ଆମେରିକାରୁ ଅନେକ ଶହ ଆପ୍ରବାସୀ ବିଦା

ଓ୍ବାଶିଂଟନ୍‌,୨୫ା୧: ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାକୁ ଆସିବାର ୩ ଦିନ ପରେ ତାଙ୍କ ପ୍ରଶାସନ ଏବେ ବେଆଇନ ଆପ୍ରବାସୀମାନଙ୍କ ଉପରେ ଦମନଲୀଳା ଆରମ୍ଭ କରିଦେଇଛି। ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ଦେଖି ବିପଜ୍ଜନକ ଭାବେ ଆମେରିକାକୁ ଆସିଥିବା ବହୁ ଶରଣାର୍ଥୀଙ୍କୁ ଏୟାରଲିଫ୍ଟ କରି ସେମାନଙ୍କ ଦେଶକୁ ଫେରାଇ ଦିଆଯାଇଛି। ୫୩୮ ବେଆଇନ ଆପ୍ରବାସୀଙ୍କୁ ଗିରଫ କରାଯାଇଥିବାବେଳେ ଅନେକ ଶହଙ୍କୁ ସାମରିକ ବିମାନ ଜରିଆରେ ପ୍ରତ୍ୟର୍ପଣ କରାଯାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରାକୃତିକ ବିପର୍ଯ୍ୟୟ ଏକ ରାଜନୈତିକ ଫୁଟ୍‌ବଲ୍‌ରେ ପରିଣତ ହୋଇଥିବା କାରୋଲିନା ଓ ନର୍ଥ କାରୋଲିନାକୁ ଟ୍ରମ୍ପ୍‌ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଶୁକ୍ରବାର ପ୍ରଥମ ଗସ୍ତରେ ବାହାରିଛନ୍ତି। ନୂଆ ରାଷ୍ଟ୍ରପତିଙ୍କ ପ୍ରତିଶ୍ରୁତି ଅନୁଯାୟୀ ବେଆଇନ ଆପ୍ରବାସୀ ଅପରାଧୀଙ୍କ ଗଣପ୍ରତ୍ୟର୍ପଣ ଜାରି ରହିବ ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କାରୋଲିନ୍‌ ଲେଆଭିଟ୍ଟ କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ କାରୋଲିନ୍‌ ଏହାକୁ ଇତିହାସରେ ସବୁଠୁ ବଡ଼ ପ୍ରତ୍ୟର୍ପଣ ଅଭିଯାନ ବୋଲି ଅଭିହିତ କରିଛନ୍ତି। ଟ୍ରମ୍ପ୍‌ ପ୍ରଶାସନ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ, ଟ୍ରେନ୍‌ ଡେ ଆରାଗୁଆର ୪ ସଦସ୍ୟ ଏବଂ ନାବାଳିକା ନାବାଳକଙ୍କ ବିରୋଧରେ ଯୌନ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନେକଙ୍କ ସମେତ ୫୩୮ ବେଆଇନ ଆପ୍ରବାସୀ ଅପରାଧୀଙ୍କୁ ଗିରଫ କରିଛି। ଅନେକ ଶହ ବେଆଇନ ଆପ୍ରବାସୀ ଅପରାଧୀଙ୍କୁ ମିଲିଟାରି ଏୟାରକ୍ରାଫ୍ଟ ଜରିଆରେ ବିତାଡ଼ିତ କରାଯାଇଛି ବୋଲି ସେ କହିଛନ୍ତି।
ଟ୍ରମ୍ପ୍‌ ପ୍ରଶାସନ ଆମେରିକାର ସୀମାକୁ ସୁରକ୍ଷିତ କରିବା ପାଇଁ ନେଉଥିବା ପଦକ୍ଷେପର ଏକ ସଂକ୍ଷିପ୍ତ ଦୃଶ୍ୟକୁ ହ୍ବାଇଟ୍‌ ହାଉସ୍‌ ଶେୟାର କରିଛି। ଆମେରିକା ଇମ୍ରିଗ୍ରେଶନ୍‌ ଆଣ୍ଡ୍‌ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ ପକ୍ଷରୁ ଗିରଫ କରାଯାଇଥିବା କେତେଜଣ ବ୍ୟକ୍ତିଙ୍କ ନାମ ଏବଂ ସେମାନେ ଘଟାଇଥିବା ଅପରାଧର ଏକ ତାଲିକା ମଧ୍ୟ ଏଥିରେ ପ୍ରକାଶ କରାଯାଇଛି। ଏହି ଅପରାଧୀଙ୍କ ମଧ୍ୟରୁ କେତେଜଣ ଶିଶୁ ଓ କିଶୋରିକିଶୋରଙ୍କୁ ବଳାତ୍କାର କରିଥିବା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି।
ଜାନୁଆରୀ ୨୦ରେ ଟ୍ରମ୍ପ୍‌ ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଅନେକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ସ୍ବାକ୍ଷର କରିଥିଲେ। ତନ୍ମଧ୍ୟରେ ‘ଦେଶବାସୀଙ୍କୁ ଆକ୍ରମଣରୁ ସୁରକ୍ଷା ଦେବା’ ପାଇଁ ଉଦ୍ଦିଷ୍ଟ ଏକ ଅର୍ଡର ରହିଛି। ବିଗତ ୪ ବର୍ଷ ମଧ୍ୟରେ ଅନେକ ଲକ୍ଷ ବେଆଇନ ଏଲିଆନ୍ସ ସୀମା ଅତିକ୍ରମ କରି ଆମେରିକାକୁ ଅନୁପ୍ରବେଶ ପୂର୍ବକ ସଂଘୀୟ ଆଇନକୁ ଉଲ୍ଲଂଘନ କରୁଥିବା ଏଥିରେ ଦର୍ଶାଯାଇଛି। ୨୩ ତାରିଖରେ ଗ୍ରାଣ୍ଡ୍‌ ଓଲ୍ଡ ପାର୍ଟି (ଜିଓପି) ନେତୃତ୍ୱାଧୀନ ଲାକେନ୍‌ ରିଲେୟ ଆଇନକୁ କଂଗ୍ରେସ ସବୁଜ ସଙ୍କେତ ଦେଇଛି। ତଦନୁଯାୟୀ ବିନା କାଗଜପତ୍ରରେ ଆମେରିକାରେ ରହୁଥିବା ଆପ୍ରବାସୀମାନଙ୍କୁ ଅଟକ ପରେ ପ୍ରତ୍ୟର୍ପଣ କରାଯାଇପାରିବ। ଅନ୍ୟପକ୍ଷେ ନ୍ୟୁଜର୍ସିସ୍ଥିତ ନ୍ୟୁଓ୍ବାର୍କର ଡେମୋକ୍ରାଟିକ୍‌ ମେୟର ରାସ୍‌ ବାରାକା ଟ୍ରମ୍ପ୍‌ ପ୍ରଶାସନର ଏଭଳି ପଦକ୍ଷେପକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

ବିଶ୍ୱଜିତ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୋଷ ଝାଡ଼ିଲେ ସୋଫିଆ, କହିଲେ ଆମକୁ…

ଭୁବନେଶ୍ୱର,୮ା୨: କଂଗ୍ରେସରେ କଟକର ବିଜେଡି ନେତା ବିଶ୍ୱଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri