ଭୁବନେଶ୍ୱର,୧୮।୧୧: ସୋମବାର ରାତିରେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଜନ୍ମ ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରର ଦେବନ୍ଦପଡାରେl ସେ ପିଲା ଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିଲେ । ପରେ ସେ ସଙ୍ଗୀତ ଦୁନିଆରେ ପାଦ ଥାପି ବହୁ ସୁମଧୁର ଗୀତ ଭେଟି ଦେଇଥିଲେ। କିଛି ବର୍ଷ ତଳେ ତାଙ୍କ ବାପା ଓ ସାନ ଭାଈଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମା’ ଜଣେ ଶିକ୍ଷାବିତ୍ । ହ୍ୟୁମାନଙ୍କ ଅଜା ଓ ଆଈ ଏବେ ଟିଟିଲାଗଡରେ ରହୁଛନ୍ତି। ଜନ୍ମସ୍ଥାନ ଟିଟିଲାଗଡ଼ର ଡେଙ୍ଗ’ଗାଁରେ ହେବ ହ୍ୟୁମାନ ସାଗରଙ୍କ ଶେଷକୃତ୍ୟ ହେବ ବୋଲି ଜଣାପଡିଛି। କଟକ ବାସଭବନରୁ ଟିଟିଲାଗଡ଼ର ଅଭିମୁଖେ ନିଆଯାଇଛି ପାର୍ଥୀବ ଶରୀର। ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ।