Posted inରାଜ୍ୟ

ରାସ୍ତାରେ ବସିଲେ ଶହଶହ କିନ୍ନର: ଭାଇରାଲ ହେଉଛି ମୀରାଙ୍କ…

ଭୁବନେଶ୍ୱର,୨।୨:  ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ମଧୁର ମତ୍ସ୍ୟ ଗବେଷଣା ଅନୁସନ୍ଧାନ କେନ୍ଦ୍ର (ସିଫା) ନିକଟରେ ରବିବାର ଜଣେ କିନ୍ନରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏହାର ପ୍ରତିବାଦରେ ରାସ୍ତାରୋକୋ କରାଯାଇଛି। ଗିରଫ ଦାବିରେ ରାସ୍ତା ଉପରେ ଧାରଣାରେ ବସିଲେ କିନ୍ନର ସଂଘ। କ୍ୟାପିଟାଲ ହସ୍ପିଟାଲ ନିକଟରେ ସେମାନେ ଧାରଣାରେ ବସିଛନ୍ତି। ୧୦ ଲକ୍ଷ କ୍ଷତିପୂରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ଏନେଇ  ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

କଟକ ଜିଲା ସାଲେପୁର ଅଞ୍ଚଳର ଦିନେଶ ଓରଫ ସୋନାକ୍ଷୀଙ୍କୁ ହତ୍ୟା କରାଯାଇଛି। ସେ ଭୁବନେଶ୍ୱରରେ ଭଡ଼ାଘରେ ରହୁଥିଲେ। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖବରପାଇ ପିପିଲି ଥାନା ଆଇଆଇସି ସୌମେନ୍ଦ୍ର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଚେତାବନୀ ଦେଲେ ମୀରା 

 

ସୂଚନା ମୁତାବକ, ସିଫା ନିକଟ ରାସ୍ତାରେ ରାତି ପ୍ରାୟ ୮ଟାରେ ସୋନାକ୍ଷୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିଲେ। କିଛି ସମୟ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଅନ୍ୟ ସହଯୋଗୀମାନେ ଦେଖି ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଏନେଇ କିନ୍ନର ନେତ୍ରୀ ମୀରା ପରିଡ଼ା ପୁଣି ରାଗିଛନ୍ତି। ବାରମ୍ବାର କିନ୍ନରମାନଙ୍କ ଉପରେ ଏଭଳି ଆକ୍ରମଣ ଘଟଣା ନିନ୍ଦନୀୟ। ତୁରନ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି। ମୀରା ପରିଡ଼ା ମେଡିକାଲରେ ଦୌଡ଼ି ପହଞ୍ଚି ଥିବା ଭିଡିଓ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ବଡ଼ ରାୟ: ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…

କଟକ,୨।୨: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିବାହ ବିଚ୍ଛେଦ ଅଥବା ଛାଡପତ୍ର ହୋଇ ସାରିଥିବା ନିର୍ଭରଶୀଳ ଝିଅଙ୍କୁ ପରିବାର ପେନସନ ମିଳିବ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ…

୪ ବର୍ଷ ଧରି ଝିଅକୁ ବଳାତ୍କାର କରୁଥିଲେ ବାପା, ଅଶ୍ଳୀଳ ଭିଡିଓ ଦେଖାଇ…

ଗାନ୍ଧୀନଗର,୨।୨:  ଗୁଜୁରାଟର ରାଜକୋଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୧୯ ବର୍ଷୀୟ ଝିଅକୁ ଚାରି ବର୍ଷ ଧରି ନିଜ ବାପା ବଳାତ୍କାର କରିଥିବା ନେଇ…

ବଜେଟ୍‌କୁ ନିନ୍ଦା କରିବା ପରେ ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ପୂର୍ବରୁ ବିଜେଡି ଥିଲାବେଳେ…

ଭୁବନେଶ୍ୱର,୨।୨: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କାଉଣ୍ଟର କରିଛନ୍ତି। ନବୀନ ବଜେଟ୍‌ ୨୦୨୬କୁ ନିନ୍ଦା କରିବା ପରେ ସୋମବାର ଉପମୁଖ୍ୟମନ୍ତ୍ରୀ ବିରୋଧୀ…

ବଜେଟ ୨୦୨୬ ପରେ ୧୦ ଟଙ୍କାର ସିଗାରେଟ ହେବ କେତେ ମହଙ୍ଗା? ଜାଣନ୍ତୁ ସିଗାରେଟ ମୂଲ୍ୟ କେତେ ବଢିବ

ନୂଆଦିଲ୍ଲୀ,୨।୨: ଯଦି ଆପଣ ସିଗାରେଟ ପିଉଛନ୍ତି, ତେବେ ପ୍ୟାକେଜିଂରେ ଥିବା ଚେତାବନୀ କେବଳ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ନୁହେଁ, ବରଂ ବର୍ତ୍ତମାନ ଏହା ସିଧାସଳଖ ଆପଣଙ୍କ ପକେଟକୁ ପ୍ରଭାବିତ…

ବଡ଼ ଧରଣର ଚଢାଉ: ଧରାପଡ଼ିଲେ ଦୁର୍ଦ୍ଦାନ୍ତ ଗୋ ମାଫିଆ

ରାଉରକେଲା,୨।୨: ରାଉରକେଲା ପୋଲିସ ସୋମବାର ବିଶ୍ରା ଥାନା ଗୁଡଗୁଡ ଜୋର ଅଞ୍ଚଳରେ ଏକ ବଡ଼ ଧରଣର ଚଢାଉ କରିଛି। ପୋଲିସ ଏକ ଗୋମାଫିଆଙ୍କ ଭଡା ଘରେ ଚଢାଉ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ହୃଦ୍‌ରୋଗଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ…

ଆଜିର ସମୟରେ ଅନ୍ୟତମ ସ୍ବାସ୍ଥ୍ୟଜନିତ ସମସ୍ୟା ହେଉଛି ହୃଦ୍‌ରୋଗ। ଶାରୀରିକ ପରିଶ୍ରମର ଅଭାବ, ନିଶାଦ୍ରବ୍ୟ ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା ଆଦି ହୃଦ୍‌ରୋଗର…

ରାୟଗଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜିଲାର ଯୁବତୀ-ଯୁବକଙ୍କୁ ୮୦% ନିଯୁକ୍ତି..

ରାୟଗଡ଼ା,୨ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ଦିନିକିଆ ଗସ୍ତରେ ଆସି ସୁଭଦ୍ରା ଶକ୍ତି ମେଳା ଉଦଘାଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri