କଟକ,୧୭।୮: ଦିନକୁ ଦିନ ବିଜୁ ଜନତା ଦଳ(ବିଜେଡି)ର ସ୍ଥିତି ଦୁବଳ ହେବା ପରି ମନେ ହେଉଛି। ଏପଟେ କଂଗ୍ରେସ ତା’ର ସ୍ଥିତି ମଜଭୁତ କରିବାରେ ଲାଗିପଡିଛି। ରବିବାର ସାଲେପୁର ଅଂଚଳର ଶତାଧିକ କର୍ମୀ ବିଜେଡି କର୍ମୀ ଦଳ ଛାଡିଛନ୍ତି। ଏମାନେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲାର କେତେଜଣ ବିଜେଡି କର୍ମୀ ବି କଂଗ୍ରେସରେ ସାମିଲ ହୋଇଛନ୍ତି। ଏହାକୁ ଦେଖି ଅନୁମାନ କରାଯାଉଛି ଯେ ବେଳକୁ ବେଳ କଂଗ୍ରେସ ତା’ର ହାତମୁଠା ଟାଣ କରିବାରେ ବ୍ୟସ୍ତ ଅଛି।


