ମରଣଯନ୍ତା ପାଲଟିଛି ହୁମ୍ମା ଗଳାଶଙ୍ଖ ରାସ୍ତା

ଗଞ୍ଜାମ,୨୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ହୁମ୍ମା ପଞ୍ଚାୟତର ପୁରୁଷୋତ୍ତମପୁର ଯିବା ଗଳାଶଙ୍ଖ ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ଜଣାପଡ଼ିଛି। ସେଠାରେ ଛୋଟ ବଡ଼ ଗର୍ତ୍ତ ଥିବାରୁ ପ୍ରାୟ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଉକ୍ତ ଗଳାଶଙ୍ଖ ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବା ହେତୁ ଦୈନଦିନ ହଜାର ହଜାର ଗାଡି ବସ ବାଇକ୍‌ ଆଦି ଯାତାୟାତ କରୁଛି l ବର୍ଷା ଦିନ ହେଲେ ବହୁତ ଅସୁବିଧା ଭୋଗ କରୁଛନ୍ତି ବାଇକ ଆରୋହୀ। ଏନେଇ ହୁମ୍ମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ବାରମ୍ବାର ପ୍ରଶାସନଠାରେ ଅଭିଯୋଗ କରିଆସୁଛନ୍ତ। କୌଣସି ସୁଫଳ ମିଳୁ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବହୁ ବର୍ଷ ପୂର୍ବେ ଏହି ଗଳାଶଙ୍ଖ ନିର୍ମାଣ ହୋଇଥିଲେ ମଧ୍ୟ ତାହା ମରାମତି ହେଉନାହିଁ l ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଜିଲା ଉଚ୍ଚ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସ୍ଥାୟୀ ସମାଧାନ କରିବାକୁ ସମିତି ସଭ୍ୟ ପଲାଇ ଦାବି କରିଛନ୍ତି।

Share
Tags: road