ସ୍ବାମୀ ରମାକାନ୍ତ ସର୍ବଭାରତୀୟ ସେନାରେ କାର୍ଯ୍ୟକରି ଜମ୍ମୁ-କଶ୍ମୀର ଅଞ୍ଚଳରେ ପୋଷ୍ଟିଂ ହୋଇଛନ୍ତି। ଜାଣିବାକୁ ପାଇଲି ସୀମାରେ ରହିଛନ୍ତି। ଛୁଟିରେ ଘରକୁ ଆସିଥିଲେ। ଫୋନ ପାଇ ଚାକିରିକୁ ଚାଲିଗଲେ। ଶାଶୁ ସବୁବେଳେ କାନ୍ଦୁଛନ୍ତି। ଘରେ ହନୁମାନ ଚାଳିଶା ପାଠ ଚାଲିଛି। ଦେଶ ପାଇଁ ଲଢ଼ୁଥିବାରୁ ମନରେ ସାହସ ଆସୁଛି। ଦେଶବାସୀ ଯବାନଙ୍କ ପଛରେ ରହିଥିବାରୁ କୌଣସି ଦୁଃଖ ଆସୁନାହିଁ ବୋଲି କହିଛନ୍ତି କଟକ ସଦର ବ୍ଲକ ଅଧୀନ କନ୍ଦରପୁରର ପଞ୍ଚାୟତ ସିଦ୍ଧେଶ୍ୱରପୁର ଗାଁର ଯବାନ ରମାକାନ୍ତଙ୍କ ସ୍ତ୍ରୀ ବୈଜୟନ୍ତୀ ସୁର।
– ବୈଜୟନ୍ତୀ ସୁର, କନ୍ଦରପୁର


