ନବବିବାହିତା ସ୍ତ୍ରୀଙ୍କୁ ଖଣ୍ଡ ଖଣ୍ଡ କରି ନଦୀକୁ ଫିଙ୍ଗିଲେ ସ୍ବାମୀ

ସୋରଡ଼ା, ୧୪ା୯(ଲମ୍ବୋଦର ପାଣିଗ୍ରାହୀ): ନବବିବାହିତା ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ନଦୀକୁ ଫିଙ୍ଗିଦେଇଛନ୍ତି ସ୍ବାମୀ। ଏଭଳି ବୀଭତ୍ସ ଓ ଲୋମହର୍ଷଣକାରୀ ଘଟଣା ଘଟିଛି ଗଞ୍ଜାମ ଜିଲା ସୋରଡ଼ା ଥାନା ଭଗବାନପୁର ଗ୍ରାମରେ।

ଭଗବାନପୁର ଗାଁର ନାରଣ ମୂଳି କବିସୂର୍ଯ୍ୟନଗର ବ୍ଲକ ଜାଗିଲିପଦର ଗାଁର ବୁଲି ମୂଳିଙ୍କୁ ରଥଯାତ୍ରା ସମୟରେ ସୋରଡ଼ା ପଞ୍ଚାନନ ମନ୍ଦିରରେ ବୈଦିକ ରୀତିରେ ବିବାହ କରିଥିଲେ। ଅର୍ଥାଭାବ ଯୋଗୁ ନାରଣ ଶ୍ୱଶୁର ଘରେ ରହୁଥିଲେ। ତେବେ କିଛିଦିନ ତଳେ ଉଭୟ ଭଗବାନପୁର ଆସିଥିଲେ। ବୁଧବାର ରାତିରେ ଘରେ ବୁଲି ଓ ନାରଣ ଏକାକୀ ଥିଲେ। ରାତିରେ ନାରଣ ବୁଲିଙ୍କୁ ତାଙ୍କର ସୁନାଚେନ ମାଗିଥିଲେ। ବୁଲି ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ନାରଣ ଉତ୍‌କ୍ଷିପ୍ତ ହୋଇ ବୁଲିଙ୍କ ଗୋଡ଼ ଦୁଇଟିକୁ ବାନ୍ଧି ବେଲ୍ଟରେ ତଣ୍ଟି ଚିପି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ଗାଁ ଶୂନଶାନ ହୋଇଯିବା ପରେ ନାରଣ ମୃତଦେହକୁ ଲୁଗାରେ ଗୁଡ଼ାଇ ଋଷିକୂଲ୍ୟା ନଦୀରେ ଫିଙ୍ଗିବାକୁ ଯାଉଥିଲେ। ମୃତଦେହକୁ ଟେକି ନ ପାରିବାରୁ ଅଧାବାଟରେ ରଖି ଘରକୁ ଫେରି ଏକ ଟାଙ୍ଗିଆ ଓ ସାଇକେଲ ନେଇ ଯାଇଥିଲେ। ଅଧାବାଟରୁ ମୃତଦେହକୁ ସାଇକେଲରେ ବୋହି ନଦୀପଠାକୁ ଯାଇଥିଲେ। ସେଠାରେ ଟାଙ୍ଗିଆରେ ବୁଲିଙ୍କ ଦୁଇ ଗୋଡ଼, ଦୁଇ ହାତ ଓ ମୁଣ୍ଡକୁ ହାଣି ଋଷିକୂଲ୍ୟା ନଦୀକୁ ଫିଙ୍ଗି ଦେଇଥିଲେ। ରାତି ପାହିବା ପୂର୍ବରୁ ସେ ଘରକୁ ଫେରି ଆସିଥିଲେ। ହେଲେ ଶୋଇ ନ ପାରି ଘର ଚାରି ପାର୍ଶ୍ୱରେ ଘୂରି ବୁଲିଥିଲେ। ଗୁରୁବାର ସକାଳେ ବୁଲି ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବାପଘରକୁ ଖବର ଦେଇଥିଲେ। ବୁଲିଙ୍କ ପରିବାର ଲୋକେ ଆସି ପହଞ୍ଚିବା ପରେ କାନ୍ଦବୋବାଳି କରିଥିଲେ। ଏହା ଶୁଣି ଗ୍ରାମବାସୀ ରୁଣ୍ଡ ହୋଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାରଣଙ୍କୁ ପଚରାଉଚରା କରିବାରୁ ସେ ବୁଲିଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ନଦୀକୁ ଫିଙ୍ଗିଦେଇଥିବା ସ୍ବୀକାର କରିଥିଲେ। ପୋଲିସ, ଦମକଳ ବାହିନୀ ପହଞ୍ଚି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri