ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ ନିଜ ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ବାମୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସନ୍ୟାସୀ କୁଣ୍ଡାମାଲ ଗ୍ରାମର ପ୍ରମୋଦ ଚନ୍ଦନ ଟଙ୍କା ପାଇଁ ସ୍ତ୍ରୀ କସ୍ତୁରୀ ସହିତ ଝଗଡା କରିଥିଲେ। ସ୍ତ୍ରୀ ଟଙ୍କା ନ ଦେବାରୁ ସ୍ବାମୀ ପ୍ରମୋଦ ତାଙ୍କୁ ରାଗରେ ଫାଉଡାରେ ମାରି ହତ୍ୟା କରିଥିଲେ । ହତ୍ୟା ପରେ ନିଜ ଚାଷ ଜମିକୁ ନେଇ ପୋତି ଦେଇ ଘରକୁ ଚାଲି ଆସିଥିଲେ । କିଛି ସମୟ ପରେ ଘରେ ସେ ଭାବୁକ ହୋଇ ବିଷ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭବାନୀପାଟଣା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଜମିରେ ପୋତି ଦେଇଥିବା ନେଇ ପ୍ରକାଶ କରିଥିଲେ। ପରେ ଜୁନାଗଡ଼ ପୋଲିସ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରିଛି।

Dharitri – Odisha’s No.1 Odia Daily

Share