ଶୀତଳ ଭଣ୍ଡାରରେ ଜିଲାର ଶତାଧିକ ସଙ୍ଗଠନ

ଜଗତସିଂହପୁର ଅଫିସ, ୧୨।୧୨: ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା, ସଭା, ୟୁନିୟନ ଆଦି ସୃଷ୍ଟି କରାଯାଏ। ଏସବୁ ଜରିଆରେ ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଦାବି ଉପସ୍ଥାପନ ହୁଏ। ସରକାର, କମ୍ପାନୀ କିମ୍ବା ଅନ୍ୟ ସଂସ୍ଥା ଉପରେ ଚାପ ପକାଯାଏ। କିନ୍ତୁ ସମୟ ଚକ୍ରରେ ଏଗୁଡିକ ମଧ୍ୟରୁ ଅଧିକାଂଶ ଶୀତଳ ଭଣ୍ଡାରକୁ ଚାଲିଯାଏ। ଜଗତ୍‌ସିଂହପୁର ଜିଲାରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି। ଜିଲାରେ ପ୍ରାୟ ୫୦୦ ସଙ୍ଗଠନ ବୁଡ଼ିଯାଇଛି।
ଅତୀତରେ ଜିଲା ବିକାଶ ପାଇଁ ଜଗତ୍‌ସିଂହପୁର ଜିଲା ବରିଷ୍ଠ ନାଗରିକ ମଞ୍ଚ ଗଠନ ହୋଇଥିଲା। ସେତେବେଳେ ଏହା ଅନେକଙ୍କୁ ଖୁସି ଦେଇଥିଲା। ଉଦ୍ଦେଶ୍ୟ ଥିଲା ପ୍ରଶାସନ ଓ ରାଜନେତାଙ୍କ ଉପରେ ଚାପ ସୃଷ୍ଟି କରି ଅନେକ ଦାବି ହାସଲ କରିବା। ପ୍ରଥମ ବୈଠକ ଓ ଏହାପରେ ମଞ୍ଚ ଗଠନକୁ ନେଇ ବ୍ୟାପକ ପ୍ରଚାର ହୋଇଥିଲା। ଦୁଃଖର କଥା ହେଲା ନେତୃତ୍ୱକୁ ନେଇ ବିବାଦ ହେବାରୁ ବାସ୍ତବ ଲକ୍ଷ୍ୟଠାରୁ ମଞ୍ଚ ଦୂରେଇ ଯାଇଥିଲା। ସେତେବେଳର ୨ ପ୍ରମୁଖ ରାଜନେତାଙ୍କ ବିବାଦରେ ଏହି ମଞ୍ଚ ଛନ୍ଦି ହୋଇଯାଇଥିଲା। ଏନେଇ ମଞ୍ଚ ପଞ୍ଜୀକରଣ ପୂର୍ବରୁ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା। ଏହା ପୂର୍ବରୁ ମଧ୍ୟ ପୂଜ୍ୟପୂଜା ସମିତି ଗଠନ ହୋଇଥିଲା। ବିଶେଷକରି ସ୍ବାଧୀନତାସଂଗ୍ରାମୀ ତଥା ମହାପୁରୁଷମାନଙ୍କ ଜନ୍ମ ଓ ମୃତ୍ୟୁ ଦିବସ ଠିକ୍‌ ଭାବେ ପାଳନ କରିବା ମୂଳ ଉଦ୍ଦେଶ୍ୟ ଥିଲା। ତାହା ମଧ୍ୟ ଅଧାରେ ଅଟକି ଯାଇଥିଲା। ଜଗତ୍‌ସିଂହପୁର ସମେତ ଜିଲାର ପାରାଦୀପ, ଏରସମା, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ବିରିଡ଼ି, ନାଉଗାଁ ଓ ବାଲିକୁଦା ଆଦି ଅଞ୍ଚଳରେ ଏଭଳି ଅନେକ ସଙ୍ଗଠନ ଗଢ଼ିଉଠି ପରେ ସମୟ ଚକ୍ରରେ ଉଭେଇଯାଇଛି।
ସେଥିମଧ୍ୟରୁ ପାରାଦୀପରେ ସର୍ବାଧିକ ରହିଛି। ପଞ୍ଜୀକରଣ ନ ହୋଇ ଅନେକ ସଙ୍ଗଠନ କୌଣସି ଇସ୍ୟୁକୁ ନେଇ ସୃଷ୍ଟି ହୁଏ। ତା’ପରେ ସଙ୍ଗଠନଗୁଡିକ ପଞ୍ଜୀକରଣ ପୂର୍ବରୁ ଶୀତଳ ଭଣ୍ଡାରକୁ ଚାଲିଯାଏ। ସେହିପରି ଅନେକ ସଙ୍ଗଠନ ପଞ୍ଜୀକରଣ ହୋଇ ମଧ୍ୟ ବିଭିନ୍ନ କାରଣରୁ ଆଗେଇ ପାରିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର ପାଖାପାଖି ୨୫୨ଟି ସମିତି ତଥା ସଂସ୍ଥା ବନ୍ଦ ହୋଇଯାଇଛି। ସେଗୁଡିକ ମଧ୍ୟରେ ପାରାଦୀପ ପୋର୍ଟ ଡକ୍‌ ୱାର୍କର୍ସ ଏମ୍‌ପିସିଏସ୍‌, ଇପ୍‌କୋ ଷ୍ଟାଫ କ୍ରେଡିଟ୍‌ କୋ-ଅପରେଟିଭ ସୋସାଇଟି, ପାରାଦୀପ କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି, ଇଷ୍ଟର୍ନ ଇଣ୍ଡିଆ ଅଏଲ ରିଫାଇନେରି ଡିସ୍‌ପ୍ଲେସ୍‌ଡ ଫ୍ୟାମିଲିଜ୍‌ ୱେଲଫେୟାର କୋ-ଅପରେଟିଭ ସୋସାଇଟି, ପାରାଦୀପ ଅଏଲ ରିଫାଇନେରି ଲ୍ୟାଣ୍ଡ ଲୁଜର୍‌ ୱେଲଫେୟାର ଲେବର କଣ୍ଟ୍ରାକ୍ଟ କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଡିସ୍‌ପ୍ଲେସ୍‌ଡ ପର୍ସନ ୱେଲଫେୟାର କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଶ୍ରମିକ ସମବାୟ ସମିତି, ପାରାଦୀପ ଲେବର କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଅଏଲ ରିଫାଇନେରି ଡିସ୍‌ପ୍ଲେସ୍‌ଡ ଆଣ୍ଡ ଅନଏମ୍ପ୍ଲଏଡ୍‌ ଲାଣ୍ଡ ଲୁଜର୍‌ କୋ-ଅପରେଟିଭ୍‌ ସୋସାଇଟି ଇତ୍ୟାଦି ପ୍ରମୁଖ ରହିଛି। ଏଗୁଡିକ ବନ୍ଦ ପଛରେ ଯେକୌଣସି କାରଣ ଥାଉ ନା କାହିଁକି ସମିତିଗୁଡିକ ଗଠନ ସମୟରେ ରହିଥିବା ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ । ୨୦୧୮ରେ ରାଜ୍ୟ ସରକାର ୨୦ଟି ଜିଲାରେ ୨୦ଟି ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପିପିପି ମୋଡ୍‌ରେ କରିବାକୁ ଘୋଷଣା କରିଥିଲେ। କିନ୍ତୁ ଜଗତ୍‌ସିଂହପୁର ବାଦ୍‌ ପଡ଼ିିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରି ଜିଲା ବିକାଶ ମଞ୍ଚ ଗଠନ କରାଯାଇ ରାଜନୀତି କରାଯାଇଥିଲା। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଜିଲାରେ ଦ୍ୱିତୀୟ ପର୍ଯ୍ୟାୟରେ ଏଭଳି ଅନୁଷ୍ଠାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପର୍ଯ୍ୟନ୍ତ ଏହା ପୂରଣ ହୋଇ ନ ଥିବାବେଳେ ହସ୍ପିଟାଲ ତିଆରି ଦାବିରେ ଆରମ୍ଭ ହୋଇଥିବା ମଞ୍ଚ ଏବେ ଶୀତଳ ଭଣ୍ଡାରକୁ ଚାଲିଯାଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri