Posted inଜାତୀୟ

ସ୍ବାମୀଙ୍କ ଭର୍ଚୁଆଲ ବୁଡ଼:ସଙ୍ଗମରେ ମୋବାଇଲ ବୁଡ଼ାଇଲେ ସ୍ତ୍ରୀ

ପ୍ରୟାଗରାଜ,୨୬ା୨:ପ୍ରୟାଗରାଜରେ ଦେଢ଼ ମାସ ଧରି ଚାଲିଥିବା ମହାକୁମ୍ଭ ମେଳା ବୁଧବାର ମହାଶିବରାତ୍ରି ଅବସରରେ ଶେଷ ହେବ। ଏହି ମେଳାରେ ଦେଶ ବିଦେଶରୁ ବହୁ ଶଦ୍ଧାଳୁ ଯୋଗଦେବା ସହ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ପବିତ୍ର ସ୍ନାନ କରିଥିଲେ। ଏହାରି ମଧ୍ୟରେ ମଙ୍ଗଳବାର ସଙ୍ଗମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ନିଜ ସ୍ବାମୀଙ୍କ ଭର୍ଚୁଆଲ ବୁଡ଼ ପାଇଁ ହାତରେ ଧରିଥିବା ମୋବାଇଲକୁ ସଙ୍ଗମ ଜଳରେ ବୁଡ଼ାଇଥିଲେ। ଶିଳ୍ପା ଚୌହାନ ନାମ୍ନୀ ଜଣେ ମହିଳା ନିଜ ସ୍ବାମୀଙ୍କ ବିନା ମହାକୁମ୍ଭ ମେଳାକୁ ଆସିଥିଲେ।
ସଙ୍ଗମରେ ନିଜେ ବୁଡ଼ ପକାଇବା ପୂର୍ବରୁ ସେ ତାଙ୍କ ସ୍ବାମୀ ଆଦିତ୍ୟ ଚୌହାନଙ୍କୁ ଭିଡିଓ କଲ୍‌ କରିଥିଲେ। ସ୍ବାମୀ ନିଜ ବେଡ୍‌ ଉପରେ ବସି ଭିଡିଓ କଲ୍‌ ଜରିଆରେ ସଙ୍ଗମର ପରିବେଶକୁ ଉପଭୋଗ କରିଥିଲେ। ସ୍ବାମୀଙ୍କ ଭର୍ଚୁଆଲ ବୁଡ଼ ପାଇଁ ଶିଳ୍ପା ତାଙ୍କ ମୋବାଇଲକୁ ୨ରୁ ୩ ଥର ସଙ୍ଗମ ଜଳରେ ବୁଡ଼ାଇ ଥିଲେ। ଏହି ସମୟରେ ଭିଡିଓ କଲ୍‌ରେ ଥିବା ଶିଳ୍ପାଙ୍କ ସ୍ବାମୀ ହାତ ଯୋଡ଼ି ନିଜ ମୋବାଇଲକୁ ଚାହିଁ ରହିଥିଲେ। ସଙ୍ଗମରେ ବୁଡ଼ ପକାଉଥିବାର ଭିଡିଓକୁ ଶିଳ୍ପା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଗୋଟିଏ ଭିଡିଓରେ ସେ ତାଙ୍କ ମୋବାଇଲ ଫୋନ୍‌କୁ ସଙ୍ଗମ ଜଳରେ ବୁଡ଼ାଇ ସ୍ବାମୀଙ୍କୁ ଭର୍ଚୁଆଲ ସ୍ନାନ କରାଇଥିବାବେଳେ ଅନ୍ୟ ଏକ ଭିଡିଓରେ ସେ ସଙ୍ଗମ କୂଳରେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି। ସେହିପରି ଶିଳ୍ପା ନିଜେ ସଙ୍ଗମରେ ବୁଡ଼ ପକାଉଥିବା ନେଇ ଆଉ ଏକ ଭିଡିଓ ମଧ୍ୟ ଅପ୍‌ଲୋଡ୍‌ କରିଛନ୍ତି। ତେବେ ସ୍ବାମୀଙ୍କୁ ଭର୍ଚୁଆଲ ସ୍ନାନ କରାଉଥିବାର ଶିଳ୍ପାଙ୍କ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ୧ ଲକ୍ଷ ୯୬ ହଜାର ଲୋକ ଲାଇକ୍‌ କରିଥିବାବେଳେ ୯ ଲକ୍ଷ ୧୭ ହଜାର ୟୁଜର୍ସ ଶେୟାର କରିଛନ୍ତି। ସେହିପରି ୧୨,୮୦୦ ଜଣ ୟୁଜର୍ସ ଏହି ପୋଷ୍ଟରେ ବିଭିନ୍ନ ମଜାଳିଆ କମେଣ୍ଟ କରିବା ସହ ଶିଳ୍ପାଙ୍କୁ ସମାଲୋଚନା କରିଛନ୍ତି। ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ଯଦି ଶିଳ୍ପାଙ୍କ ହାତରୁ ମୋବାଇଲଟି ଖସିଯାଇଥାନ୍ତା ତେବେ ବୋଧହୁଏ ତାଙ୍କ ସ୍ବାମୀଙ୍କର ତୁରନ୍ତ ମୋକ୍ଷପ୍ରାପ୍ତି ହୋଇଯାଇଥାନ୍ତା। ସେହିପରି ଜଣେ ୟୁଜର କମେଣ୍ଟ କରି ପ୍ରଶ୍ନ କରିଛନ୍ତି, ଫୋନ୍‌ ଖରାପ ହୋଇନାହିଁ ତ। ଆଉ ଜଣେ ୟୁଜର ଶିଳ୍ପାଙ୍କୁ ସମାଲୋଚନା କରି ଲେଖିଛନ୍ତି, କଳିଯୁଗରେ ମୂର୍ଖଙ୍କର ସଂଖ୍ୟା କମ୍‌ ନୁହେଁ। ଅନ୍ୟ କେତେଜଣ ଲେଖିଛନ୍ତି ସ୍ବାମୀଙ୍କ ପାପ ଧୋଇବା ପାଇଁ ମୋବାଇଲକୁ ବଳି ପକାଇଲେ ସ୍ତ୍ରୀ।
ଉତ୍ତରପ୍ରଦେଶ ସରକାରଙ୍କ ତଥ୍ୟ ଅନୁଯାୟୀ, ଚଳିତ ମହାକୁମ୍ଭରେ ଦେଶ ବିଦେଶରୁ ୬୩ କୋଟିରୁ ଅଧିକ ଲୋକ ଆସି ବୁଡ଼ ପକାଇଛନ୍ତି। ତେବେ କେତେଜଣ ଲୋକ ବିଭିନ୍ନ କାରଣବଶତଃ ମହାକୁମ୍ଭକୁ ଆସିପାରି ନ ଥିବା ନିଜ ସମ୍ପର୍କୀୟଙ୍କ ଫଟୋକୁ ସଙ୍ଗମ ଜଳରେ ବୁଡ଼ାଇ ସେମାନଙ୍କର ଭର୍ଚୁଆଲ ସ୍ନାନ କରାଉଥିବା ନେଇ କିଛି ଭିଡିଓ ପୂର୍ବରୁ ଭାଇରାଲ ହୋଇଥିଲା। ସେହିପରି କିଛିଦିନ ତଳେ ଦୀପକ ଗୋଏଲ ନାମକ ଜଣେ ବ୍ୟକ୍ତି ୧୧୦୦ ଟଙ୍କା ନେଇ ଲୋକଙ୍କର ଫଟୋକୁ ସଙ୍ଗମ ଜଳରେ ବୁଡ଼ାଇ ମହାକୁମ୍ଭରେ ସେମାନଙ୍କର ଡିଜିଟାଲ ସ୍ନାନ କରାଉଛନ୍ତି ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri