କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ ଭକ୍ତଙ୍କ ଗହଳି ଜମିଥାଏ । ପିକନିକ ଋତୁରେ ବହୁ ସଂଖ୍ୟାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଚିଲିକାରେ ଭ୍ରମଣର ମଜା ନେବା ସହ ମା କାଲିଯାଈଙ୍କ ଦର୍ଶନ ସାଙ୍ଗକୁ କୂଳରେ ରୋଷେଇର ନିଆରା ମଜା ଅନୁଭବ କରିଥିବା ବ୍ରହ୍ମପୁରରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ରୀନା ରାଣୀ ପଟ୍ଟନାୟକ କହିଛନ୍ତି।
ସେହିଭଳି ଛତ୍ରପୁରରୁ ଆସିଥିବା ପ୍ରଶାନ୍ତ କୁମାର ଚୌଧୁରୀ କହିଛନ୍ତି, ଚିଲିକା ମଝିରେ ଠାକୁରାଣୀଙ୍କ ମନ୍ଦିର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଏକ ଅପୂର୍ବ ଆନନ୍ଦ ଦେଇଛି । ଚିଲିକା ମଝିରେ ପାହାଡ଼ ଉପରେ ପରିଭ୍ରମଣ କରିବା ର ମଜା କେବେ ଅନୁଭବ କରିନ ଥିବା କହିଛନ୍ତି ଭକ୍ତ ତୃପ୍ତି ଦାଶ। କାଳୀଜାଈଙ୍କ ପୀଠର ବିଭିନ୍ନ ସ୍ଥାନରେ ମାଳ ମାଳ ହୋଇ ରୋଷେଇ କରି ସେହିଠାରେ ଖାଇବାର ମଜା ଅନ୍ୟ କେଉଁଠାରେ ଅନୁଭବ ହୋଇ ନଥାଏ ବୋଲି ପ୍ରକାଶ କରିଛନ୍ତି ଶାନ୍ତନୁ କୁମାର ବାରିକ ।