ବାଲେଶ୍ୱର,୨୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍ ପକ୍ଷରୁ ରବିବାର ଚଢ଼ାଉ କରାଯାଇଛି। ସୋର ଥାନା ଅନ୍ତର୍ଗତ ଦୟାନିଧିପୁର ନିକଟ ଖେଳପଡ଼ିଆରେ ବେଆଇନ ଭାବେ ଏକ ଭ୍ୟାନ୍ରୁ ଜିଞ୍ଜର ଅନ ଲୋଡିଂ ହେଉଥିବା ଖବର ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସ୍ବପ୍ନାରାଣୀ ସାହୁଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଥିଲେ। ୫ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ୧ ହଜାର ଜିଞ୍ଜର ବୋତଲ (୪୫୦ ଲିଟର ) ଜବତ ହୋଇଥିଲା। ଏ ସମ୍ପର୍କରେ ବିଭାଗ ପକ୍ଷରୁ କେସ୍ ନଂ ୪୪୦/୨୬ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଆଇଆଇସି ହରିହର ସିଂହ,ଏସ୍ଆଇ ଭବେଶ ଦାସ, ଏଏସ୍ଆଇ ଲମ୍ବୋଦର ମହାନ୍ତଙ୍କ ସମେତ ସୋର ଥାନା ପୋଲିସ ଏହି ଚଢ଼ାଉରେ ସାମିଲ ଥିଲା।