Posted inଜାତୀୟ

ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବାହା କରାଇଲେ ସ୍ବାମୀ, ପୂରା ରୋଚକ ଘଟଣା ଜାଣିଲେ…

ସନ୍ଥ କବୀର ନଗର, ୨୮।୩: ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲାରେ ବବ୍‌ଲୁ ନାମକ ଜଣେ ବ୍ୟକ୍ତି ଭୟରେ ନିଜ ସ୍ତ୍ରୀ ରାଧିକାଙ୍କୁ ତାଙ୍କ ପ୍ରେମିକ ବିଶାଲଙ୍କ ସହ ବିବାହ କରାଇଛନ୍ତି। ନିକଟରେ ମିରଟରେ ମୁସ୍କାନ ରାସ୍ତୋଗୀ ନାମ୍ନୀ ମହିଳା ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ଘଟଣା ସମ୍ପର୍କରେ ଶୁଣିବା ପରେ ବବ୍‌ଲୁ ନିଜ ସୁରକ୍ଷାକୁ ନେଇ ସନ୍ଦିହାନ ଥିଲେ। ତେଣୁ ଭୟରେ ସେ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଇଥିବା ବବ୍‌ଲୁ କହିଛନ୍ତି। ଏହାସହ ୨ ପିଲାଙ୍କ ଲାଳନପାଳନ କଥା ସେ ବୁଝିବେ ବୋଲି ସ୍ତ୍ରୀ ରାଧିକାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ସ୍ଥାନୀୟ ଧନଘଟା ଥାନା କତାରମିଶ୍ରା ଗ୍ରାମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବବ୍‌ଲୁଙ୍କ ବିବାହ ୨୦୧୭ରେ ଗୋରଖପୁରର ରାଧିକାଙ୍କ ସହ ହୋଇଥିଲା। ବିବାହ ପରେ ରାଧିକାଙ୍କର ୨ ପିଲା ହୋଇଥିଲେ। ବର୍ତ୍ତମାନ ସେମାନଙ୍କର ବୟସ ୭ ଏବଂ ୨ ବର୍ଷ। ତେବେ ପ୍ରାୟ ଦେଢ଼ବର୍ଷ ତଳେ ରାଧିକାଙ୍କର ସେହି ଗ୍ରାମର ବିଶାଲ କୁମାର ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଧୀରେ ଧୀରେ ସମ୍ପର୍କ ଗଭୀର ହେବା ପରେ ରାଧିକା ନିଜ ୨ ପିଲା ଓ ସ୍ବାମୀଙ୍କୁ ଛାଡ଼ି ବିଶାଲଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ସପ୍ତାହେ ତଳେ ସେ ବିଶାଲଙ୍କ ସହ ଘରୁ ପଳାଇ ଯାଇଥିଲେ। ତେବେ ସୋମବାର ଉଭୟ ରାଧିକା ଓ ବିଶାଲ ଏକସଙ୍ଗେ ଘରକୁ ଫେରିଥିଲେ। ବିଶାଲଙ୍କୁ ବିବାହ କରିବାକୁ ସେ ଚାହୁଁଥିବା ନେଇ ରାଧିକା ନିଜ ସ୍ବାମୀ ଓ ଶ୍ୱଶୁର ଘର ଲୋକଙ୍କୁ କହିଥିଲେ। ଗ୍ରାମବାସୀ ବହୁ ବୁଝାଶୁଝା କରିବା ସତ୍ତ୍ୱେ ରାଧିକା ବିଶାଲଙ୍କୁ ବିବାହ କରିବା ପାଇଁ ଅଡ଼ି ବସିଥିଲେ। ଫଳରେ ବବ୍‌ଲୁ ରାଧିକା ଓ ବିଶାଲଙ୍କୁ ଧନଘଟା ତହସିଲ ନେଇଯାଇଥିଲେ। ସେଠାରେ ରାଧିକା ଓ ବିଶାଲଙ୍କ ବିବାହକୁ ନେଇ ଏକ ବୁଝାମଣା ପ୍ରସ୍ତୁତ ହୋଇଥିଲା। ଏହାପରେ ସେମାନେ ବାବା ଦାନୀନାଥ ମନ୍ଦିରରେ ପହଞ୍ଚିଥିଲେ। ସ୍ବାମୀ ବବ୍‌ଲୁ ଓ ନିଜ ୨ ପିଲାଙ୍କ ସମ୍ମୁଖରେ ରାଧିକା ତାଙ୍କ ପ୍ରେମିକ ବିଶାଲଙ୍କୁ ବରଣମାଳା ପିନ୍ଧାଇଥିଲେ।
ଘଟଣାକୁ ନେଇ ବବ୍‌ଲୁ କହିଛନ୍ତି, ବିଶାଲଙ୍କ ସହ ରାଧିକାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ସେ ବହୁ ପୂର୍ବରୁ ଜାଣିସାରିଥିଲେ। ବିଶାଲଙ୍କ ସହ ସମ୍ପର୍କ ନ ରଖିବାକୁ ସେ ସ୍ତ୍ରୀଙ୍କୁ ବହୁବାର ବୁଝାଇଥିଲେ। ତେବେ ତାଙ୍କ କଥାକୁ ରାଧିକା ଶୁଣି ନ ଥିଲେ। ପ୍ରେମିକଙ୍କ ସହାୟତାରେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ହତ୍ୟା କରୁଥିବା ନେଇ ଅନେକ ଖବର କିଛିଦିନ ମଧ୍ୟରେ ପ୍ରକାଶ ପାଇଥିଲା। ଏଭଳି ଖବର ବବ୍‌ଲୁଙ୍କୁ ବିଚଳିତ କରିଥିଲା। ଖାସ୍‌କରି ମିରଟ ଘଟଣା ପରେ ସେ ରାଧିକାଙ୍କ ଇଚ୍ଛା ଅନୁଯାୟୀ, ତାଙ୍କ ବିବାହ ବିଶାଲଙ୍କ ସହ କରାଇବେ ବୋଲି ସ୍ଥିର କରିଥିଲେ। ତେଣୁ ସେ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ତ୍ରୀଙ୍କ ବିବାହ ତାଙ୍କ ପ୍ରେମିକଙ୍କ ସହ କରାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ରାଧିକା ଏବଂ ବବ୍‌ଲୁ ପରସ୍ପରକୁ ଛାଡ଼ପତ୍ର ଦେଇନାହାନ୍ତି। ତେଣୁ ବିଶାଲଙ୍କ ସହ ରାଧିକାଙ୍କ ବିବାହ ବୈଧତାକୁ ନେଇ ପଚରାଯିବାରୁ ବବ୍‌ଲୁ କହିଛନ୍ତି, ଏହା ସମ୍ପୂର୍ଣ୍ଣ ବୈଧ ବିବାହ। ଗ୍ରାମବାସୀଙ୍କ ସମ୍ମୁଖରେ ମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହୋଇଛି। ସେହିପରି ଏହି ବିବାହକୁ ନେଇ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଆପତ୍ତି ନ ଥିବା ବବ୍‌ଲୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri