନ୍ତି । ନିକଟରେ ଏଭଳି ଏକଘଟଣା  ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ,
ପାଙ୍ଖୁରୀ ମିଶ୍ର ନାମକ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ବାଇକ ଯୋଗେ ଯାଉଥିଲେ । ପାଙ୍ଖୁରୀଙ୍କ ଅଭିଯୋଗ, ଅଟୋ ଡ୍ରାଇଭର ଜଣକ ତାଙ୍କ ପାଦ ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ସେ ରାଗିଯାଇ ଗାଳିଗୁଲଜ କରିଥିଲେ । ସେପଟେ ଏ ଅଭିଯୋଗ ଡ୍ରାଇଭର ଲୋକେଶ ଖଣ୍ଡନ କରିଛନ୍ତି ।
ପାଙ୍ଖୁରୀଙ୍କ କହିବା କଥା, ସେ ସମୟରେ ଲୋକେଶ ଯୁକ୍ତିତର୍କ ସମୟରେ ମୋବାଇଲ ରେକର୍ଡିଂ ଆରମ୍ଭ କରିଦେଲେ । ଆଉ କନ୍ନଡରେ ନକହି ହିନ୍ଦୀରେ କହୁଛ ବୋଲି କହିଥିଲେ । ଯେଉଁଥିପାଇଁ ପାଙ୍ଖୁରୀ ଅଧିକ ରାଗି ଯାଇଥିଲେ । ଆଉ ଭିଡିଓ କରିବ ତ…କର କହି ଚପଲରେ ମାରିଥିଲେ । ଘଟଣାସ୍ଥଳରେ ପାଙ୍ଖୁରୀଙ୍କସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ ।
ଭିଡିଓ ଭାଇରାଲ ପୋଲିସ ପରେ ପାଙ୍ଖୁରୀ ମିଶ୍ରଙ୍କୁ ଗିରଫ କରିଥିଲା । ଏଥିପାଇଁ ଡ୍ରାଇଭରଙ୍କୁ ପାଦ ଛୁଇଁ କ୍ଷମା ମାଗିବା ସହ ପାଙ୍ଖୁରୀ କହିଛନ୍ତି, “ମୁଁ ଗର୍ଭବତୀ ଅଛି । ଗର୍ଭପାତ ଯେପରି ନ ହୋଇଯାଉ ସେନେଇ ଭୟଭୀତ ହୋଇଯାଇଥିଲି। ସେଥିପାଇଁ ରାଗରେ ଏପରି ବ୍ୟବହାର କରିଛି । ମୁଁ ବେଙ୍ଗାଲୁରୁ ଓ ଏଠାକାର ଲୋକ ତଥା ସଂସ୍କୃତିକୁ ବେଶ ପସନ୍ଦ କରେ ।”ତେବେ  ପାଙ୍ଖୁରୀ ହେଉଛନ୍ତି ବିହାରର ବାସିନ୍ଦା । ସେ ଦୀର୍ଘ ଦିନ ହେବ ବେଙ୍ଗାଲୁରୁରେ ରହିଆସୁଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri