ସୁପରଭାଇଜରଙ୍କୁ ଆକ୍ରମଣ କରି ଶିକାରୀ କୋର୍ଟ ଚାଲାଣ

ଗୋପାଳପୁର,୨୦ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ କୁସୁମି ଅଞ୍ଚଳରେ କାର୍ଯ୍ୟରତ ବିଦ୍ୟୁତ ବିଭାଗ ସୁପରଭାଇଜରଙ୍କୁ କାତିରେ ଆକ୍ରମଣ ମାମଲାରେ ସମ୍ପୃକ୍ତ ଯୁବକଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଜଣେ ଅଭ୍ୟାସ ଗତ ଶିକାରୀ ସିଙ୍ଗିବାଡିର ବୁଡୁ ଦାସ ବୋଲି ପୋଲିସ ପ୍ରେସ୍‌ ରିଲଜରେ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ, ଏହି ଥାନା ଅଧିନସ୍ଥ ୧୮ ତାରିଖ ରାତିରେ ମହୁଡ଼ା ଫିଡରରେ ବାରମ୍ବାର ଟ୍ରିପ୍‌ ହେବାରୁ ବିଦ୍ୟୁତ୍‌ ବିଭାଗ ସୁପରଭାଇଜର ପ୍ରଦ୍ୟୁମ୍ନ କୁମାର ଜେନା ଓ ଅନ୍ୟ ୩ ଜଣ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଝାଡ଼ବାଙ୍କଠାରେ ବାର୍‌ହା ଶିକାର ପାଇଁ ୧୧ କେଭି ବିଦ୍ୟୁତ୍‌ ଲାଇନରୁ ତାର ଟାଣି ବିଛାଇ ଥିବା ଦେଖିବାକୁ ପାଇଥିଲେ। ଏହି ତାର କିଏ ବିଛାଇଛି ଜାଣିବା ପାଇଁ ଜେନାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସେଠାରେ ଛପି ରହିଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ ବୁଡୁ ସେଠାରେ ପହଞ୍ଚିଥିଲେ। ଏନେଇ ଜେନା ବୁଡ଼ୁଙ୍କୁ ପଚାରିବା ସମୟରେ ବୁଡୁ ଉତ୍ତ୍ୟକ୍ତ ସୋଇ ଗାଳିଗୁଲଜ କରିବା ସହ ପାଖରେ ରଖିଥିବା ଏକ ଧାରୁଆ କଟୁରିରେ ବିଦ୍ୟୁତ୍‌ କର୍ମଚାରୀମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା। ଏଥିରେ ଜେନାଙ୍କ ବାମହାତକୁ ଚୋଟ ବାଜିବା ସହ ସେ ଆହତ ହୋଇଥିଲେ। ଘଟଣା ପରେ ବୁଡୁ ସେଠାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ଆହତ ଜେନାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ। ଘଟଣା ନେଇ ଜେନାଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଆଧାର କରି ପୋଲିସ ବୁଧବାର ବୁଡୁଙ୍କୁ ସିଙ୍ଗିବାଡ଼ିରୁ ଗ୍ରାମରୁ କାବୁ କରିବା ସହ ଆକ୍ରମଣରେ ବ୍ୟବହୃତ କଟୁରିକୁ ଜବତ କରାଯାଇଥିଛି। ଅପରାହ୍ନରେ ବୁଡ଼ୁଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ନେଇ ବିବେକାନନ୍ଦ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri