ଠେଙ୍ଗାରେ ପିଟିପିଟି ସ୍ତ୍ରୀଙ୍କୁ ମାରିଦେଲେ ସ୍ବାମୀ, ମା’ଙ୍କ ମୃତଦେହ ଦେଖି ପୁଅ…

ରାୟଗଡ଼ା,୭ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶେଷଖାଲ ଥାନା ଅଧୀନସ୍ଥ ଗାଜିଗାଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାବାଲସା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ଜୀବନରେ ମାରି ଦେଇଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ସିନ୍ଧେ କଣ୍ଡାଗରି(୪୫)।

ଘଟଣାରୁ ପ୍ରକାଶ ଯେ, ବୁଧବାର କୌଣସି କାରଣକୁ ନେଇ ବାଲେୟା କଣ୍ଡାଗରି(୫୦) ତାଙ୍କ ସ୍ତ୍ରୀ ସିନ୍ଧେଙ୍କୁ ଠେଙ୍ଗାରେ ପିଟିଥିଲେ। ସିନ୍ଧେଙ୍କ ପୁଅ ଡଙ୍ଗରରୁ ଫେରି ମା’ଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇ ହତବାକ ହୋଇପଡ଼ିଥିଲେ। ବାରମ୍ବାର ଠେଙ୍ଗାରେ ପିଟିବାରୁ ସିନ୍ଧେଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ଶେଷଖାଲ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ବାଲେୟାଙ୍କୁ ଗିରଫ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Share