ଜଟଣୀ,୨୭ା୪: ଖୋର୍ଦ୍ଧା ଜିଲା ଜଟଣୀ ଇନଫୋ ଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଶ୍ବଶୁର ଘରେ ଶାଶୁ, ସ୍ତ୍ରୀକୁ ଆକ୍ରମଣ ବେଳେ ଜ୍ୱାଇଁଙ୍କ ଜୀବନ ଯାଇଛି। ମୃତ ଜ୍ବାଇଁଙ୍କ ଆକ୍ରମଣରେ ଶାଶୁ ଓ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜ୍ବାଇଁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଶ୍ବଶୁର ଘରକୁ ରାତିରେ ଆସି ରାତିରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏଥିରେ ଝିଅଙ୍କ ବାପଘର ଲୋକେ ପିଟାପିଟି କରିବାରୁ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। କିଛି ଦିନ ହେଲା ଦୁଇ ପରିବାର ମଧ୍ୟରେ ବିବାଦ ରହିଥିଲା। ପ୍ରାୟ ଦେଢ଼ ବର୍ଷ ହେଲା ଶାଶୁଘର ଛାଡ଼ି ଝିଅ ବାପ ଘରେ ରହୁଥିଲେ।