Posted inଫୁରସତ

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା ମହିଳାଙ୍କ ସହିତ ସମ୍ପର୍କ ଥାଏ। ଏକଥା ସାଥୀମାନେ ଜାଣିଲେ, ସେମାନଙ୍କ ଛାଡପତ୍ର ହୋଇଯାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମାମଲା ଚର୍ଚ୍ଚାରେ ରହିଛି, ଯାହା ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଜାପାନୀ ମହିଳା ଦାବି କରିଛନ୍ତି, ତାଙ୍କ ସ୍ବାମୀଙ୍କର ୫୦୦ରୁ ଅଧିକ ସମ୍ପର୍କ ଥିଲା। ଏହା ଜାଣିବା ପରେ ଆମର ଛାଡ଼ପତ୍ର ହୋଇଯାଇଥିଲା।
ନେମୁ କୁସାନୋ ନାମକ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କୁ ଜଣେ ବନ୍ଧୁଙ୍କ ମାଧ୍ୟମରେ ଭେଟି ତାଙ୍କ ପ୍ରେମରେ ପଡ଼ିଗଲେ। କୁସାନୋ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସ କରି ବିବାହ କଲେ। ସେମାନଙ୍କର ଏକ ପୁଅ ଥିଲା। ତାଙ୍କ ସ୍ବାମୀଙ୍କ ଦୀର୍ଘ କାର୍ଯ୍ୟ ଘଣ୍ଟା ଏବଂ ବାରମ୍ବାର ଅନୁପସ୍ଥିତି ଯୋଗୁ କୁସାନୋ ପିଲାଟିକୁ ପାଳନ କରିବାର ଦାୟିତ୍ୱ ନେଇଥିଲେ।
କୁସାନୋଙ୍କ ଜୀବନ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଥିଲା। ସେ ତାଙ୍କ ସ୍ବାମୀଙ୍କ ବ୍ୟାଗରେ କିଛି କାମୋଦ୍ଦୀପକ ଔଷଧ ପାଇଥିଲେ। ତାଙ୍କ ଫୋନରେ ଏକ ଡେଟିଂ ଆପରୁ ସେ ମଧ୍ୟ ସନ୍ଦେହଜନକ ସୂଚନା ପାଇଥିଲେ। କୁସାନୋ ଏନେଇ ସ୍ବାମୀଙ୍କୁ ପଚରାଉଚରା କରିଥିଲେ। ତାଙ୍କ ସ୍ବାମୀ ବୁଝାଇଥିଲେ ଯେ, ସେ ପ୍ରାୟତଃ କାମରେ ଚାପଗ୍ରସ୍ତ ଥାନ୍ତି, ଯାହା ଫଳରେ ଏହି ଘଟଣା ଘଟିଥିଲା। ସେ କୁସାନୋଙ୍କୁ କହିଥିଲେ, ମୁଁ ବାହାରେ ମୋର ଚାପକୁ ପରିଚାଳନା କରେ, ମୁଁ ଏହାକୁ ଘରକୁ ଆଣେ ନାହିଁ।

ଯେତେବେଳେ କୁସାନୋ ତାଙ୍କ ସ୍ବାମୀଙ୍କ ସମ୍ପର୍କରେ ଜାଣିଲେ, ସେ ତାଙ୍କର ସମସ୍ତ ରେକର୍ଡ ଏବଂ ଫୋନ ଚାଟ ଯାଞ୍ଚ କରିବା ଆରମ୍ଭ କଲେ। ଏଥିରୁ ଜଣାପଡିଲା ଯେ, ତାଙ୍କର ୫୨୦ଟି ଅନୈତିକ ସମ୍ପର୍କ ଥିଲା। କୁସାନୋ ରାଗିଯାଇ ପ୍ରଥମେ ତାଙ୍କ ସ୍ବାମୀଙ୍କ ଉପରେ ପ୍ରତିଶୋଧ ନେବାକୁ ଚିନ୍ତା କଲେ, କିନ୍ତୁ ପରେ ଅନୁଭବ କଲେ ଯେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତାଙ୍କ ପୁଅକୁ କ୍ଷତି ପହଞ୍ଚାଇପାରେ। ଏହାପରେ ସ୍ବାମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ନ ବୁଝିବାରୁ ଉଭୟ ଛାଡ଼ପତ୍ର ନେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri